ଲିଙ୍ଗଗତ ହିଂସା ରୋକିବାକୁ ସୋଆ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପଥପ୍ରାନ୍ତ ନାଟକ ପରିବେଷଣ

Published By : Prameya-News7 Bureau | December 07, 2018 IST

ଭୁବନେଶ୍ୱର ୭/୧୨ : ବର୍ତମାନ ବିଶ୍ୱରେ ସବୁଠାରୁ ବିତର୍କିତ ପ୍ରସଙ୍ଗ ହେଉଛି ଲିଙ୍ଗଗତ ହିଂସା । ଏହି ପ୍ରସଙ୍ଗକୁ ନେଇ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ୟୁନିଭର୍ସିଟି)ର ଛାତ୍ରଛାତ୍ରୀଙ୍କ ଦ୍ୱାରା ଭୁବନେଶ୍ୱରର ୧୦ଟି ସ୍ଥାନରେ ପଥପ୍ରାନ୍ତ ନାଟକ ଅନୁଷ୍ଠିତ ହୋଇଯାଇଛି । ବିଶେଷ ଭାବେ ଶିଶୁ ମାନଙ୍କ ଉପରେ ହେଉଥିବା ନିର୍ଯାତନା ଏହି ପଥପ୍ରାନ୍ତ ନାଟକର ମୁଖ୍ୟ ବିଷୟବସ୍ତୁ ରହିଥିଲା । ସୋଆ ଡ୍ରାମାଟିକ୍ ସୋସାଇଟି “ଟନେଲ ସ୍ଟୁକ” ପକ୍ଷରୁ ଛାତ୍ରଛାତ୍ରୀମାନେ ଡିସେମ୍ବର ୧ ଏବଂ ୨ ତାରିଖରେ ‘ପରୀ ପାଇଁ କଥାଟିଏ’ ନାମକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ । ସମାଜରେ ଲିଙ୍ଗଗତ ହିଂସାକୁ ରୋକିବା ଦିଗରେ କିଭଳି ଅଧିକ ସଚେତନତା ସୃଷ୍ଟି କରାଯାଇପାରିବ ସେ ବିଷୟରେ ପରିବେଷିତ ନାଟକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଉଦ୍ୟମ କରିଥିଲେ ।

{"id":61646}


ଲିଙ୍ଗଗତ ହିଂସା କହିଲେ ବିଶେଷତଃ ପୁରୁଷ ଓ ନାରୀଙ୍କ ମଧ୍ୟରେ ଅସମାନତାଜନିତ ହିଂସା ଏବଂ ଶିଶୁ ମାନଙ୍କ ଉପରେ ହେଉଥିବା ହିଂସାକୁ ବୁଝାଇଥାଏ । ଆମକୁ ଏହା ଉପରେ ବନ୍ଦ କରିବାକୁ ପଡ଼ିବ । ବିଶେଷ ଭାବରେ ଶିଶୁ ମାନଙ୍କ ଉପରେ ହେଉଥିବା ହିଂସାକୁ ବନ୍ଦ କରିବାକୁ ପଡ଼ିବ ବୋଲି ନାଟକ ପରିବେଷଣ କରିଥିବା ଛାତ୍ର ସଂଗ୍ରାମ କେଶରୀ କୋଚିଆରୀ କହିଛନ୍ତି । ଏଭଳି ଅପରାଧକୁ ରୋକିବା ଦିଗରେ ଆମକୁ ଏକ ବଡ଼ ବାର୍ତା ଦେବାକୁ ପଡ଼ିବ ।


ଏହି ପଥପ୍ରାନ୍ତଗୁଡ଼ିକ ଭୁବଶ୍ୱେର ସ୍ମାର୍ଟ ସିଟି ଲିମିଟେଡ୍ ଦ୍ୱାରା ଆୟୋଜନ କରାଯାଇଥିବା ବେଳେ ଭୁବନେଶ୍ୱର ମୁନିସିପାଲ କର୍ପୋରେସନ୍ ଏବଂ ୟୁଏନ୍ଏଫ୍ ପିଏ ପକ୍ଷରୁ ସହଯୋଗ କରାଯାଇଥିଲା । କୋଚିଆରୀଙ୍କ ସମେତ ସୂର୍ଯ୍ୟନାରାୟଣ ପତି, ଶାଶ୍ୱତ ପାଣି, ବନିସା ନାୟକ, ଅଂଶୁ ଅମନ୍, ସୋ÷ରଭ ପାଢ଼ି, ଶ୍ରେୟାସ୍ ମହାପାତ୍ର, ନାରାୟଣ ମିଶ୍ର, ନମଲା କାଜୋଲ୍, ନୁପୁର ଦାସ, ଅଭିଳାଷ ଦାସ ଓ ପିନାକି ବିଶୋଇ ପ୍ରମୁଖ ପଥପ୍ରାନ୍ତ ନାଟକରେ ଅଭିନୟ କରିଥିବା ବେଳେ ଅସମାନ ଚୌଧରୀ ଓ ସୁପ୍ରିୟା ନାୟକ ବ୍ୟାଙ୍କ ଷ୍ଟେଜରେ ସାହାଯ୍ୟ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.