ପାଥୋଲାବ୍ କର୍ମଚାରୀ କରୋନା ପଜିଟିଭ୍...

Published By : Prameya-News7 Bureau | July 28, 2020 IST

ବାଲିପାଟଣା୨୮/୭: ରାଜଧାନୀ ଉପକଣ୍ଠରେ କାୟା ବିସ୍ତାର କଲାଣି କରୋନା। ଦିନକୁ ଦିନ ସ୍ଥାନୀୟ ସଂକ୍ରମଣ ଚିନ୍ତାର କାରଣ ପାଲଟିଛି। ମଙ୍ଗଳବାର ଦିନ ବାଲିଅନ୍ତାରୁ ୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବାଳକାଟିରେ ଜଣେ ପାଥୋଲାବ୍ କର୍ମଚାରୀ କରୋନା ପଜିଟିଭ୍ ହୋଇଛନ୍ତି । ସେ ବାଳକାଟି ବସନ୍ତପେଡ଼ି ଗ୍ରାମର ସଂକ୍ରମିତଙ୍କ ସଂପର୍ଷରେ ଆସିଥିଲେ ।

{"id":306779,"sizeSlug":"large"}

ବସନ୍ତପେଡ଼ିର ସଂକ୍ରମିତ କରୋନା ଚିହ୍ନଟ ପୂର୍ବରୁ ଥଣ୍ଡା, ଜ୍ଵର , କାଶରେ ପିଡ଼ିତ ଥିଲେ । ଉକ୍ତ ବ୍ୟକ୍ତିଙ୍କୁ ଇଞ୍ଜେକ୍ସନ୍ ଦେବାପାଇଁ ପାଥୋଲାବ୍ କର୍ମଚାରୀ ଜଣକ ତାଙ୍କ ଘରକୁ ଯାଆନ୍ତି । ପରେ ବସନ୍ତପେଡ଼ି ଗ୍ରାମର ବ୍ୟକ୍ତି ଜଣକ କରୋନା ପଜିଟିଭ୍ ଭାବେ ଚିହ୍ନଟ ହୋଇଥିଲେ ।

ପରେ ପାଥୋଲାବ୍ କର୍ମଚାରୀ ଥଣ୍ଡା, ଜ୍ଵର ଏବଂ ଛାତିରେ ଯନ୍ତ୍ରଣା ଅନୁଭବ କଲେ । ସନ୍ଦେହ ହେବାରୁ ସେ କରୋନା ପରୀକ୍ଷା କରିଥିଲେ । ପରୀକ୍ଷାରୁ ସେ କରୋନା ରେ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଯେହେତୁ ସେ ଜଣେ ପାଥୋଲାବ୍ କର୍ମଚାରୀ, ତାଙ୍କ ସଂପର୍ଷରେ  ଅନେକ ବ୍ୟକ୍ତି ଆସିଥିବା ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.