Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

ନୂଆ ‘ଡେଥ୍ ୱାରେଣ୍ଟ’ ଲାଗି ତିହାର ପ୍ରଶାସନଙ୍କ ଆବେଦନ ଖାରଜ, ନିର୍ଭୟାଙ୍କ ମା ନିରାଶ

7/02/2020 at 7:28 PM

ନୂଆଦିଲ୍ଲୀ ୭।୨: ନିର୍ଭୟା ଗଣ ଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କ ଦଣ୍ଡବିଧାନ ନିମନ୍ତେ ସାନି ଡେଥ୍ ୱାରେଣ୍ଟ ଜାରି ଲାଗି ତିହାର ଜେଲ ପ୍ରଶାସନ ପକ୍ଷରୁ କରାଯାଇଥିବା ଆବେଦନକୁ ଶୁକ୍ରବାର ଦିଲ୍ଲୀ ପାଟିଆଲା ହାଉସ୍ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଏଥିରେ ଜେଲ କର୍ତ୍ତୃପକ୍ଷ ନିର୍ଭୟା କାଣ୍ଡର ୪ ଦୋଷୀ ପବନ, ମୁକେଶ, ଅକ୍ଷୟ ଓ ବିନୟ ଶର୍ମାଙ୍କ ଦଣ୍ଡ ଲାଗି  ନୂଆ ୱାରେଣ୍ଟ ଜାରି ନିମନ୍ତେ ନିବେଦନ କରିଥିଲେ। ତେବେ କୋର୍ଟଙ୍କ ଏହି ନିଷ୍ପତ୍ତିରେ ନିର୍ଭୟାଙ୍କ ମା ଆଶା ଦେବୀଙ୍କୁ ନିରାଶ ହୋଇପଡିଥିବା ଦେଖାଯାଇଛି।

ତିହାର କର୍ତ୍ତୃପକ୍ଷଙ୍କ ନିବେଦନର ଶୁଣାଣି କରି କୋର୍ଟ ‘ଡଥ୍ ୱାରେଣ୍ଟ’ ଅନୁମାନ ଆଧାରରେ ନୁହେଁ ତଥ୍ୟ ଆଧାରରେ ଜାରି ହୋଇଥାଏ ବୋଲି କହିଛନ୍ତି। ଏବେ ଆଇନ ମୃତ୍ୟୁଦଣ୍ଡାଦେଶ ପାଇଥିବା ଦୋଷୀଙ୍କୁ ଜୀବିତ ରଖିବାକୁ ଅନୁମତି ଦେଉଛି। ଏଥିରେ ଏପରି ୱାରେଣ୍ଟ କିପରି ଜାରି ହେବ କୋର୍ଟ ଓଲଟି ପ୍ରଶ୍ନ କରିଥିଲେ।

ଏହା ପୂର୍ବରୁ ଗତ ୧ ତାରିଖ ଦିନ କୋର୍ଟ ନିର୍ଭୟା ଦୋଷୀମାନଙ୍କର ଦଣ୍ଡାବିଧାନକୁ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଟାଳିଦେଇଥିଲେ। ଏଣୁ ଜେଲ କର୍ତ୍ତୃପକ୍ଷ ସାନି ଆଦେଶ ଲାଗି କୋର୍ଟଙ୍କ ଶରଣାପନ୍ନ ହୋଇଥିବା ବେଳେ ତାହା ଅଗ୍ରାହ୍ୟ ହୋଇଯାଇଛି। ତେବେ ଏଥିରେ ନିର୍ଭୟାଙ୍କ ମା ପ୍ରତିକ୍ରିୟା ପ୍ରକାଶ କରି ସେମାନଙ୍କ ସହ ଅନ୍ୟାୟ ହେଉଥିବା କହିଛନ୍ତି। ଦୋଷୀମାନଙ୍କର ଏବେ କୌଣସି ଆବେଦନ ପେଣ୍ଡିଂ ନାହିଁ। ଏହା ସତ୍ତ୍ୱେ କୋର୍ଟ କାହିଁକି ସାନି ୱାରେଣ୍ଟ ଜାରି କଲେନି ବୋଲି ନିର୍ଭୟାଙ୍କ ମା ପ୍ରଶ୍ନ କରିଛନ୍ତି।   

   Related Posts