ଭାଲେଣ୍ଟାଇନ୍‌ରେ ନୋ ବ୍ରେକ୍‌, ୟୁନିଫର୍ମରେ କଲେଜ ଛାତ୍ରଛାତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

Published By : Prameya-News7 Bureau | February 08, 2020 IST

ଅନୁଗୁଳ ୦୮।୦୨: କଲେଜରେ ପାଠ ପଢିବା ପାଇଁ ଯୁବତୀ ଓ ଯୁବକମାନ ଆସିଥାନ୍ତି । କିନ୍ତୁ କଲେଜ ଯିବା ବାହାନରେ ଯଦି ସେହି ଯୁବକ ଓ ଯୁବତୀମାନେ ଅସମାଜିକ କାର୍ଯ୍ୟରେ ଲିପ୍ତ ରୁହନ୍ତି । ତେବେ ଏହା ଉଭୟ ପରିବାର ପାଇଁ ଚିନ୍ତା । ଯୁବକ ଓ ଯୁବତୀଙ୍କ ଭବିଷ୍ୟତଙ୍କୁ ଅନ୍ଧାର ଆଡକୁ ଅଗ୍ରସର କରିଥାଏ ବୋଲି ମନେକରାଯାଇଥାଏ । ଏହିପରି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲାରେ କିଛି ଦିନ ତଳେ ବାଇକ ଉପରେ ବସି ଛାତ୍ରୀମାନ ମଦ୍ୟପାନ କରୁଥିବାର ଭିଡିଓ ଭାଇରାଲ ହୋଇଥିଲା । ଏବେ କଲେଜ ପରିସରରେ ଉଭୟ ଯୁବକ ଓ ଯୁବତୀ ପରସ୍ପରକୁ ଚୁମ୍ବନ କରୁଥିବାର ଭିଡିଓ ଭାଇରାଲ ହେଉଛି ।  

ରାଜ୍ୟର ଶିଳ୍ପନଗରୀ ବୋଲାଉଥିବା ସହରରେ ବାରମ୍ବାର ଏପରି ଅଶ୍ଳୀଳ ଭିଡିଓ ଭାଇରାଲ ହେବାର ଲାଗିଛି । କିଛିଦିନ ତଳେ ଏକ କଲେଜର ଛାତ୍ରୀମାନେ ମଦ ଓ ଅଜ୍ଞାତ ସ୍ଥାନରେ ବସି ମଦ ପିଇଥିବାର ଭିଡିଓ ଭାଇରାଲ ହୋଇଥିଲା । ଘଟଣାର କିଛି ଦିନ ପରେ ପୁଣି ଏକ ଭିଡିଓ ଭାଇରାଲ ହୋଇଛି । ବର୍ତ୍ତମାନ ଭାଇରାଲ ହୋଇଥିବା ଭିଡିଓଟି ହେଉଛି । କଲେଜ ଛାତ୍ର ଓ ଛାତ୍ରୀ ଉଭୟଙ୍କୁ ଚୁମ୍ବନ କରୁଥିବାର ଭିଡିଓ ଭାଇରାଲ ହୋଇଛି । ଏପରି ଭାବରେ ୩ଟି ଭିଡିଓ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ।

ଭାଇରାଲ ହୋଇଥିବା ଭିଡିଓଟି ଜିଲ୍ଲାର ଏକ କଲେଜର ବୋଲି ଜଣାପଡିଛି । ଭିଡିଓପେ ଛାତ୍ର ଓ ଛାତ୍ରୀ କଲେଜ ୟୁନିଫର୍ମରେ ଅଛନ୍ତି । କଲେଜ ପରିସରରେ ପରସ୍ପରକୁ ଆଲିଙ୍ଗନ କରିବା ସହ ଖୁଲମ୍‌କୁଲା ଚୁମ୍ବନ କରୁଥିବାର ଦେଖିବାକୁ ମିଳିଛି । ତେବେ ଉଭୟଙ୍କ ଅଜାଣତରେ ଭିଡିଓ କଏଦ ହୋଇନାହିଁ । ସମସ୍ତ ଘଟଣା ଉଭୟଙ୍କୁ ଜଣାଥିଲା ଭଳି ପରିଲକ୍ଷିତ ହେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.