Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫ ଲକ୍ଷ ଟଙ୍କା ଦାନ କଲେ ଆକାଶ ପାଠକ, ହେଲେ ସବୁଠୁ ବଡ ଦାତା

20/04/2020 at 10:06 PM

ଭୁବନେଶ୍ଵର ୨୦।୦୪: ସଂପ୍ରତି ପୂରା ଦୁନିଆ କରୋନା ଭାଇରସ୍‌ ବିରୋଧରେ ଲଢେଇ କରୁଛି। ଦେଶରେ କେନ୍ଦ୍ର ସରକାର ସହିତ ସମସ୍ତ ରାଜ୍ୟ ସରକାର ସମନ୍ଵୟ ଭିତ୍ତିରେ କରୋନାର ପ୍ରତିହତ ଲାଗି ଉଦ୍ୟମ ଚଳାଇଛନ୍ତି। କରୋନାର ମୁକାବିଲା ଲାଗି କେନ୍ଦ୍ର ସରକାର ଓ ରାଜ୍ୟ ସରକାର ସହାୟତା କରିବାକୁ ଜନତାଙ୍କୁ ଅପିଲ କରୁଛନ୍ତି। ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡ(CMRF)ରେ ସାହାଯ୍ୟ ଦେବାକୁ ଅପିଲ କରିଛନ୍ତି। ଲୋକେ ଦାନ କରି ଏହି ମହା ବିପତିର ମୁକାବିଲା ପାଇଁ ନିଜର ଯୋଗଦାନ ଦେଉଛନ୍ତି। ଏହି କ୍ରମରେ ଟାଟା ଆଡମିନିଷ୍ଟ୍ରେଟିଭ ସର୍ଭିସର ଅଫିସର ଆକାଶ କୁମାର ପାଠକ କରୋନା ମୁକାବିଲା ପାଇଁ  ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ  ୫ ଲକ୍ଷ ଟଙ୍କା ଦାନ କରିଛନ୍ତି।

ସଂପ୍ରତି ପୁଣେରେ ଟାଟା ମୋଟର୍ସର ପାସେଞ୍ଜର ଡିଭିଜନର ପରିଚାଳନା ନିର୍ଦ୍ଦେଶକ ଥିବା ପାଠକ କୋଭିଡ୍ -୧୯ ବିରୋଧରେ ଲଢେଇ ପାଇଁ ନିଜର ବ୍ୟକ୍ତିଗତ ସଞ୍ଚୟ ଆକାଉଣ୍ଟରୁ ଏହି ଅର୍ଥ ପ୍ରଦାନ କରିଛନ୍ତି। ପାଠକ ନିଜେ ମୁଖ୍ୟମନ୍ତ୍ରୀ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚେକ୍‌ ପ୍ରଦାନ କରିଥିବା ସୂତ୍ରରୁ ପ୍ରକାଶ।

କୋଭିଡ୍-୧୯ ମୁକାବଲା ପାଇଁ  ବ୍ୟକ୍ତିଗତ ଆକାଉଣ୍ଟରୁ ଦାନ କରୁଥିବା ଦାନକାରୀଙ୍କ ମଧ୍ୟରେ ପାଠକ ଶୀର୍ଷରେ ଅଛନ୍ତି। ଯେହେତୁ ଶ୍ରୀ ପୃଥ୍ୱୀ ଓଡିଶା ସହିତ ଭାବପ୍ରବଣ ସହ ଜଡିତ ଅଛନ୍ତି, ତେଣୁ ସେ ଏହି ଘଡିସନ୍ଧି ସମୟରେ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।

ଶ୍ରୀ ପାଠକ ଟାଟା ମୋଟର ପ୍ରଶାସନର ଜଣେ ଉଜ୍ଜ୍ୱଳ ଅଧିକାରୀ ଏବଂ ପୁଣେ ୟୁନିଟ୍ର ଉପାଧ୍ୟକ୍ଷ ଭାବରେ ସେ ଟାଟା ହ୍ୟାରିୟରର ବିକାଶ ତଥା ଶୁଭାରମ୍ଭ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ, ଯାହା ପ୍ରିମିୟମ୍ ସେଗମେଣ୍ଟ କାର୍ ମଧ୍ୟରୁ ଅନ୍ୟତମ ଏବଂ ଦେଶରେ ସର୍ବୋତ୍ତମ ବିକ୍ରି ହେଉଥିବା ଏସୟୁଭି ମଧ୍ୟରୁ ଅନ୍ୟତମ ।

ସଂପ୍ରତି ସମଗ୍ର ଅଟୋ ମୋବାଇଲ୍ କ୍ଷେତ୍ର ସଙ୍କଟ ଦେଇ ଗତି କରୁଥିବାବେଳେ ପାଠକ ପାସେଞ୍ଜର ଡିଭିଜନ୍ ପରିଚାଳନା କରିଥିଲେ। ବଜାରରେ ଅନ୍ୟ ପ୍ରତିଯୋଗୀମାନଙ୍କ ମଧ୍ୟରେ ଟାଟା ମୋଟରର ପାସେଞ୍ଜର କାର୍ ସେଗମେଣ୍ଟ ସର୍ବୋତ୍ତମ ଫଳାଫଳ ପ୍ରଦର୍ଶନ କରିଥିଲା ବୋଲି ବିଶେଷଜ୍ଞମାନେ ଦର୍ଶାଇଛନ୍ତି।

ପାଠକଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ଟାଟା ମୋଟର୍ସ ୨୬ ଟି ନୂତନ ମଡେଲ୍ ସହିତ ବଜାରକୁ ଆସୁଛି। ଏଥିରେ ଟାଟା ବଜାର୍ଡ, ଟାଟା ହେକ୍ସା ସଫାରି, ଟାଟା ସିଆରା ଏବଂ ଅନ୍ୟାନ୍ୟ ଅର୍ଡର ସାମିଲ ଅଛି।

ଯେତେବେଳେ ଟାଟା ମୋଟର୍ସ କୋଭିଡ୍-୧୯ ଲଢେଇରେ ଯୋଗ ଦେବା ସହିତ ପୁଣେ ସହରରେ ୫୦  ହଜାର ବ୍ୟକ୍ତିଗତ ସଂରକ୍ଷଣ ଉପକରଣ (PPE)ର ବଣ୍ଟନ କରିଛି। ଏହା ସହିତ କୋଭିଡ-୧୯ ମୁକାବିଲାରେ ପାଇଁ ଭେଣ୍ଟିଲେଟର ଉତ୍ପାଦନ କରିବାକୁ ଯାଉଛି।

ଉଲ୍ଲେଖଯୋଗ୍ୟ, ତାଙ୍କ ପିତା ଅଭୟ କାନ୍ତ ପାଠକ ୧୯୮୭ ବ୍ୟାଚ୍ ଆଇଏଫଏସ୍ ଅଧିକାରୀ ଏବଂ ରାଜ୍ୟର ବରିଷ୍ଠ ଅତିରିକ୍ତ PCCF। ଡକ୍ଟର ପାଠକ ସହକର୍ମୀମାନଙ୍କ ମଧ୍ୟରେ ଲୋକପ୍ରିୟ ଏବଂ ସେ ରାଜ୍ୟ ପ୍ରଶାସନରେ ତାଙ୍କର ପ୍ରଭାବଶାଳୀ ଏବଂ ଦୟାଳୁ ଆଭିମୁଖ୍ୟ ପାଇଁ ଜଣାଶୁଣା।

   Related Posts