ନବବର୍ଷ ପୂର୍ବସନ୍ଧ୍ୟାରେ ଅଘଟଣ, ଫାର୍ମ ହାଉସ ଲିଫ୍ଟ ଦୁର୍ଘଟଣାରେ ‘ପାଥ୍ ଇଣ୍ଡିଆ’ ମାଲିକଙ୍କ ସମେତ ପରିବାରର ୬ ମୃତ

Published By : Prameya-News7 Bureau | January 01, 2020 IST

ଇନ୍ଦୋର ୧।୧:  ବିଦାୟ ନେଇଛି ୨୦୧୯ ବର୍ଷ।  ହେଲେ ବିଦାୟର ପୂର୍ବରୁ 'ପାଥ୍ ଇଣ୍ଡିଆ' ମାଲିକ ପୁନିତ ଅଗ୍ରୱାଲଙ୍କ ସମେତ ତାଙ୍କ ଝିଅ, ଜ୍ୱାଇଁ ଓ ନାତି ଆଦି ୬ ଜଣଙ୍କୁ ସାଙ୍ଗରେ ନେଇଯାଇଛି। ଇନ୍ଦୋର ମହୁର ପାତାଲପାଣି ନିକଟସ୍ଥ ତାଙ୍କ ଘରୋଇ ଫାର୍ମ ହାଉସ୍‌କୁ ଅଗ୍ରୱାଲ ପିରବାର ପିକ୍‌ନିକ୍‌  ଲାଗି ଯାଇଥିବା ବେଳେ ଏହି ଅଘଟଣ ଘଟିଛି। ଫାର୍ମ ହାଉସ୍‌ରେ ନିର୍ମିତ ବହୁତଳ ଅଟ୍ଟାଳିକାର ୮୦ ଫୁଟ ଉଚ୍ଚରେ ସେମାନଙ୍କ ଲିଫ୍ଟ ଓଲଟି ପଡିବାରୁ ତଳକୁ ଖସିପଡି ପୁନିତଙ୍କ ସମେତ ୬ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ନିଧି ଅଗ୍ରୱାଲ ବୋଲିଚିହ୍ନଟ ହୋଇଥିବା ବେଳେ ତାଙ୍କୁ ଚୋଇଥରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

{"id":205454,"sizeSlug":"large"}

ପୁନିତଙ୍କ ଫାର୍ମ ହାଉସ୍‌ରେ ନିର୍ମିତ ଏହି ବିଶାଳ ଅଟ୍ଟାଳିକାରୁ ପାତାଲ ପାଣି ସ୍ପଷ୍ଟ ଦେଖାଯାଇଥାଏ। ଏଠାକୁ ନବବର୍ଷ ପାର୍ଟି କରିବାକୁ ପୁନିତ ଓ ତାଙ୍କ ପରିବାର ଯାଇଥିଲେ। ଏହି ଅବସରରେ ବିଲ୍ଡିଂ ଉପରୁ ପାତାଲ ପାଣିର ନାଇଟ୍ ଭ୍ୟୁ ଦେଖିବାକୁ ପୁନିତ ତାଙ୍କ ଝିଅ, ଜ୍ୱାଇଁ, ଜ୍ୱାଇଁଙ୍କ ଭଉଣୀ, ଭିଣୋଇ, ୨ ନାତି ଓ ପୁଅ ଲିଫ୍ଟରେ ଉପରକୁ ଉଠିଥିଲେ। ଲିଫ୍ଟକୁ ଫାର୍ମ ହାଉସ୍‌ର ଚୌକିଦାର ରିମୋଟରେ ଚଲାଉଥିଲେ। ଲିଫ୍ଟ ଉପରକୁ ପହଞ୍ଚିସାରିଥିଲା। ପୁନିତଙ୍କ ପୁଅ ଲିଫ୍ଟରୁ ପାଣି ଟାଙ୍କିକୁ ଉଠି ଯାଇଥିବା ବେଳେ ତାହା ଅଚାନକ ଓଲଟିପଡିଥିଲା। ଫଳରେ ଲିଫ୍ଟରେ ଥିବା ଅନ୍ୟମାନେ ସିଧା ତଳକୁ ଖସିପଡିଥିଲେ।

{"id":205455,"sizeSlug":"large"}

ଅଳ୍ପକେ ବର୍ତ୍ତିଲେ ପୁନିତଙ୍କ ସ୍ତ୍ରୀ ଓ ପୁଅ
ଦୁର୍ଘଟଣା ବେଳେ ଏଥିରେ ପୁନିତଙ୍କ ସହ ତାଙ୍କ ଝିଅ ପଲକ, ଜ୍ୱାଇଁ ପଲକେଶ, ନାତି ନବ ଓ ଆର୍ଯ୍ୟବୀର, ପଲକେଶଙ୍କ ଭଉଣୀ ନିଧି ଓ ଭିଣୋଇ ଗୌରବ ଏବଂ ପୁନିତଙ୍କ ପୁଅ ଆଦି ଥିଲେ। ତେବେ ଲିଫ୍ଟ ପ୍ରଥମେ ଉପରେ ପହଞ୍ଚିବାମାତ୍ରେ ପୁନିତଙ୍କ ପୁଅ ପାଣି ଟାଙ୍କିକୁ ଧରି ଛାତକୁ ଉଠିଯିବାରୁ ସେ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ସେହିପରି ପୁନିତଙ୍କ ପତ୍ନୀ ଲିଫ୍ଟରେ ଯାଇନଥିବାରୁ ବର୍ତ୍ତିଯାଇଛନ୍ତି। ତେବେ ବିଲ୍ଡିଂରେ ଉପରକୁ ଯିବାକୁ ସେମାନେ ବ୍ୟବହାର କରିଥିବା ଲିଫ୍ଟଟି ଉପରକୁ ଇଟା ଓ ନିର୍ମାଣ ସାମଗ୍ରୀ ନେବାକୁ ବ୍ୟବହାର ହୁଏ ବୋଲି ଜଣାପଡିଛି।

{"id":205456,"width":571,"height":344,"sizeSlug":"large"}

ପିପିପି ମଡେଲର ଥିଲେ ଅନ୍ୟତମ ଦିଗ୍‌ଦ୍ରଷ୍ଟା
ଦେଶରେ ପିପିପି ମଡେଲ ଆରମ୍ଭ କରିବାରେ ପୁନିତ ଅଗ୍ରୱାଲ ଅନ୍ୟତମ ବ୍ୟବସାୟୀ ଥିଲେ। ୨୦୦୪ ଇନ୍ଦୋର ସିଂହସ୍ଥ କୁମ୍ଭରେ ସେ ଏମଆର-୧୦ ପିପିପିମଡେଲରେ କାମ କରିବା ସହ ରେଳବାଇ ଓଭରବ୍ରିଜର ନିର୍ମାଣ କରିଥିଲେ। ଏହା ଛଡା ସେ ଇନ୍ଦୋର ଖଲଘାଟ ଜାତୀୟ ରାଜପଥ, ମହୁ-ମଣ୍ଡଳେଶ୍ୱର ରୋଡ, ଜୟପୁର ରିଙ୍ଗସ୍ ଫୋରଲେନ ରୋଡ, ଝାନ୍ସି-ଉରଇ ରୋଡ ଏବଂ ଆଗରା-ଗ୍ୱାଲିୟର ରୋଡ ପ୍ରୋଜେକ୍ଟରେ କାମ କରିଥିଲେ। ଏମକମ୍ ଶିକ୍ଷାଗତ ଯୋଗ୍ୟତାଧାରୀ ପୁନିତ୍ ୧୮ ବର୍ଷ ବୟସରୁ ହିଁ ପିତା ପ୍ରକାଶ ଅଗ୍ରୱାଲଙ୍କ ବ୍ୟବସାୟ ସମ୍ଭାଳିବା ଆରମ୍ଭ କରିଥିଲେ। ଏବେବି ଦେଶର ୧୦ଟି  ଦୀର୍ଘ ଟୋଲ ରୋଡର  ମେଣ୍ଟେନାନ୍ସ କଣ୍ଟ୍ରାକ୍ଟ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.