Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲେବର୍ ରୁମ୍‌ରେ ପ୍ରବେଶକୁ ନେଇ ପାଟିତୁଣ୍ଡ, ଡାକ୍ତରଙ୍କ କାନକୁ କାମୁଡିଦେଲେ ରୋଗୀଙ୍କ ସଂପର୍କୀୟ

10/05/2020 at 1:16 PM

ବ୍ରହ୍ମପୁର ୧୦।୫: ବ୍ରହ୍ମପୁର ବଡ ମେଡିକାଲରେ ଘଟିଛି ଅଭାବନୀ ଘଟଣା । ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଲେବର୍ ରୁମ୍ ରେ ନିୟୋଜିତ ଡାକ୍ତର ସାକିଲ୍ ଖାନ୍ ଙ୍କୁ ଜଣେ ରୋଗୀର ସଂପର୍କୀୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବଡ ମେଡିକାଲର ସ୍ତ୍ରୀ ଓ ପ୍ରସୂତୀ ବିଭାଗ ଲେବର୍ ରୁମ୍ ରେ ଡାକ୍ତର ସାକିଲ୍ ଖାନ୍ ନିୟୋଜିତ ଥିଲେ । ଲେବର୍ ରୁମ୍ ରେ ପ୍ରବେଶ କରିବାକୁ ନେଇ ଡାକ୍ତରଙ୍କ ସହ ରୋଗୀଙ୍କ ସଂପର୍କୀୟଙ୍କ ପାଟିତୁଣ୍ଡ ହୋଇଥିଲା । ପାଟିତୁଣ୍ଡ ହେବା ପରେ ସଂପର୍କୀୟ ଜଣଙ୍କ ଡାକ୍ତରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ରୋଗୀଙ୍କ ସଂପର୍କୀୟ ଜଣଙ୍କ ଜନୈକ ଡାକ୍ତରଙ୍କ କାନକୁ କାମୁଡି ଖଣ୍ଡିଆ କରିଦେଇଥିବା ଦେଖିବାକୁ ମିଳିଛି। ମେଡିକାଲ୍ ଆଉଟ୍ ପୋଷ୍ଟ୍ ରେ ଏ ନେଇ ଅଭିଯୋଗ କରିଛନ୍ତି ସଂପୃକ୍ତ ଡାକ୍ତର । ୪ ରୁ ୫ ଜଣ ଡାକ୍ତରଙ୍କୁ ଆକ୍ରମଣ କରିଥିବା ନେଇ ଜଣେ କାର୍ଯ୍ୟରତ ଡାକ୍ତର ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ବ୍ରହ୍ମପୁର ପୋଲିସ ଜଣଙ୍କୁ ଗିରଫ କରିଛି ।

   Related Posts