ଖଟିଆରେ ୨ କି.ମି. ବୁହାହେଲେ ଗୁରୁତର ରୋଗୀ, ଗାଁକୁ ରାସ୍ତା ନଥିବାରୁ ଯାଇପାରିଲାନି ଆମ୍ବୁଲାନ୍ସ

Published By : Prameya-News7 Bureau | November 01, 2021 IST

ଆନନ୍ଦପୁର ୧।୧୧: ଗାଁକୁ ରାସ୍ତା ନଥିବାରୁ ଯାଇ ପାରିଲା ନାହିଁ ଆମ୍ବୁଲାନ୍ସ । ବାଧ୍ୟ ହୋଇ ରାତିରେ ଅସୁସ୍ଥ ମହିଳାଙ୍କୁ ୨ କିଲୋମିଟର ଦୂର ଖଟିଆରେ ବୋହିଲେ ଗ୍ରାମବାସୀ ଓ ଆମ୍ବୁଲାନ୍ସ କର୍ମଚାରୀ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ସାମୁକାନେଣ୍ଡି ପଞ୍ଚାୟତ ନଟିଆ ଗାଁର ଜାମୁନ ସାହିରେ ।

{"id":536610,"width":754,"height":414,"sizeSlug":"full","linkDestination":"none"}

ରବିବାର ରାତିରେ ଗାଁର ସରସ୍ଵତୀ ଦରାଇ ବାତ ରୋଗରେ ଗୁରୁତର ଅସୁସ୍ଥ ହୋଇ ପଡ଼ିବାରୁ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ପରିବାର । ହେଲେ ଗାଁକୁ ନିତିଦିନିଆ ରାସ୍ତା ନଥିବାରୁ ଗାଁଠୁ ୨ କିଲୋମିଟର ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା । ବାଧ୍ୟ ହୋଇ ପରିବାର ଲୋକଙ୍କ ସହ ଆମ୍ବୁଲାନ୍ସ କର୍ମଚାରୀ ମିଶି ଅସୁସ୍ଥ ମହିଳାଙ୍କୁ ଏକ ଖଟିଆରେ ଆମ୍ବୁଲାନ୍ସ ଯାଏଁ ୨ କିଲୋମିଟର ବାଟ ବୋହି ଆଣିଥିଲେ । ଅସୁସ୍ଥ ମହିଳାଙ୍କୁ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.