Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ପତଞ୍ଜଳୀ ସୋରିଷ ତେଲରେ ଅପମିଶ୍ରଣ ଅଭିଯୋଗ, ସିଜ୍‌ ହେଲା ଫ୍ୟାକ୍ଟ୍ରି

28/05/2021 at 9:29 PM

ଅଲଓ୍ବାର ୨୮/୫: ପତଞ୍ଜଳୀ ସୋରିଷ ତେଲ ନକଲି ! ବଜାରକୁ ଆସୁଛି ଅପମିଶ୍ରିତ ବାବା ରାମଦେବଙ୍କ ପତଞ୍ଜଳୀ ସୋରିଷ  ତେଲ ?  ରାଜସ୍ଥାନର ଅଲଓ୍ବାରରେ ପତଞ୍ଜଳୀ ବ୍ରାଣ୍ଡ ନାଁରେ ସୋରିଷ ତେଲ ପ୍ୟାକିଂ କରୁଥିବା ଏକ ମିଲ ସିଜ୍‌ ହୋଇଛି। ମିଲ୍‌ରୁ ପତଞ୍ଜଳୀର ବହୁ ପରିମାଣର ପ୍ୟାକିଂ ସାମଗ୍ରୀ ଜବତ କରାଯାଇଛି । ପତଞ୍ଜଳୀ ନାଁରେ ଅପମିଶ୍ରିତ ସୋରିଷ ତେଲ  ଚୋରାଚାଲାଣ ନେଇ ମଧ୍ୟ ଅଭିଯୋଗ ହୋଇଛି। ଗୁରୁବାର ପୁରା ମିଲ୍‌ର ଭିଡିଓଗ୍ରାଫି ହେବା ସହ ସାମ୍ପଲ୍‌ ସଂଗ୍ରହ କରିଛି ଜିଲ୍ଲା ପ୍ରଶାସନ ।

ମିଳିଥିବା ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ଅଲଓ୍ବାର ଜିଲ୍ଲା ପ୍ରଶାସନ ପକ୍ଷରୁ ଖୈରଥଳର ଇସ୍ମାଇଲପୁରରେ ଥିବା ସିଙ୍ଘାନିଆ ତୈଳ ମିଲ୍‌ରେ ଚଢ଼ାଉ କରାଯାଇଥିଲା । ଏହା ପରେ ମିଲ୍‌କୁ ସିଲ୍‌ କରାଯାଇଛି। ଏହା ସହ ଏମଡିଏମ ଯୋଗେଶ ଡାଗୁରଙ୍କ ନେତୃତ୍ବରେ ତଦନ୍ତ କମିଟି ଗୁରୁବାର ସନ୍ଧ୍ୟାରେ ମିଲ୍‌ରେ ପହଞ୍ଚି ମାମଲାର ଯାଞ୍ଚ କରିଥିବା ଜଣାପଡ଼ିଛି । ଏନେଇ ମିଲ୍‌ ମାଲିକଙ୍କୁ ପଚରାଯିବାରୁ ସେ କହିଛନ୍ତି, ବାବା ରାମଦେବଙ୍କ ପତଞ୍ଜଳୀର ପ୍ୟାକିଂ ପାଇଁ ତାଙ୍କୁ ଅନୁମତି ମିଳିଛି। ଏହା ସହ ପତଞ୍ଜଳୀ ବ୍ରାଣ୍ଡର ପ୍ୟାକିଂ ପାଇଁ ମିଳିଥିବା ଅନୁମତି ପତ୍ର ସହ ଫ୍ୟାକ୍ଟ୍ରି ଲାଇସେନ୍ସ ପୈଠ କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦେଶ ଦେଇଛି।

ତେବେ ମିଳିଥିବା ସୂଚନା ଅନୁସାରେ ଏହି ଫ୍ୟାକ୍ଟ୍ରିରୁ ପ୍ରସ୍ତୁତ ହେଉଥିବା ସୋରିଷ ତେଲ ରାମଦେବଙ୍କ କମ୍ପାନୀ ପତଞ୍ଜଳୀକୁ ଯାଉଥିଲା। ସେଠାରୁ କମ୍ପାନୀ ଷ୍ଟାମ୍ପ ବାଜି ବଜାରକୁ ଆସୁଥିଲା। ଏନେଇ ଅଭିଯୋଗ ହେବା ପ​ରେ ଜିଲ୍ଲାପାଳ ତୁରନ୍ତ କାର୍ଯ୍ୟନୁଷ୍ଠାନ ନେବା ସହ ଯୋଗେଶ ଡାଗୁରଙ୍କ ସମେତ ୩ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି ।  

   Related Posts