ପୁରୀ ଶ୍ରୀମନ୍ଦିର ଜଗମୋହନ ଭିତର ଫଟୋ ଭାଇରାଲ, ପାଟରା ସେବାୟତ ନିଲମ୍ବିତ

Published By : Prameya-News7 Bureau | June 20, 2019 IST

ପୁରୀ ୨୦|୬: ବାରମ୍ବାର ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ଶ୍ରୀମନ୍ଦିରର ଭିତର ଦୃଶ୍ୟ । ଶ୍ରୀମନ୍ଦିର ଜଗମୋହନ ଭିତର ଫଟୋ ଭାଇରାଲ ହୋଇଛି । ଜଗମୋହନରେ ମହାପ୍ରଭୁଙ୍କ ପାଇଁ ବାସୁଙ୍ଗା ପାଟ ତିଆରି କରାଯାଉଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏହି ଫଟୋ ଜଣେ ପାଟରା ସେବାୟତ ଭାଇରାଲ କରାଇବା କରାଇଥିବା ଜଣାପଡିଛି । ସେ ନିଜ ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଘଟଣା ପରେ ସମ୍ପୃକ୍ତ ପାଟରା ସେବାୟତ ଅଶୋକ ପାଟରାଙ୍କୁ ପାଟରା ନିଯୋଗ ନିଲମ୍ବନ କରିଛି ।  କୌଣସି ବ୍ୟକ୍ତିଙ୍କୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ଓ କ୍ୟାମେରା ନେବା ଉପରେ କଟକଣା ରହିଛି । ତଥାପି ଶ୍ରୀମନ୍ଦିର ଭିତରର ଦୃଶ୍ୟକୁ ସେବାୟତମାନେ ହିଁ ଭାଇରାଲ କରୁଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.