ଆସିକାରେ ପଥ ଉତ୍ସବର ଧୁମ

Published By : Prameya-News7 Bureau | December 02, 2018 IST

ବ୍ରହ୍ମପୁର ୨/୧୨ : ଆସିକାରେ ପଥମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଚେତନତା ସାଙ୍ଗକୁ ଆମ ଆସିକା ଆମ ଗୈ।ରବ ନାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପଥମହୋତ୍ସବ କାର୍ଯ୍ୟକ୍ରମ ଆସିକା ଏନଏସି ପକ୍ଷରୁ ଅନୁଷ୍ଠିତ ହୋଇଥିବା ବେଳେ ଆସିକା ବିଧାୟକ ଦେବରାଜ ମହାନ୍ତି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ଆସିକା ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ , ଆସିକା କାର୍ଯ୍ୟ ନିର୍ଵାହୀ ଅଧିକାରୀ ଅମିୟ ରଞ୍ଜନ ଦାଶଙ୍କ ଉପସ୍ଥିତରେ ପଥମହୋତ୍ସବ ପ୍ରଦୀପ ପ୍ରଜ୍ଜଳନ କରାଯାଇ ଉଦଘାଟିତ ହୋଇଥିଲା । ଆମ ଆସିକା ଆମ ଗୈ।ରବ ଲକ୍ଷ୍ୟ ଉଦ୍ଦେଶ୍ୟରେ  ଆସିକା ଏନଏସି ପକ୍ଷରୁ ଏହି ପଥମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସ୍ଵଛ ଓ ସୁନ୍ଦର କରିବାକୁ ଏହାର ଲକ୍ଷ୍ୟ ବୋଲି କୁହାଯାଇଛି । ଏହି ଉତ୍ସବରେ ଆଖପାଖ ଅଞ୍ଚଳର ବହୁ ଯୁବକ ଯୁବତୀ ଯୋଗଦେଇ ରାସ୍ତାରେ ଝୋଟି ଓ ଚତ୍ରକଳା ପ୍ରଦର୍ଶନ କରିଥିବା ବେଳେ କୁନୀ କୁନୀ ପିଲା ମାନେ ନାଚଗୀତ ରେ ଝୁମିଥୀଲେ । ସେପଟେ ଓଲିଉଡ ସିଙ୍ଗର ଗୈ।ତମ ଗିରିଙ୍କ ଗୀତ ଲୋକଙ୍କୁ ଅଧିକ ମନୋରଞ୍ଜନ କରିଥୀଲା । ଆସିକା ସହରରେ ପ୍ରଥମ ଥର ଅନୁଷ୍ଠିତ ହୋଇଥିବାରୁ ଏହା ସ୍ଵାଗତ ଯୋଗ୍ୟ । ଏ ପ୍ରକାର କାର୍ଯ୍ୟକ୍ରମ  ଆସିକା ସହରରେ ଭାଇଚାରାର ରୂପ ସୃଷ୍ଟି କରିଵ । ବିଶେଷ ଭାବେ ଯୁବ ଓ ଛୋଟ ପିଲା ମାନଙ୍କ ମନୋରଞ୍ଜନ ପାଇଁ ପଥ ମହୋତ୍ସବ ବେଶ ଉପାଦେୟ ହେବ । ଆସିକା ଏନଏସି ପକ୍ଷରୁ ଆୟୋଜିତ ହୋଇଥିବାରୁ ଆମେ ଵହୁତ ଖୁସି ଅନୁଭବ କରୁଛୁ । ନାଚ ଗିତ ଓ ମେଲୋଡି ସାଙ୍ଗକୁ ଵହୁ ସଂଖ୍ୟାରେଲୋକଙ୍କ ସମାଗମ ଆସିକା ଲୋକଙ୍କ ପାଇଁ ଖୁସି ଆଣି ଦେଇଛି । ଆସିକାରେ ପଥମହୋତ୍ସବ ବେଶ ଆନନ୍ଦ ଆଣିଥୀବା ଵେଳେ ଲୋକଙ୍କୁ ମନୋରଞ୍ଜନରେ ଝୁମିଥୀଲେ । ପ୍ରତି ବର୍ଷ ପଥମହୋତ୍ସବ ହେବା ଆଶାକରିଛନ୍ତି ଆସିକା ବାସିନ୍ଦା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.