ପାଠକ କହିଲେ, "ମୋ ପୁଅର ଦରମା କୋଟିଏ, ମୁଁ ଦୁର୍ନୀତି କରିନି, ସମୟ ଆସିଲେ କାଗଜପତ୍ର ସହ ପ୍ରମାଣ ଦେବି"

Published By : Prameya-News7 Bureau | November 27, 2020 IST

ଭୁବନେଶ୍ବର୨୭/୧୧: ଆଇଏଫଏସ୍‌ ଅଭୟକାନ୍ତ ପାଠକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ପରେ ବିପୁଳ ଅର୍ଥ, ସୁନାଗହଣା ଓ ଆୟବର୍ହିଭୂତ ସ୍ଥାବର-ଅସ୍ଥାବର ସଂପତ୍ତି ମିଳିବା ପରେ ଏହା ଓଡ଼ିଶା ଭିଜିଲାନ୍ସର ସବୁଠାରୁ ବଡ଼ ଚଢ଼ାଉ ବୋଲି କୁହାଯାଉଛି। ଗତକାଲିଠାରୁ ଜାରି ରହିଛି ତଲାସୀ, ମିଳୁଛି ଅମାପ ସଂପତ୍ତି । ଗତକାଲି ପୁନେରୁ ଭିଜିଲାନ୍ସ ଟିମ୍ ଆଇଏଫଏସ୍ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକଙ୍କୁ ଭୁବନେଶ୍ବର ଆଣିଛି। ତାଙ୍କୁ ସଂପତ୍ତି ଠୁଳ ନେଇ ଅଧିକ ପଚରାଉଚରା କରାଯାଇଛି। କାରଣ ତାଙ୍କ ନାମରେ ବହୁପରିମାଣରେ ଅର୍ଥ, ଏକାଧିକ ଦାମୀ ଗାଡ଼ି ଓ ସଂପତ୍ତି ରହିଥିବା ସୂଚନା ମିଳିଥିଲା।

ଅନ୍ୟପଟେ ପୁଅ ସଂପର୍କରେ ଅଭୟ କହିଛନ୍ତି କିଛି ଠକେଇ ହୋଇନି, ସବୁ ଠିକ୍ ଅଛି। ସମୟ ଆସିଲେ ସବୁ କାଗଜ ପତ୍ର ଦେବି। ପୁଅ ମୋ ପଇସାରେ ୟସ କରୁନଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ,  ମୋ ପୁଅର ମାସିକ ଦରମା ୧ କୋଟି। ବିଭାଗରେ ଥାଇ ବି ଟଙ୍କା ହଡ଼ପ କରି ନଥିବା  ଅଭୟ କହିଛନ୍ତି।

ଅନ୍ୟପଟେ ଏହି ଘଟଣାରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ୪ ଜଣଙ୍କୁ ପଚରାଉଚରା କରିଛି ଭିଜିଲାନ୍ସ। ସେମାନେ ହେଲେ ଅଭୟକାନ୍ତ ପାଠକ, ପୁଅ ଆକାଶ ପାଠକ, ପୁତୁରା ହର୍ଷ ପାଠକ ଏବଂ ଡ୍ରାଇଭର। ବାପ-ପୁଅଙ୍କୁ ଖୁବ ଶୀଘ୍ର ଭିଜିଲାନ୍ସ ଗିରଫ ସହ ଅପରାହ୍ନରେ କୋର୍ଟ ଚାଲାଣ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।  ଆଇଏଫ୍‌ଏସ ଅଭୟକାନ୍ତଙ୍କୁ ଭିଜିଲାନ୍ସ  ଡିଆଇଜି ସଞ୍ଜୟ କୁଶାଲ ଜେରା କରିଛନ୍ତି। ଏହି ପଚରାଉଚରା ସମୟରେ ଭିଜିଲାନ୍ସ ଏସ୍‌ପି ଅନୁପମା ଜେମ୍ସ ମଧ୍ୟ ଉପସ୍ଥିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.