କରୋନା ଔଷଧ ତିଆରି କରିଛି ପତାଞ୍ଜଳୀ : ୫ ରୁ ୬ ଦିନ ମଧ୍ୟରେ ସୁସ୍ଥ ହେଉଛନ୍ତି ରୋଗୀ !

Published By : Prameya-News7 Bureau | June 13, 2020 IST

ନୂଆଦିଲ୍ଲୀ ୧୩/୦୬ : ବିଶ୍ୱ ମହାମାରୀ କରୋନା ଭ୍ୟାକସିନ ବାହାର କରିବା ପାଇଁ ଦୁନିଆର ଅନେକ ବୈଜ୍ଞାନିକ ପ୍ରୟାସ କରୁଛନ୍ତି | କରୋନା ଭ୍ୟାକସିନ ବାହାର କରିବାକୁ ପାଖାପାଖି ବର୍ଷେ ସମୟ ଲାଗିପାରେ ବୋଲି ଅନେକ ବୈଜ୍ଞାନିକ ଦାବି କରିଛନ୍ତି | ପତାଞ୍ଜଳୀ ଆୟୁର୍ବେଦର ସିଇଓ ଆଚାର୍ଯ୍ୟ ବାଳକୃଷ୍ଣ ଦାବି କରିଛନ୍ତି ଯେ ସେ କରୋନା ଭାଇରସ ଔଷଧ ବାହାର କରି ସାରିଛନ୍ତି |

ନ୍ୟୁଜ ଏଜେନ୍ସି ଏଏନଆଇ ସହ କଥାବାର୍ତ୍ତାରେ ଆଚାର୍ଯ୍ୟ କହିଛନ୍ତି ଯେ କରୋନା ଭାଇରସ ଯେତେବେଳେ ସାରା ଦୁନିଆରେ ବ୍ୟାପିବାରେ ଲାଗିଥିଲା ସେତେବେଳେ ପତାଞ୍ଜଳୀ ଆୟୁର୍ବେଦ ଜଣେ ବୈଜ୍ଞାନିକଙ୍କ ଟିମକୁ ହାୟର କରିଥିଲା ଏବଂ ନିଜ ସଂସ୍ଥାର ସମସ୍ତ ବିଭାଗକୁ କେବଳ କରୋନା ଔଷଧ ଉପରେ କାମ କରିବାକୁ ନିର୍ଦେଶ ଦେଇଥିଲା | ଔଷଧ ତିଆରି କରିବା ପାଇଁ ପ୍ରଥମେ ଶିମୁଲେସନ କରାଯାଇଥିଲା ଏବଂ ଏହିଭଳି ଯୌଗିକ ଚିହ୍ନଟ କରାଯାଇଥିଲା ଯାହା ଭାଇରସ ସହ ଲଢ଼ିପାରିବ | ସେ କହିଛନ୍ତି ଯେ ସେ କରୋନା ରୋଗୀଙ୍କ ଉପରେ ଏବଂ ଔଷଧକୁ ନେଇ ଅଧ୍ୟୟନ କରିଥିଲେ ତାଙ୍କୁ ୧୦୦ ପ୍ରତିଶତ ଅନୁକୂଳ ପରିଣାମ ମିଳିଥିଲା | ଆଚାର୍ଯ୍ୟ ବାଳକୃଷ୍ଣ ଦାବି କରିଛନ୍ତି ଯେ, ଭିନ୍ନ ଭିନ୍ନ ଜାଗାରେ କରୋନା ରୋଗୀଙ୍କୁ ଏହି ଔଷଧ ଦିଆଯାଇଛି ଯେଉଁଥିରୁ ୮୦ ପ୍ରତିଶତ ଲୋକ ୫ ରୁ ୬ ଦିନ ମଧ୍ୟରେ ସୁସ୍ଥ ହୋଇଥିଲେ | ଏହି ଔଷଧ ବ୍ୟବହାର ପରେ ସମ୍ପୂର୍ଣ ସୁସ୍ଥ ହେବା ପାଇଁ କିଛି ଲୋକଙ୍କୁ ୧୦ ରୁ ୧୨ ଦିନ ସମୟ ମଧ୍ୟ ଲାଗିଥିଲା |

{"id":285754,"sizeSlug":"large"}

ଆଚାର୍ଯ୍ୟ ବାଳକୃଷ୍ଣ କହିଛନ୍ତି ଯେ, କରୋନା ଚିକିତ୍ସା ଶତ ପ୍ରତିଶତ ଆୟୁର୍ବେଦ ଦ୍ୱାରା ସମ୍ଭବ | ଏହାକୁ ପ୍ରମାଣିତ କରିବା ପାଇଁ କ୍ଲିନିକାଲ ଟ୍ରାଏଲ ମଧ୍ୟ କରୁଛନ୍ତି ବୋଲି ସେ କହିଛନ୍ତି | ଟ୍ରାଏଲ ଆଧାରରେ ୪ ରୁ ୫ ଦିନ ମଧ୍ୟରେ ପୁରା ଡାଟା ସହ ଦୁନିଆକୁ ଜଣାଇବେ ଯେ ପତାଞ୍ଜଳୀ କରୋନା ଭାଇରସ ଔଷଧ ବାହାର କରିଛନ୍ତି | ସେ ଆହୁରି କହିଛନ୍ତି ଯେ, କରୋନା ଚିକିତ୍ସା ଆୟୁର୍ବେଦ ଦ୍ୱାରା ସମ୍ଭବ ଏବଂ ଆୟୁର୍ବେଦ ଔଷଧ ହିଁ ଏହି ରୋଗକୁ ସମୂଳେ ଧ୍ବଂସ କରିପାରିବ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.