ଶ୍ରୀକ୍ଷେତ୍ରରେ ଜମୁଛି ବଡ଼ଦାଣ୍ଡ ଉତ୍ସବ : ମହାପ୍ରଭୁଙ୍କ ଦର୍ଶନ ସହ ପାରମ୍ପରିକ କଳା ଓ ସଂସ୍କୃତିର ମଜା ନେଉଛନ୍ତି ଦର୍ଶନାର୍ଥୀ ଭକ୍ତ

Published By : Prameya-News7 Bureau | August 25, 2019 IST

ପୁରୀ ୨୫/୮: ଶ୍ରୀକ୍ଷେତ୍ରରେ ଜମୁଛି ବଡ଼ଦାଣ୍ଡ ଉତ୍ସବ । ପୁରୀ ବଡ଼ଦାଣ୍ଡ ଓ ସିଂହଦ୍ୱାର ସମ୍ମୁଖରେ ନୃତ୍ୟ, ସଂଗୀତ, କଳା ପ୍ରଦର୍ଶନ କରିଛନ୍ତି କଳାକାର । ମହାପ୍ରଭୁଙ୍କ ଦର୍ଶନ ସହ ପାରମ୍ପରିକ କଳା ଓ ସଂସ୍କୃତିର ମଜା ନେଉଛନ୍ତି ଦର୍ଶନାର୍ଥୀ ଭକ୍ତ। ଗତ ୫ ସପ୍ତାହ ଧରି ପ୍ରତ୍ୟକ ରବିବାର ସକାଳୁ ବଡ଼ଦାଣ୍ଡରେ ପ୍ରବଳ ଗହଳି ଜମୁଛି । ଆଜି କୋଲକତାରୁ ଆସିଥିବା ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ ପରିବେଷଣ ହୋଇଥିଲା । । ଜଗନ୍ନାଥଙ୍କୁ ପ୍ରସଙ୍ଗ କରି ନୃତ୍ୟ ସହ କଳାକର ମାନେ ପ୍ରଦର୍ଶିତ କରିଥିଲେ ଚିତ୍ରକଳା। କୁଣ୍ଢେଇ ନାଚ ମଧ୍ୟ ଦର୍ଶକଙ୍କ ପାଇଁ ବେଶ୍ ଆକର୍ଷଣ ଥିଲା।ଗତ ୫ ଟି ସପ୍ତାହ ଧରି ଚାଲିଛି ପାରମ୍ପରିକ ନୃତ୍ୟ, ସଂଗୀତ, କଳା ଓ ରଣକୌଶଳର ପ୍ରଦର୍ଶନ। ସିଂହଦ୍ୱାର ସମ୍ମୁଖରେ ଏକ ଆଧ୍ୟତ୍ମିକ ବାତାବରଣ ସୃଷ୍ଟି କରିବା ପାଇଁ ପ୍ରତ୍ୟେକ ରବିବାର ସକାଳୁ ଏହି ଭବ୍ୟ ଆୟୋଜନ। ଆଉ ଏହି ଉତ୍ସବରେ କଳାକାର, ଭକ୍ତ ଓ ଶ୍ରଦ୍ଧାଳୁ ସମସ୍ତେ ଯୋଗ ଦେଇ ନିଜକୁ ଧନ୍ୟ ମନେ କରୁଛନ୍ତି।

{"id":148553}

ପୁରୀ ବଡ଼ଦାଣ୍ତ ଓ ସିଂହଦ୍ୱାର ସମ୍ମୁଖରେ ନୃତ୍ୟ, ସଂଗୀତ, କଳା ପ୍ରଦର୍ଶନର ଏହି ଆୟୋଜନ। ମହାପ୍ରଭୁଙ୍କ ଦର୍ଶନ ସହ ପାରମ୍ପରିକ କଳା ଓ ସଂସ୍କୃତିର ମଜା ନେଉଛନ୍ତି ଦର୍ଶନାର୍ଥୀ ଭକ୍ତ। ଗତ ୫ ସପ୍ତାହ ଧରି ଆୟୋଜିତ ହୋଇ ଆସୁଥିବା ଏହି ବଡ଼ଦାଣ୍ତ ଉତ୍ସବ ଆଜି ପ୍ରଦର୍ଶିତ ହୋଇଥିଲା। କୋଲକତାରୁ ଆସିଥିବା ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ପାରମ୍ପରିକ ନୃତ୍ୟ। ଜଗନ୍ନାଥଙ୍କୁ ପ୍ରସଙ୍ଗ କରି ନୃତ୍ୟ ସହ କଳାକର ମାନେ ପ୍ରଦର୍ଶିତ କରିଥିଲେ ଚିତ୍ରକଳା। କୁଣ୍ଢେଇ ନାଚ ମଧ୍ୟ ଦର୍ଶକଙ୍କ ପାଇଁ ବେଶ୍ ଆକର୍ଷଣ ଥିଲା।

{"id":148554}

ପାରମ୍ପରିକ ନୃତ୍ୟ ସଂଗୀତ ସହ ଯୋଗ ପ୍ରାଣାୟମ ପ୍ରଦର୍ଶନ ମଧ୍ୟ ସକାଳୁ ସକାଳୁ ସମସ୍ତଙ୍କ ପାଇଁ ବେଶ୍ ଶିକ୍ଷଣୀୟ ଥିଲା। ସଂକୀର୍ତ୍ତନ ଦଳ ମଧ୍ୟ ମହାପ୍ରଭୁଙ୍କ ନାମ ସ୍ମରଣ କରି ଆକର୍ଷଣୀୟ ସଂକୀର୍ତ୍ତନ ପରିବେଷଣ କରିଥିଲେ। ବଡ଼ଦାଣ୍ତରେ ଝୋଟି, ଚିତାର ଆୟୋଜନ ପବିତ୍ର ବଡ଼ଦାଣ୍ତକୁ ଅଧିକ ସୁନ୍ଦର କରିଥିଲା। ବଡ଼ଦାଣ୍ତରେ ପ୍ରଶାସନ ଦ୍ୱାରା ଆୟୋଜିତ ଏହି ଅଭିନବ କାର୍ଯ୍ୟକ୍ରମ ଧିରେ ଧିରେ ଲୋକପ୍ରିୟ ହେଉଥିବା ମତ ପ୍ରକାଶ ପାଇଛି।

{"id":148555}

ପୁରୀ ବଡ଼ଦାଣ୍ତରେ ଆୟୋଜିତ ଏହି ମହୋତ୍ସବ ଏବେ ସବୁ ବର୍ଗର ଦର୍ଶନାର୍ଥୀ, ଭକ୍ତ ଓ କଳାକରଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

{"id":148556}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.