ଲିଫ୍ଟ ବାହାନାରେ ଲୋକଙ୍କ ଶିକାର କରୁଥିଲା ମା, ଶାରୀରିକ ସମ୍ପର୍କ କରି ଝିଅ କରୁଥିଲେ ବ୍ଲାକମେଲ, ୩ ଗିରଫ

Published By : Prameya-News7 Bureau | October 03, 2019 IST

ପଟିଆଲା: ପଞ୍ଜାବ ପଟିଆଲାର ପାତଣ୍ଡା ଗାଁରେ ଦୀର୍ଘ ଦିନରୁ ଚାଲିଥିବା ହନିଟ୍ରାପର ପର୍ଦ୍ଦାଫାସ ହୋଇଛି। ମାମଲାରେ ପୋଲିସ ଜନୈକା ମହିଳାଙ୍କ ସମେତ ତାଙ୍କର ଝିଅ ଓ ସାଥୀମାନଙ୍କୁ ଗିରଫ କରିଛି। ମା ଲିଫ୍ଟ ବାହାନାରେ ଲୋକଙ୍କ ଗାଡିରେ ବସି ଘରକୁ ଆସି ସେମାନଙ୍କୁ ଅତିଥି ନିମନ୍ତ୍ରଣ କରନ୍ତି। ଏହି ବାହାନାରେ ଝିଅ ଓ ସାଙ୍ଗସାଥୀମାନେ ଅତିଥିଙ୍କ ସହ ଶାରୀରିକ ସମ୍ପର୍କ କରି ତାଙ୍କ ମୋବାଇଲ, ପର୍ସ ଆଦି ଛଡାଇ ରଖିବା ସହ ବ୍ଲାକ୍ ମେଲ କରନ୍ତି। ମାମଲାରେ ଆଉ ଜଣେ ଅଭିଯୁକ୍ତ ଏବେବି ଫେରାର ଅଛନ୍ତି।

ପୋଲିସ ସୂଚନାରୁ ପ୍ରକାଶ ଯେ ପଟିଆଲା ପତଣ୍ଡା ଗ୍ରାମର ପରମଜିତ କୌର (୪୬) ଚାଲିଚାଲି ଯାଇ ଲୋକଙ୍କୁ ଶିକାର କରନ୍ତି। ସେ ଗୋଡରେ ଯନ୍ତ୍ରଣା ଥିବାର ଅଭିନୟ କରି ଛୋଟେଇ ଛୋଟେଇ କଷ୍ଟମଷ୍ଟେ ଚାଲନ୍ତି। ତାଙ୍କୁ ଦେଖି ଯଦି କେହି ବାହନ ଚାଳକ ଦୟା କରନ୍ତି ସେ ତାଙ୍କୁ ଘର ପର୍ଯ୍ୟନ୍ତ ପହଞ୍ଚାଇଦେବାକୁ ଅନୁରୋଧ କରନ୍ତି। ସେ ଘରେ ପହଞ୍ଚାଇ ଦେଲେ ତାଙ୍କୁ ଘରକୁ ଡାକି ଆତିଥ୍ୟ ପ୍ରଦାନ କରନ୍ତି। ଏହି ସମୟରେ ତାଙ୍କ ଝିଅ ଓ ତାର ସାଥୀମାନେ ମିସି ଆଗନ୍ତୁକଙ୍କୁ ଶାରୀରିକ ସମ୍ପର୍କ ଲାଗି ଉସକାନ୍ତି। ଯଦି କେହି ସେମାନଙ୍କ ଜାଲରେ ପଡି ଯାଆନ୍ତି ତେବେ ତାଙ୍କର ସର୍ବସ୍ୱ ଲୁଟ କରି ଓଲଟି ତାଙ୍କୁ ମନଇଛା ଟଙ୍କା ଦାବି କରନ୍ତି।

ଏହିକ୍ରମରେ ନିକଟରେ ବଲଦେବ ସିଂହ ନାମକ ଜନୈକ ଯୁବକ ସେମାନଙ୍କ ଶିକାର ହୋଇଥିଲେ। ସେମାନେ ବଲଦେବ ସିଂହଠାରୁ ନଗଦ ୧ ହଜାର ଟଙ୍କା ସମେତ ତାଙ୍କର ପର୍ସ, ମୋବାଇଲ ଓ ଆଧାରକାର୍ଡ ଛଡାଇ ରଖିବା ସହ ୫୦ ହଜାର ଟଙ୍କା ଦାବି କରିଥିଲେ। ତେବେ କଥାବାର୍ତ୍ତାରେ ୨୫ ହଜାର ଟଙ୍କା ଦେବା ଲାଗି ବଲଦେବ ରାଜି ହେବାରୁ ତାଙ୍କୁ ଛାଡି ଦେଇଥିଲେ। ହେଲେ  ତାଙ୍କର ମୋବାଇଲ, ପର୍ସ ଓ ଆଧାରକାର୍ଡ ବନ୍ଧକ ରଖିଥିଲେ। ଘରକୁ ଫେରି ବଲଦେବ ଘଟଣା ସମ୍ପର୍କରେ ତାଙ୍କ ଭିଣୋଇଙ୍କୁ କହିବାରୁ ସେ ଏ ନେଇ ପତଣ୍ଡା ଥାନାରେ ଏକ ଲିଖିତ ଅଭିଯୋଗ କରିବାରୁ ପୋଲିସ ତଦନ୍ତ କରି ପରମଜିତ କୌର, ତାଙ୍କ ଝିଅ କମଲଜିତ ସିଂହ ଓ ହରଦୀପ କୌର ଦୀପାକୁ ଗିରଫ କରିଛି। ସେମାନଙ୍କ ନିକଟରୁ ବଲଦେବଙ୍କ ମୋବାଇଲ ଫୋନ ସମେତ ତାଙ୍କ ପର୍ସ ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି।

ଘଟଣା ସମ୍ପର୍କରେ ପ୍ରଚାରିତ ହେବା ପରେ ସେମାନଙ୍କ ଶିକାର ହୋଇଥିବା ଅନ୍ୟ ଲୋକେ ବି ଏବେ ପୋଲିସରେ ପହଞ୍ଚିବାରେ ଲାଗିଛନ୍ତି। ଫଳରେ  ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ବଢିବଢି ଚାଲିଛି ବୋଲି ପତଣ୍ଡା ଥାନା ଆଇଆଇସି ରଣବୀର ସିଂହ କହିଛନ୍ତି। ତେବେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ପୁରୁଣା ମାମଲାର ତଦନ୍ତ କରାଯାଉଛି। ସେମାନଙ୍କ ବିରୋଧରେ ଆଗରୁ ଦେହ ବ୍ୟବସାୟର ଅଭିଯୋଗ ଥିବା ନେଇ ପୋଲିସକୁ ପ୍ରମାଣ ମିଳିଥିବା ଆଇଆଇସି କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.