Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ଚଳିତ ବର୍ଷ ବାଲିଯାତ୍ରାରେ ପଥ ଉତ୍ସବ ପାଲଟିଥିଲା ଆକର୍ଷଣର କେନ୍ଦ୍ରବିନ୍ଦୁ, ଅଗ୍ନିଶମବାହିନୀ ଦ୍ବାରା ପ୍ରଦର୍ଶିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ

17/11/2019 at 1:48 PM

କଟକ ୧୭।୧୧: କଟକ ବାଲିଯାତ୍ରାରେ ଚଳିତ ବର୍ଷ ପଥ ଉତ୍ସବ ସକାଳୁ ସକାଳୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ଆଜି ପଥ ଉତ୍ସବରେ ଅଗ୍ନିଶମ ବିଭାଗର କର୍ମଚାରୀମାନଙ୍କ ଦ୍ବାରା ପ୍ରଦର୍ଶିତ ହୋଇଥିଲା ଚିତାକର୍ଷକ ଦେଶାତ୍ମକବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ।

ଏହାସହ ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ପରିବେଷଣ କରାଯାଇଥିବା ନାଚ ଗୀତ ବି ଥିଲା ବେଶ୍ ଆକର୍ଷଣୀୟ ।

ବାଲିଯାତ୍ରାରେ ନୂଆ କରି ଆରମ୍ଭ କରାଯାଇଥିବା ପଥ ଉତ୍ସବରେ ଆଜିର ସକାଳ ଥିଲା ଓଡିଶା ଅଗ୍ନିଶମ ବିଭାଗ ପାଇଁ ଉତ୍ସର୍ଗୀକୃତ । ପ୍ରଥମେ ଫାୟାର ସର୍ଭିସେସ୍ ପକ୍ଷରୁ ପରିବେଶିତ ହୋଇଥିଲା ଏହି ଦେଶାତ୍ମକବୋଧକ ବ୍ୟାଣ୍ଡ ।

ପରେ ଓଡିଶା ଫାୟାର ଏଣ୍ଡ ଡିଜାଷ୍ଟର ଏକାଡେମୀର କ୍ୟାଡେରମାନଙ୍କ ଜବରଦସ୍ତ ପ୍ରଦର୍ଶନ ଲୋକଙ୍କୁ ବାନ୍ଧି ରଖିଥିଲା । ଅଗ୍ନିଶମ ବିଭାଗର ଏହି ଯୁବ କର୍ମଚାରୀମାନେ ନାଚ ଗୀତରେ କୌଣସି ପ୍ରଫେସନାଲଙ୍କଠାରୁ ବି କମ୍ ନଥିଲେ ।

ପରେ ପଥ ଉତ୍ସବରେ କଟକ ନରାଜରେ ଥିବା ଶ୍ରୀ ଶ୍ରୀ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସହ ଝୁମିଥିଲେ ବାଲିଯାତ୍ରାକୁ ଆସୁଥିବା ଦର୍ଶକ ମାନେ । ଏହା ସହ ଆଜିର ପଥ ଉତ୍ସବରେ ଚିତ୍ର ଶିଳ୍ପୀ ରବି ରଥଙ୍କ ତୁଳୀର କମାଲ୍ ବି ଦେଖିବାକୁ ମିଳିଥିଲା ।

   Related Posts