ପତଞ୍ଜଳି ଦେବ ୧୦ ଲକ୍ଷ ଟଙ୍କା ଜରିମାନା, ମାଡ୍ରାସ ହାଇକୋର୍ଟ ଦେଲେ ନିର୍ଦ୍ଦେଶ, କରୋନା ପ୍ରସଙ୍ଗରେ ଲୋକଙ୍କ ଭିତରେ ଭୟ-ଆତଙ୍କ ସୃଷ୍ଟି କରୁଥିବାରୁ ବର୍ଷିଲେ ଅଦାଲତ

Published By : Prameya-News7 Bureau | August 07, 2020 IST

ଚେନ୍ନାଇ,୦୭|୦୮:  ବାବାଙ୍କୁ ମାଡ୍ରାସ ହାଇକୋର୍ଟ ଦେଲେ ଜୋରଦାର୍ ଝଟକା । ପତଞ୍ଜଳି ଆୟୁର୍ବେଦ ଉପରେ ପଡିଲା ୧୦ ଲକ୍ଷ ଟଙ୍କାର ଫାଇନ୍ । କମ୍ପାନୀ ଲୋକଙ୍କ ମନରେ ଭୟ ସୃଷ୍ଟି କରି ନିଜ ସାମଗ୍ରୀ ବିକ୍ରି କରୁଥିବା ଅଭିଯୋଗରେ କୋର୍ଟ ଏହି ଫାଇନ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କରୋନିଲ୍ ନାଁକୁ ବ୍ୟବହାର ନକରିବା ପାଇଁ ଲାଗିଥିବା ରହିତାଦେଶ ବିରୋଧରେ ଏକ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି ।

ଜଷ୍ଟିସ ସିଭି କାର୍ତ୍ତିକେୟନ କହିଛନ୍ତି ଯେ, ପତଞ୍ଜଳି ଆୟୁର୍ବେଦ ଏବଂ ଦିବ୍ୟ ଯୋଗ ମନ୍ଦିର ଟ୍ରଷ୍ଟ କରୋନିଲକୁ କରୋନା ମୁକାବିଲା ପାଇଁ ବ୍ୟବହାର କରିବା ପାଇଁ କହୁଛି । କିନ୍ତୁ ପ୍ରକୃତରେ ଏହା କେବଳ ଏକ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ଔଷଧ ଅଟେ । ତେବେ ପତଞ୍ଜଳି ଲୋକଙ୍କ ମନରେ ଭୟ ଓ ଭ୍ରମ ସୃଷ୍ଟି କରୁଛି । ଏହାକୁ ନେଇ ସେମାନେ ଅଧିକରୁ ଅଧିକ ଲାଭ କରିବାକୁ ଚାହୁଁଛନ୍ତି । କରୋନିଲ ଟାବଲେଟ୍ କରୋନାର ପ୍ରତିଷେଧକ ନୁହେଁ । ଏହାକେବଳ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ ।

କୋର୍ଟ ଉଭ କମ୍ପାନୀକୁ ୫ ଲକ୍ଷ ଟଙ୍କାରେ ପ୍ରଦାନ କରିବାକୁ କହିଛନ୍ତି । ଏହି ଟଙ୍କା ଆଦ୍ୟାର କ୍ୟାନସର୍ ଇନଷ୍ଟିଚ୍ୟୁଟ୍ ଓ ସରକାରୀ ଯୋଗ ଓ ନାଚ୍ୟୁରୋପାଥୀ ମେଡିକାଲ କଲେଜକୁ ପ୍ରଦାନ ଅଗଷ୍ଟ ୨୧ ମଧ୍ୟେ ପ୍ରଦାନ କରାଯିବ ।

କୋର୍ଟ ଗତ ମାସରେ  ପତଞ୍ଜଳି ନାଁ ବ୍ୟବହାର ଉପରେ ରହିତାଦେଶ ଲଗାଇଥିଲେ । କାରଣ ଚେନ୍ନାଇର ଅରୁଦ୍ର ନାମକ ଏକ କମ୍ପାନୀ ୧୯୯୩ ମସିହାରେ ଏହି ନାଁରେ ଔଷଧ ତିଆରି କରୁଥିବା ଆବେଦନ କରିଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.