ଭାରସାମ୍ୟ ହରାଇ ଓଲଟିଲା ଆମ୍ବୁଲାନ୍ସ, ରୋଗୀ ଏବଂ ୪ ସମ୍ପର୍କୀୟ ଗୁରୁତର

Published By : Prameya-News7 Bureau | August 04, 2019 IST

ଭଦ୍ରକ ୪|୮: ଭଦ୍ରକ ୧୬ ନମ୍ବର ଜାତୀୟ ରାଜପଥର ଆରଡ଼ି ଛକ ନିକଟରେ ରାସ୍ତା ତଳକୁ ଏକ ଆମ୍ବୁଲାନ୍ସ ଓଲଟିପଡ଼ିଛି । ଆମ୍ବୁଲାନ୍ସରେ ଯାଉଥିବା ରୋଗୀ ଏବଂ ତାଙ୍କର ୪ ଜଣ ସମ୍ପର୍କୀୟ ଗୁରୁତର ହୋଇଛନ୍ତି । ପୋଲିସ ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି ।

ଗୁରୁତରମାନେ ହେଲେ ପ୍ରସଂଜିତ ବାନାର୍ଜୀ, ମିଟୁ ବାନାର୍ଜୀ, ରୋହିତ ନାୟକ ଓ ସୋନୁକା ମଣ୍ଡଳ । କଟକରୁ କଲିକତା ଫେରୁଥିବା ଆମ୍ବୁଲାନ୍ସଟି ଆରଡ଼ି ଛକ ନିକଟରେ ଭାରସାମ୍ୟ ହରାଇ ଖସିପଡିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.