ଆଇପିଏଲ ୨୦୨୦ ସ୍ପନସରସିପ୍ ଦୌଡରେ ସାମିଲ ହେବ ବାବାଙ୍କ ପତଞ୍ଜଳୀ କମ୍ପାନୀ !

Published By : Prameya-News7 Bureau | August 10, 2020 IST

ନୂଆଦିଲ୍ଲୀ ୧୦/୦୮ : ଆଇପିଏଲର ୧୩ତମ ସିଜନରୁ ମୁଖ୍ୟ ପ୍ରଯୋଜକ ଭିଭୋ ହଟିଯିବା ପରେ ନୂଆ ସ୍ପନସର ଖୋଜୁଛି ବିସିସିଆଇ | ଖବର ଅନୁଯାୟୀ, ଯୋଗଗୁରୁ ରାମଦେବ ବାବାଙ୍କ କମ୍ପାନୀ ପତଞ୍ଜଳୀ ଆଇପିଏଲ ୨୦୨୦ ସ୍ପନସରସିପ ପାଇଁ ବୋଲି ଲାଗିପାରେ | ଇକୋନୋମିକ୍ସ ଟାଇମ୍ସ ଅନୁଯାୟୀ, ପତଞ୍ଜଳୀ ମୁଖପାତ୍ର ଏସ.କେ.ତିଜାରାବାଲା କହିଛନ୍ତି ଯେ, ପତଞ୍ଜଳୀକୁ ଗ୍ଲୋବାଲ ବ୍ରାଣ୍ଡ କରିବାକୁ ଚାହୁଁଛନ୍ତି ଏବଂ ସେଥିପାଇଁ ଆଇପିଏଲ ସ୍ପନସରସିପ କଥା ଚିନ୍ତା କରୁଛନ୍ତି | 

{"id":312460,"sizeSlug":"large"}

ତେବେ ବଜାର ସୂଚନା ଅନୁଯାୟୀ, ପତଞ୍ଜଳୀ ଗ୍ଲୋବାଲ ବ୍ରାଣ୍ଡ ନୁହେଁ | ଯଦି ଆଇପିଏଲ ଟାଇଟଲ ସ୍ପନସର ହୁଏ ତାହେଲେ ପତଞ୍ଜଳୀ ନିଶ୍ଚୟ ଫାଇଦା ହେବ କିନ୍ତୁ ଆଇପିଏଲକୁ କିଛି ଫାଇଦା ହେବନାହିଁ | ଭିଭୋ ହଟିଯିବା ପରେ ଆଇପିଏଲ ଟାଇଟଲ ସ୍ପନସରସିପରେ ଜିୟୋ, ଆମାଜନ, ଟାଟା ଗୃପ, ଡ୍ରିମ ୧୧ ଓ ବାୟଯୁ ଭଳି କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି | ବିସିସିଆଇ ଆଇପିଏଲ ସିଜନ ୧୩ ର ନୂଆ ପ୍ରଯୋଜକ ପାଇଁ ପୁରା ପାରଦର୍ଶିତା ଓ ପ୍ରକ୍ରିୟା ପାଳନ କରିବ | ବିସିସିଆଇ ଖୁବ ଶୀଘ୍ର ଆଇଟିବିପି ପ୍ରକାଶ କରିବ | ସ୍ପନସର ଚୟନ ପାଇଁ ଟେଣ୍ଡର ପ୍ରକ୍ରିୟା ପାଳନ କରାଯିବ | କାରଣ ବୋର୍ଡ ପାରଦର୍ଶିତା ଉପରେ ବିଶେଷ ଦୃଷ୍ଟି ଦେଇଥାଏ | ଇନଭିଟେସନ ବିଦ ଅନୁଯାୟୀ ନିଲାମୀ ବିଜେତାଙ୍କୁ ୟୁଏଇରେ ସେପ୍ଟେମ୍ବର ୧୯ ତାରିଖରୁ ନଭେମ୍ବର ୧୦ ତାରିଖ ଯାଏଁ ହେବାକୁ ଥିବା ଆଇପିଏଲ ପ୍ରଯୋଜକ ନିଯୁକ୍ତ କରାଯିବ |

{"id":312462,"sizeSlug":"large"}

ଭାରତ-ଚୀନ ସୀମା ବିବାଦକୁ ନେଇ ଚାଇନା ସାମଗ୍ରୀ ବହିଷ୍କାର ଦାବି ଜୋର ଧରିବା ପରେ ଭିଭୋ ଗତ ସପ୍ତାହରେ ବିସିସିଆଇ ସହ ଚୁକ୍ତିନାମା ଶେଷ କରିଥିଲା | ଭିଭୋ ଇଣ୍ଡିଆ ୨୦୧୭ ରେ ଆଇପିଏଲ ଟାଇଟଲ ପ୍ରଯୋଜନା ଅଧିକାର ୨୧୯୯ କୋଟି ଟଙ୍କାରେ ହାସଲ କରିଥିଲା | ଚୁକ୍ତି ଅନୁଯାୟୀ, କମ୍ପାନୀକୁ ପ୍ରତି ସିଜନରେ ବିସିସିଆଇକୁ ପାଖାପାଖି ୪୦୦ କୋଟି ଟଙ୍କା ଦେବାକୁ ଥିଲା | ତେବେ ନୂଆ ସ୍ପନସର ଏତେ ଟଙ୍କା ନ ଦେଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ଯେଉଁଥିପାଇଁ ବିସିସିଆଇକୁ ଫାଇଦା ହେବନାହିଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.