ଅମାନିଆଙ୍କୁ ପେଟେଣ୍ଟ ମେଡିସିନ, ମାସ୍କ ନପିନ୍ଧିବା ଲୋକଙ୍କୁ ଠେଙ୍ଗା ଦେଖାଇଲେ ଆଶା ଓ ଅଙ୍ଗନବାଡୀ କର୍ମୀ

Published By : Prameya-News7 Bureau | July 24, 2020 IST

ଭଦ୍ରକ ୨୪।୭: ସାବଧାନ ହୋଇଯାଅନ୍ତୁ, ଅମାନିଆ ହୁଅନ୍ତୁନି । ମାସ୍କ ମୁହଁରେ ନ ବାନ୍ଧି ବୁଲନ୍ତୁନି । ରାସ୍ତାରେ ବାଡି ଧରି ଜଗିଛନ୍ତି ଆଶା କର୍ମୀ ଓ ଅଙ୍ଗନବାଡୀ କର୍ମୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଗୁଆମାଳର । ରାସ୍ତାରେ ଠେଙ୍ଗା ଦେଖାଇ ଅଟକାଉଛନ୍ତି ଲୋକଙ୍କୁ । ସମସ୍ତଙ୍କୁ ନୁହେଁ । ସେହିମାନଙ୍କୁ ଯେଉଁମାନେ ମାସ୍କ ବ୍ୟବହାର କରୁନାହାନ୍ତି ।

{"id":304900,"sizeSlug":"large"}

ଏଠାରେ ଆଶା କର୍ମୀ ସବିତା ବେଜ ଓ ଅଙ୍ଗନବାଡି କର୍ମୀ ସଂଯୁକ୍ତା ପାଣିଗ୍ରାହୀ ଠେଙ୍ଗା ଧରି ଠିଆହୋଇଛନ୍ତି । ଯେଉଁମାନେ ମାସ୍କ ନପିନ୍ଧି ଆସୁଛନ୍ତି ସେମାନଙ୍କୁ ମାସ୍କ ପିନ୍ଧିବା ପାଇଁ ବାଧ୍ୟ କରୁଛନ୍ତି । ନହେଲେ ଠେଙ୍ଗା ମଧ୍ୟ ଦେଖାଉଛନ୍ତି । ଏମିତି ଦୃଶ୍ୟ ଦେଖି ଲୋକେ ତାଜୁବ ହୋଇଗଲେଣି । ଏମାନଙ୍କୁ ଦେଖିବା ପୂର୍ବରୁ ଗାଡି ରଖି ମାସ୍କ ପିନ୍ଧି ଦେଉଛନ୍ତି । ସବୁ ପ୍ରକାର ପ୍ରୟାସ ପରେ ଏବେ ଅମାନିଆଙ୍କୁ । ଏବେ ପେଟେଣ୍ଟ ମେଡିସିନ ଭଳି କାମ ଦେଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.