Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ରୋଗ ଦେଖି ରୋଗୀଙ୍କୁ ତଡି ଦେଲେ ଡାକ୍ତର: ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ବୃଦ୍ଧ ଦମ୍ପତି

26/06/2020 at 11:22 AM

ଯାଜପୁର୨୬/୬: ରୋଗୀଙ୍କୁ ଡାକ୍ତରଙ୍କ ର୍ଦୁବ୍ୟବହାର ଅଭିଯୋଗ। ମେଡିକାଲକୁ ଚିକିତ୍ସା ପାଇଁ ଆସିଥିବା କୁଷ୍ଠ ରୋଗୀଙ୍କୁ ର୍ଦୁବ୍ୟବହାର କରି ତଢିଦେଲେ ଡାକ୍ତର । ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ମେଡିକାଲରେ ଏଭଳି ଘଟଣା ଘଟିଛି । ଅଭିଯୋଗ ମୁତାବକ ସ୍ଥାନୀୟ ଗାନ୍ଧୀ କୁଷ୍ଠାଶ୍ରମ ବସ୍ତିର ରାମଚନ୍ଦ୍ର ମହାରଣା ଛାତି ଓ ଆଖିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ସ୍ତ୍ରୀଙ୍କ ସହ ଯାଜପୁର ରୋଡ ମେଡିକାଲକୁ ଆସିଥିଲେ। ହେଲେ ସେଠାରେ ଚିକିତ୍ସା ବଦଳରେ ତାଙ୍କୁ ମିଳିଥିଲା ର୍ଦୁବ୍ୟବହାର । ସେହି ସମୟରେ ଆଉଟ୍ ଡୋରରେ ରୋଗୀ ଦେଖୁଥିବା ଡାକ୍ତର ଶିଶିର ସାହୁ ଏହି ବୃଦ୍ଧ ଦମ୍ପତିଙ୍କୁ ର୍ଦୁବ୍ୟବହାର କରି ସେଠାରୁ ତଢି ଦେଇଥିଲେ ।

 ଏହାର ପ୍ରତିବାଦ କରିବାରୁ ଡାକ୍ତର ତାଙ୍କୁ ମାଡ ମାରିବାକୁ ହାତ ଉଠାଇଥିବା ସେ ଅଭିଯୋଗ କରିଛନ୍ତି। ଫଳରେ ଚିକିତ୍ସା ନ ପାଇ ସେ ମେଡିକାଲରୁ ଫେରିଥିଲେ । ପରେ ସ୍ଥାନୀୟ ଅଂଚଳର ଜଣେ ସ୍ବେଚ୍ଛାସେବୀଙ୍କ ସହାୟତାରେ ଏନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ଏହି ଦମ୍ପତି । ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବାକୁ ସେ ଦାବୀ କରିଛନ୍ତି । ସେପଟେ ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସମ୍ପୃକ୍ତ ଡାକ୍ତର । ସେ କୌଣସି ରୋଗୀଙ୍କୁ ର୍ଦୁବ୍ୟବହାର କରି ନଥିବା କହିଛନ୍ତି ।

   Related Posts