ପତଞ୍ଜଳିକୁ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି, କରୋନିଲ୍ ଟ୍ରେଡମାର୍କ ବ୍ୟବହାର ବିରୋଧରେ ଆବେଦନ ଖାରଜ

Published By : Prameya-News7 Bureau | August 27, 2020 IST

ନୂଆଦିଲ୍ଲୀ, ୨୭|୦୮: ଯୋଗଗୁରୁ ବାବା ରାମଦେବଙ୍କୁ କରୋନିଲ ଔଷଧ ମାମଲାରେ ସୁପ୍ରିମକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଗୁରୁବାର ସୁପ୍ରିମକୋର୍ଟ ଚେନ୍ନାଇର ଏକ କମ୍ପାନୀର ଆବେଦନକୁ ଅଗ୍ରାହ୍ୟ କରିଛନ୍ତି । ଏହାସହ ପତଞ୍ଜଳି କରୋନିଲ୍ ଟ୍ରେଡମାର୍କ ରଖିବା ବିରୋଧରେ ଆବେଦନକୁ ଖାରଜ କରିଦେଇଛନ୍ତି । ସୂଚନାଯୋଗ୍ୟ, ୧୯୯୩ରୁ କରୋନିଲ ପ୍ରସ୍ତୁତ କରୁଥିବା ଚେନ୍ନାଇ କମ୍ପାନୀ ଦାବି କରିଥିଲା ।

ଆବେଦନକାରୀ କୋର୍ଟରେ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ ରବ୍ଦ କରିବା ପାଇଁ କହିଥିଲେ । ଯେଉଁଥିରେ କୋର୍ଟ ପତଞ୍ଜଳିକୁ କରୋନିଲ୍ ଟ୍ରେଡମାର୍କ ବ୍ୟବହାର କରିବାକୁ କହିଥିଲେ ।ଚେନ୍ନାଇ କମ୍ପାନୀ ଅରୁଦ୍ରା ଇଞ୍ଜିନିୟରିଂ ଲିମିଟେଡ୍ ଏହି ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ବାବା ରାମଦେବଙ୍କ ପତଞ୍ଜଳିକୁ ବଡ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।

{"id":321273,"sizeSlug":"large"}

ସୂଚନାଯୋଗ୍ୟ, ମାଡ୍ରାସ ହାଇକୋର୍ଟ ଖଣ୍ଡପୀଠ ପୂର୍ବରୁ ପତଞ୍ଜଳି ଉପରେ ୧୦ ଲକ୍ଷ ଟଙ୍କାର ଜରିମାନା ଲଗାଇଥିଲେ । ଏହାସହ କରୋନିଲ୍ ଟ୍ରେଡ୍ ମାର୍କ ଉପରେ ରୋକ୍ ଲଗାଇଥିଲେ । କିନ୍ତୁ ପରେ ଦୁଇଜଣିଆ ଖଣ୍ଡପୀଟ ପୂର୍ବ ଆଦେଶକୁ ରବ୍ଦ କରିଥିଲେ । ଏହାପରେ ଅରୁଦ୍ରା ଇଞ୍ଜିନିୟରିଂ ସୁପ୍ରିମକୋର୍ଟରେ ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରିଥିଲେ । କିନ୍ତୁ ସୁପ୍ରିମକୋର୍ଟ ଏହି ଆବେଦନକୁ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଅର୍ଥାତ ମାମଲା ମାଡ୍ରାସ ହାଇକୋର୍ଟରେ ଚାଲିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.