ଶୋଇଥିବା ବେଳେ ବୃଦ୍ଧାଙ୍କ ବେକରୁ ସୁନାଚେନ୍ ଝାମ୍ପିନେବା ମାମଲାରେ ପୋଲିସର ହାତ ଖାଲି, ଲୋକଙ୍କୁ ସୁରକ୍ଷା ଦେବାରେ ବିଫଳ ପାଟପୁର ପୋଲିସ !

Published By : Prameya-News7 Bureau | October 11, 2020 IST

ସାନଖେମୁଣ୍ଡି ୧୧/୧୦: ପାଟପୁର ଥାନାରୁ ମାତ୍ର ଏକ କିଲୋମିଟର ଦୂରରେ ରହିଛି ବଢ଼େଇସାହି । ଏହି ସାହିରେ ରୁହନ୍ତି ୯୦ ବର୍ଷୀୟା ବୃଦ୍ଧା କୋରି ସାବତ । ତାଙ୍କର ବିବାହ ହେବା ଦିନଠାରୁ ଦୁଇଟି ସୁନାହାର ବେକରେ ପିନ୍ଧିଥିଲେ କୋରି । ବୃଦ୍ଧା ଜଣଙ୍କ ଏକୁଟିଆ ଘରେ ରହୁଥିବା ବେଳେ ଚଳିତମାସ ୬ ତାରିଖ ରାତ୍ର ସମୟରେ ଶୋଇଥିବା ଅବସ୍ଥାରେ ବେକରୁ ସୁନାଚେନ୍‌ କାଟି ନେଇଯାଇଥିଲେ ଚୋର । ଘଟଣାଟି ଘଟିଲା ପରେ ତାଙ୍କ ପୁଅ ଗୋପାଳ ସାବତ ଯିଏକି ଜଣେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପାଟପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ପାଟପୁର ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଚୁପ ବସିଛି। କିନ୍ତୁ ଏନେଇ ପାଟପୁର ଥାନାରେ କୌଣସି ମାମଲା ରୁଜୁ ହୋଇନାହିଁ । ଆଜକୁ 5 ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ର ହାତ ଖାଲି ।

{"id":342729,"sizeSlug":"large"}

ଏହି ବିଷୟ ଟିକୁ ବୃଦ୍ଧା ଗୁରୁତର ସହ ନେଇ ଦୁଃଖରେ ଖାଇବା ପିଇବା ମଧ୍ୟ ଛାଡି ଦେଇଥିବା କହିଛନ୍ତି ।ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ଦେବା ପାଇଁ ଆମ ପୋଲିସ ପକ୍ଷରୁ ଅନେକ ସଚେତନ କରାଯାଉଛି ତା ସହିତ କଠୋର ଆଇନ ମଧ୍ୟ ରହିଛି ତଥାପି ଏଭଳି ଘଟଣା ନୁଆ ନୁହେଁ । ସେହିଭଳି ଚଳିତ ମାସ ୯ ତାରିଖରେ ଏହି ଥାନା ବଢିଆ ଉତ୍ସା ଗ୍ରାମର ଚିତ୍ତରଞ୍ଜନ ଆଚାର୍ଯ୍ୟଙ୍କ ମାଙ୍କର ମଙ୍ଗଳ ସୂତ୍ର, ଝୁମ୍ପି, ୫ଟି ମୁଦି କେହି ଚୋରି କରି ନେଇଥିବା ପାଟପୁର ଥାନାରେ ଏତଲା ଦେଇଛନ୍ତି ଚିତ୍ତରଞ୍ଜନ। ପୋଲିସ ୨୪୫/୨୦ରେ କେଶ ରୁଜୁ କରି ତଦନ୍ତ ଚଳାଇଛି।

ପାଟପୁର ସିଣ୍ଡିକେଟ ବ୍ୟାଙ୍କ ସମ୍ମୁଖରେ ବୃଦ୍ଧଙ୍କୁ ନକଲି ନୋଟ ଦେଇ ଅସଲି ନୋଟ ଝାମ୍ପି ନେଇ ଚମ୍ପଟ ମାରିବା ଘଟଣାରେ ବି ପୋଲିସ ଚୁପ୍‌ । ପାଟପୁର ଥାନା ନିକଟ କୁମ୍ବର ସାହି କୀର୍ତ୍ତନ ବେହେରା ନାମକ ଜଣେ ବୃଦ୍ଧଙ୍କୁ କେହି ପଚାରି ନବାରୁ ସେ ବାର ଦୁଆର ବୁଲି ବୁଲି ଭିକ୍ଷାବୃତି କରି ଶେଷରେ ଜୀବନ ହାରିଥିଲେ। ତେବେ ବୃଦ୍ଧଙ୍କୁ ପୋଲିସ ନ୍ୟାୟ ଦେଇପାରିଥାନ୍ତା କିନ୍ତୁ ସେମିତି ହେଲା ନାହିଁ ବୋଲି ଅଭିଯୋଗ ହୋଇଛି।

ପାଟପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରୁ ଇଲେକ୍ଟ୍ରିକାଲ ସାମଗ୍ରୀ ଚୋରି ଘଟଣା ସମେତ ଆହୁରି ଅନେକ ଘଟଣା ପାଟପୁର ଥାନା ଅଞ୍ଚଳରେ ଘଟିଥିଲେ ହେଁ ଲୋକଲୋଚନକୁ ଆସି ପାରୁନାହିଁ। ଚୋରି ଡକାୟତର ମୁଖ୍ୟକାରଣ ଜୁଆ ଆଡ୍ଡା, ବେଆଇନ ଓ ଅବାଧ ଦେଶୀ ବିଦେଶୀ ମଦର ବିକ୍ରିକୁ ନେଇ ଏଭଳି ଘଟଣା ଘଟୁଥିବା ଅନୁମାନ କରାଯାଉଛି। ଆଗକୁ ଦଶହରା ଗାଁ ଗଣ୍ଡାରେ ଜୁଆ ପାଲି ଓ କିଛି ପାନ ଦୋକାନ ଗୁଡିକରେ ବେଆଇନ ମଦବିକ୍ରି ଏହାର ମୁଖ୍ୟ କାରଣ ପାଲଟିପାରେ । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଛି। ଅନ୍ୟପଟେ ଖୁବଶୀଘ୍ର ଚୋରମାନଙ୍କୁ ଧରାଯିବ ବୋଲି ପାଟପୁର ପୋଲିସ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.