ଜୟପୁରରେ ପଥ ଉତ୍ସବର ମଜା ଉଠାଇଲେ ସହରବାସୀ, ନାଚଗୀତରେ ପ୍ରଶାସନ ବାଣ୍ଟିଲା ସଚେତନତାର ବାର୍ତ୍ତା

Published By : Prameya-News7 Bureau | November 17, 2019 IST

ଜୟପୁର ୧୭।୧୧: ଓଡ଼ିଶାର ଭୂସ୍ବର୍ଗରେ ଉତ୍ସବର ମାହୋଲ । ଏମିତିରେ ଏବେ କୁହୁଡ଼ି ଚାଦର ତଳେ ଥିବା କୋରାପୁଟକୁ ରାଜ୍ୟର ବିଭିନ୍ନ ସ୍ଥାନରୁ ପର୍ଯ୍ୟଟକଙ୍କୁ ସୁଅ ଛୁଟୁଛି । ଠିକ୍ ଏହି ସମୟରେ ପଥୋତ୍ସବର ମଜା ନେଇଛନ୍ତି ଜୟପୁରବାସୀ । ଲୁକ୍କାଇତି ପ୍ରତିଭା ଅନ୍ବେଷଣ ସହ ମନୋରଞ୍ଜନ ମାଧ୍ୟମରେ ଲୋକଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ଯାହା ସହରବାସୀଙ୍କ ସହ ପର୍ଯ୍ୟଟକଙ୍କୁ ଦେଇଛି ଭରପୁର ମନୋରଞ୍ଜନ ।

{"id":185739,"sizeSlug":"large"}

ଶୀତୁଆ ସକାଳରେ ଜୟପୁର ମୁଖ୍ୟ ରାସ୍ତା ଲୋକାରଣ୍ୟ । କିଏ ରାସ୍ତାରେ ଝୋଟି ଆଙ୍କିବାରେ ବ୍ୟସ୍ତ ତ ଆଉ କିଏ ହାତରେ ମେହେନ୍ଦି ଲଗାଇ ଦେଉଛି । ସେହିପରି କିଏ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଲୋକଙ୍କୁ ସଚେତନ କରୁଛି, ଆଉ କିଏ ଆଇନ ଅଧିକାର ବିଷୟରେ ଲୋକଙ୍କୁ ଅବଗତ କରୁଛି । କେବଳ ଏତିକି ନୁହେଁ ଏଭିତରେ ମଧ୍ୟ ବେଶ ଜମୁଥିଲା ନାଚ ଗୀତର ଆସର । ଜୟପୁର ପଥୋତ୍ସବର ତୃତୀୟ ସଂସ୍କରଣରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଆନ୍ଧ୍ର ବ୍ୟାଙ୍କ ଛକ ଠାରୁ ରଜା ନଗର ପର୍ଯ୍ୟନ୍ତ ରାସ୍ତାରେ ଚାଲିଥିଲା କାର୍ଯ୍ୟକ୍ରମ। ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମିଶି ୨୦ ପ୍ରକାର ନୃତ୍ୟଗୀତ ପରିବେଷଣ କରିଥିଲେ । କଳାକାରମାନେ ସେମାନଙ୍କ କଳାଚାତୁରୀରେ ଲୋକଙ୍କୁ ବାନ୍ଧି ରଖିବା ସହିତ ବାଣ୍ଟିଥିଲେ ସଚେତନତାର  ବାର୍ତ୍ତା ।

{"id":185740,"sizeSlug":"large"}

ଭୁବନେଶ୍ବର, କଟକ ଓ ପୁରୀରେ ଏହି କାର୍ଯ୍ୟକ୍ରମ ଭିନ୍ନ ନାଁରେ ପ୍ରତି ସପ୍ତାହରେ ପାଳନ କରାଯାଇଥାଏ । ଜୟପୁରରେ କିନ୍ତୁ ବର୍ଷକୁ ଥରେ ମାତ୍ର ପାଳନ କରାଯାଇଥାଏ । ୨୦୧୭ ମସିହାରୁ ଗତ ତିନି ବର୍ଷ ହେଲା ଚାଲିଛି ଏହି କାର୍ଯ୍ୟକ୍ରମ । ଚଳିତ ବର୍ଷ ପରବ ମହୋତ୍ସବର ଅଂଶ ବିଶେଷ ଭାବେ ପାଳିତ ହୋଇଛି ପଥୋତ୍ସବ । ଯେଉଁଥିରେ ଲୋକଙ୍କ ବର୍ଷକ ପ୍ରତିକ୍ଷାର ଅନ୍ତ ହୋଇଛି ଏବଂ ନାଚ,ଗୀତରେ ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟିଛି ପ୍ରଶାସନ । ସେହିପରି କାର୍ଯ୍ୟକ୍ରମରେ ଗୀତ ଗାଇ ଲୋକଙ୍କର ନିକଟତର ହୋଇଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ । ଏହି ଅବସରେ ବିଭିନ୍ନ ପ୍ରତିଯୋଗିତାର କୃତ୍ତି ପ୍ରତିଯୋଗୀଙ୍କୁ ମଧ୍ୟ ସମ୍ମାନୀତ କରିଛି ପ୍ରଶାସନ।

{"id":185741,"sizeSlug":"large"}

କୋରାପୁଟ ପରି ଆଦିବାସୀ ଅଧ୍ୟୁସିତ ଜିଲ୍ଲାବାସୀଙ୍କୁ ସଚେତନ କରିବା ପାଇଁ ପ୍ରଶାସନର ପଦକ୍ଷେପ ସ୍ବାଗତ ଯୋଗ୍ୟ । ଯାହା କେବଳ ଲୋକଙ୍କୁ ସଚେତନ କରିବ ନାହିଁ ବଂର ଲୋକଙ୍କୁ ପ୍ରଶାସନ ସହ ପରିଚିତ ମଧ୍ୟ କରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.