Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||
  • ଭୁବନେଶ୍ବର : DRDO ତଥ୍ୟ ଲିକ୍ ମାମଲାରେ କ୍ରାଇମବ୍ରାଞ୍ଚ ହାତରେ ନୂଆ ତଥ୍ୟ, ଦୁବାଇ ଲୁଲୁ ଇଣ୍ଟରନ୍ୟାସନାଲ୍ ଏଜେନ୍ସିରୁ ଆସିଥିଲା ଟଙ୍କା
  • ||

କରୋନାର ପ୍ରଥମ ଆୟୁର୍ବେଦିକ ଔଷଧ ‘କୋରାନିଲ୍’ ଲଞ୍ଚ କଲା ପତାଞ୍ଜଳୀ : କ୍ଲିନିକାଲ୍ ଟ୍ରାଏଲରେ ୭ ଦିନରେ ୧୦୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଥିବା ଦାବି

23/06/2020 at 12:46 PM

ନୂଆଦିଲ୍ଲୀ ୨୩/୦୬ : ଯୋଗ ଗୁରୁ ରାମଦେବ କରୋନା ଚିକିତ୍ସା ପାଇଁ ଆୟୁର୍ବେଦିକ ଔଷଧ ବାହାର କରିଛନ୍ତି | ସେ ଦାବି କରିଛନ୍ତି ଯେ ଆୟୁର୍ବେଦିକ ଔଷଧରେ କରୋନା ଚିକିତ୍ସା ହୋଇପାରିବ | ଏଥିପାଇଁ କୋରୋନିଲ ନାମକ ଔଷଧ ଲଞ୍ଚ କରିଛନ୍ତି | ଏହି ଔଷଧକୁ ପତାଞ୍ଜଳି ଯୋଗାପୀଠ ପ୍ରସ୍ତୁତ କରିଛି | ରାମଦେବ କହିଛନ୍ତି ଯେ କାରୋନିଲରେ ଗିଲୋୟ, ତୁଳସୀ ଏବଂ ଅଶ୍ଵଗନ୍ଧା ରହିଛି ଯାହା ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ | ଏହି ଔଷଧ କ୍ରୋନିକ ରୋଗରୁ ରକ୍ଷା କରିବ |

ରାମଦେବ ବାବା ଦାବି କରିଛନ୍ତି ଯେ କୋରାନିଲର କ୍ଲିନିକାଲ କେସ ଷ୍ଟଡିରେ ୨୮୦ ରୋଗୀଙ୍କୁ ସାମିଲ କରାଯାଇଥିଲା | ୧୦୦ ଜଣଙ୍କ ଉପରେ କ୍ଲିନିକାଲ କଣ୍ଟ୍ରୋଲ ଟ୍ରାଏଲ କରାଯାଇଥିଲା | ୩ ଦିନ ଭିତରେ ୬୯ ପ୍ରତିଶତ ପଜିଟିଭ ରୋଗୀ ଔଷଧ ବ୍ୟବହାର ପରେ ନେଗେଟିଭ ହୋଇଥିଲେ | ୭ ଦିନ ମଧ୍ୟରେ ୧୦୦ ପ୍ରତିଶତ ରୋଗୀ ସୁସ୍ଥ ହୋଇଯାଇଥିଲେ | ମୃତ୍ୟୁହାର ୦ ପ୍ରତିଶତ ବୋଲି ସେ କହିଛନ୍ତି |

ରାମଦେବ ବାବା ଯେଉଁ କରୋନା କିଟ ଲଞ୍ଚ କରିଛନ୍ତି ସେଥିରେ କୋରାନିଲ ଛଡା ଶ୍ୱାସରୀ ବାଟି ଓ ଅଣୁ ତେଲ ରହିଛି | ରାମଦେବ କହିଛନ୍ତି ଯେ ୩ଟିକୁ ଏକାସଙ୍ଗେ ବ୍ୟବହାର କଲେ କରୋନା ସଂକ୍ରମଣ ଶେଷ ହୋଇପାରେ ଏବଂ ରୋଗରୁ ମଧ୍ୟ ରକ୍ଷା ପାଇହେବ | ଶରୀରରେ ଅକ୍ସିଜେନ ଅଭାବ ହେଲେ ଶ୍ୱାସରୀ ଦେଲେ ଲାଭ ମିଳିଥାଏ | ଥଣ୍ଡା, କାଶ, ଜ୍ୱର ମଧ୍ୟ ଏଥିରେ ଭଲ ହୋଇଥାଏ | ଅଣୁ ତେଲ ନାକରେ ପକାଇବାକୁ ହୋଇଥାଏ | ଏହା ମଧ୍ୟ କରୋନାରୁ ରକ୍ଷା କରିଥାଏ |

   Related Posts