Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ପ୍ରୟାଗରାଜ ରାମଲିଳା ଉପରେ Covid ମାଡ଼: ଜମି ଦଲାଲି କରୁଛନ୍ତି ରାବଣ, ଜାମ୍ବବନ୍ତ କାଟୁଛନ୍ତି ଚୁଟି !

30/09/2020 at 7:35 PM

ପ୍ରୟାଗରାଜ ୩୦।୯: ଆଉ ଦିନ କେଇଟା ପରେ ଦସହରା। ସାରା ଦେଶରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଦଶହରା ଅବସରରେ ପ୍ରୟାଗରାଜରେ ‘ରାମଲିଳା’ କେଉଁ ଆବାହମାନ କାଳରୁ ଚଳିଆସୁଛି। ତେବେ ଚଳିତବର୍ଷ କରୋନା ଭାଇରସ ମହାମାରୀ ଲାଗି ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରିବ କି ନା ସେ ନେଇ ସନ୍ଦେହ ଉପୁଜିଲାଣି।

ପଥର ଚଟ୍ଟି ରାମଲିଳା ପ୍ରୟାଗରାଜରେ ପ୍ରଶିଦ୍ଧ। ତେବେ ଚଳିତବର୍ଷ ରାମଲିଳା ଆୟୋଜନ ଲାଗି ପ୍ରଶାସନ ଅନୁମତି ପ୍ରଦାନ କରୁ ନାହାନ୍ତି। ଏଣୁ ଲୋକଙ୍କ ସମେତ କଳାକାର ମଧ୍ୟ ଦୁଃଖିତ। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଭିନୟ କରି କଳାକାର ପରିବାର ଚଳାଇବା ଲାଗି ବେଶ ଦୁଇ ପଇସା ପାଉଥିଲେ। ହେଲେ ଚଳିତବର୍ଷ କାର୍ଯ୍ୟକ୍ରମ ଆୟୋଜନ ହେଉ ନଥିବା ଜଣାପଡିବା ପରେ ରାମଲିଳାର ବିଭିନ୍ନ ଭୂମିକାରେ ଅଭିନୟ କରୁଥିବା କଳାକାରମାନେ ପେଟପାଟଣା ଲାଗି ଚିନ୍ତାରେ ପଡିଯାଇଛନ୍ତି।

ରାମଲିଳାରେ ରାବଣ ଭୂମିକାରେ ଅଭିନୟ କରୁଥିବା ନିରଜ ତ୍ରିପାଠୀ ଏବେ ଜମି ଦଲାଲି ଆରମ୍ଭ କରିଦେଇଛନ୍ତି। ସେହିପରି ଗତ କିଛିବର୍ଷ ହେଲା ଜାମ୍ବବନ୍ତ ଭୂମିକାରେ ଅଭିନୟ କରିଆସୁଥିବା ଅଜୟ ସିଂହ ସେଲୁନରେ ଲୋକଙ୍କ ଚୁଟିକାଟି ପେଟପାଟଣା ଚଳାଉଥିବା ଜଣାପଡିଛି। ଗତବର୍ଷମାନଙ୍କରେ ଦଶହରା ବେଳେ ରାମଲିଳା ଲାଗି କଳାକାରଙ୍କ ନିକଟରେ ଜମାରୁ ସମୟ ନଥାଏ। ରାମଲିଳା ରିହର୍ସେଲରେ ଦିନରାତି ବିତିଯାଉଥିଲା। ତେବେ ଚଳିତବର୍ଷ କରୋନା କଳାକାରଙ୍କ ଜୀବିକା ମାରିଦେଇଛି।

ରାମଲିଳା କମିଟି ଏହି ଆୟୋଜନ ଲାଗି କଳାକାରମାନଙ୍କୁ ସେମାନଙ୍କ ଯୋଗ୍ୟତା ଓ ଦକ୍ଷତା ଲାଗି ପାରିଶ୍ରମିକ ମଧ୍ୟ ଦେଇଥାନ୍ତି। ଯାହା ଏହି ସାଂସ୍କୃତିକ କାର୍ଯ୍ୟକ୍ରମର କଳାକାରଙ୍କ ବାର୍ଷିକ ଆୟର ଏକ ମୁଖ୍ୟ ସ୍ରୋତ। ହେଲେ କାର୍ଯ୍ୟକ୍ରମ ଆୟୋଜନ ବନ୍ଦ ହୋଇଯିବାରୁ ସେମାନଙ୍କ ପେଟପାଟଣା ଲାଗି ସରକାର ଥରେ ବିଚାରକରନ୍ତୁ ବୋଲି କଳାକାର ଯୋଗୀ ସରକାରଙ୍କୁ ନିବେଦନ କରିଛନ୍ତି।

   Related Posts