ଟୁଲ୍‌କିଟ୍‌ ମାମଲା : ଦିଶା ରବିଙ୍କ ଜାମିନ‌ ମଞ୍ଜୁର କଲେ ପଟିଆଲା ହାଉସ୍‌ କୋର୍ଟ

Published By : Prameya-News7 Bureau | February 23, 2021 IST

ନୂଆଦିଲ୍ଲୀ୨୩/୦୨: କୃଷକ ଆନ୍ଦୋଳନ ସହିତ ଜଡ଼ିତ ଟୁଲ୍‌କିଟ୍‌ ମାମଲାରେ ଦିଲ୍ଲୀର ପଟିଆଲା ହାଉସ୍‌ ହାଇକୋର୍ଟଙ୍କ ସ୍ୱତନ୍ତ୍ର ଅଦାଲତ ୨୧ ବର୍ଷୀୟ ପର୍ଯ୍ୟାବରଣ କାର୍ଯ୍ୟକର୍ତ୍ତା ଦିଶା ରବିଙ୍କ ଜାମିନ‌କୁ ମଞ୍ଜୁର୍‌ ଦେଇଛନ୍ତି । ଅଦାଲତ ଶନିବାର ଦୁଇ ପକ୍ଷର ଯୁକ୍ତିକୁ ଶୁଣିବା ପରେ ରାୟକୁ ସେହିଦିନ ସୁରକ୍ଷିତ ରଖିଥିଲେ । ମଙ୍ଗଳବାର ଅତିରିକ୍ତ ଦୈରା ଜର୍ଜ ଧର୍ମେନ୍ଦର ରାଣା ଦିଶାଙ୍କୁ ଏକ ଲକ୍ଷ ଟଙ୍କା ବଦଳରେ ଜମିନ୍‌ ଦେଇଛନ୍ତି । ଏହା ପୂର୍ବରୁ ଦିଶାଙ୍କ ନ୍ୟାୟିକ ପକ୍ରିୟା ଶେଷ ହେବା ପରେ ପଟିଆଲା ହାଉସ୍‌ କୋର୍ଟ ତାଙ୍କୁ ରିମାଣ୍ଡରେ ପଠାଇଥିଲେ ।

ସୂଚନା ଅନୁସାରେ, ଶନିବାର ଦିଲ୍ଲୀ ପୋଲିସ୍‌ ପକ୍ଷରୁ କୁହାଯାଇଥିଲା ଯେ, ଏହି ମାମଲାରେ କିଛି ମହତ୍ୱପୂର୍ଣ୍ଣ ଦସ୍ତାବିଜ୍‌ ରହିଛି । ଯାହାକି ଆମେ ସିଲ୍‌ ବନ୍ଦ ଲଫାପାରେ ଦେବାକୁ ଚାହୁଁଛୁ । ଏଥିରେ କୋର୍ଟ ପୋଲିସ୍‌କୁ ଦସ୍ତାବିଜ୍‌ ଖୋଲିକରି ଦାଖଲ କରିବାକୁ କହିଥିଲେ । ଦିଲ୍ଲୀ ପୋଲିସ୍‌ କେଉଁ ଧାରାରେ ଦିଶାଙ୍କୁ ଗିରଫ କରିଛି ସେନେଇ ତଥ୍ୟ ଦାଖଲ କରିବାକୁ ଜର୍ଜ କହିଥିଲେ ।

ଦିଲ୍ଲୀ ପୋଲିସ୍‌ ଏନେଇ କହିଥିଲା ଯେ, ମୋ ଧାଲିୱାଲ୍‌ ପକ୍ଷରୁ ସୋସାଲ୍‌ ମିଡିଆରେ ଖାଲିସ୍ତାନ ସମର୍ଥନରେ ଏକ ପେଜ୍‌ ପ୍ରସ୍ତୁତ କରାଯାଇଥିଲା । ପୋଏଟିକ୍ ଜଷ୍ଟିସ୍‌ ଫାଉଣ୍ଡେସନ୍‌ କୃଷକ ଆନ୍ଦୋଳନକୁ ଅସ୍ତ୍ର କରି ଭାରତର ଛବିକୁ ଖରାପ କରିବାକୁ ଚେଷ୍ଟା କରିଥିଲା । କାନାଡ଼ାର ଏହି ଫାଉଣ୍ଡେସନ୍‌ ସହିତ ଜଡ଼ିତ ଧାଲିୱାଲ ଭାରତରେ କୃଷକ ଆନ୍ଦୋଳନକୁ ନେଇ କିଛି ଖରାପ କାର୍ଯ୍ୟ କରିବାକୁ ଚାହିଁଥିଲା । ଯଦି ଏହା ସିଧା ସଳଖ କୌଣସି ଦେଶ ବିରୋଧୀ କାର୍ଯ୍ୟ କରିଥାନ୍ତା ତେବେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥାନ୍ତା । ତେଣୁ ଦେଶର କିଛି ଜଣାଶୁଣା ଚେହେରାର ସାହାର ନେଇ ଏହି ଅନୁଷ୍ଠାନ ଏପରି କରିଥିଲା । ତେବେ ଏହି ଫାଉଣ୍ଡେସନ୍‌ ସର୍ବଦା ଭାରତ ବିରୋଧରେ ଏହାର ଛବିକୁ ଖରାପ କରୁଥିବା ଜଣାପଡ଼ିଛି ।

କହି ରଖୁଛୁ ଯେ, ଗ୍ରେଟା ଥନବର୍ଗଙ୍କ ତରଫରୁ କୃଷକ ଆନ୍ଦୋଳନକୁ ନେଇ ସେୟାର କରାଯାଇଥିବା ଟୁଲକିଟ୍ ମାମଲାରେ କ୍ଲାଇମେଟ୍ ଆକ୍ଟିଭିଷ୍ଟ ଦିଶା ରବିଙ୍କୁ ଗିରଫ କରାଯାଇଥିଲା । ଦିଲ୍ଲୀ ପୋଲିସ ଆୟୁକ୍ତ ଏସ.ଏନ.ଶ୍ରୀବାସ୍ତବ ଏନେଇ କହିଥିଲେ ଯେ ଦିଶାଙ୍କୁ ଆଇନ ଅନୁଯାୟୀ ଗିରଫ କରାଯାଇଛି। ଆଇନ ୨୨ ରୁ ୫୦ ବର୍ଷ ବୟସ ମଧ୍ୟରେ କିଛି ଭେଦଭାବ କରେନାହିଁ। ସେ କହିଥିଲେ ଯେ ଲୋକଙ୍କ ଭୁଲ ଧାରଣା ଯେ ୨୨ ବର୍ଷୀୟ କାର୍ଯ୍ୟକର୍ତ୍ତାଙ୍କ ଗିରଫ କରିବା ଭୁଲ । ତେବେ ଗିରଫ ପରେ ଦିଶାଙ୍କୁ ୫ ଦିନିଆ ପୋଲିସ ହାଜତକୁ ପଠାଇ ଦିଆଯାଇଥିଲା ଏବଂ ମାମଲାର ତଦନ୍ତ ପୋଲିସ୍‌ ଜାରି ରଖିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.