ଗତ ଆର୍ଥିକବର୍ଷରେ ‘ପତଞ୍ଜଳି ଆୟର୍ବେଦ’ର ଲାଭ ୪୨୫ କୋଟି ଟଙ୍କା, ନିଜେ ରାମଦେବ ଦେଲେ ସୂଚନା

Published By : Prameya-News7 Bureau | November 13, 2020 IST

ନୂଆଦିଲ୍ଲୀ ୧୩।୧୧: ପତଞ୍ଜଳି ଆୟୁର୍ବେଦ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ୨୧.୫୬ ପ୍ରତିଶତ ବୃଦ୍ଧି ସହ ମୋଟ ୪୨୪.୭୨ କୋଟି ଟଙ୍କା ଲାଭ କରିଛି। ଏହାର ସଂସ୍ଥାପକ ବାବା ରାମଦେବ ନିଜେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଗତ ଆର୍ଥିକ ବର୍ଷ ଆମଲାଗି ବେଶ୍ ଆହ୍ୱାନପୂର୍ଣ୍ଣ ଥିଲା। କାରଣ ଆମେ ଋଚି ସୋୟା ଅଧିଗ୍ରହଣ କରିଥିଲୁ। ତେବେ ଚାଲେଞ୍ଜ ସତ୍ତ୍ୱେ ଆମେ ନିରନ୍ତର କାମ କରିଚାଲିଛୁ ବୋଲି ସେ କହିଛନ୍ତି।

ରାମଦେବ କହିଛନ୍ତି ଯେ ପତଞ୍ଜଳି ଉତ୍ପାଦ ଉପରେ ଲୋକଙ୍କ ବିଶ୍ୱାସ ବଢିଛି। ସେମାନଙ୍କୁ ସେମାନଙ୍କ ଅର୍ଥ ବଦଳେ ବିଶୁଦ୍ଧ ସାମଗ୍ରୀ ଆମେ ଯୋଗାଇବା ଗ୍ରାହକଙ୍କ ନିକଟରେ ଆମର ଆସ୍ଥା ବଢିଛି। ଯାହାର ପ୍ରଭାବ କମ୍ପାନୀର ବିକାଶରେ ଦେଖାଯାଉଛି। ତେବେ ୧୯-୨୦ ଆର୍ଥିକ ବର୍ଷ ତୁଳନାରେ ପତଞ୍ଜଳି ଆୟୁର୍ବେଦର ଲାଭ ୨୦୨୦-୨୧ ବର୍ଷରେ ଅଧିକ ହେବ ବୋଲି ରାମଦେବ କହିଛନ୍ତି। ଯଦିଓ କୋଭିଡ-୧୯ ଲକଡାଉନ୍‌ ବ୍ୟବସାୟର ସବୁ ସ୍ତରକୁ ପ୍ରଭାବିତ କରିଛି ତେବେ ମାତ୍ର ଅଳ୍ପ କିଛି ଦିନ ଛାଡିଦେଲେ ଆମର ସର୍ଭିସ ଜାରି ରହିଛି।

ଲକଡାଉନ୍‌ ଖୋଲିବା ପରେ ପରିସ୍ଥିତିର ମୁକାବିଲା ଲାଗି ଅନ୍ୟ ବାଣିଜ୍ୟିକ ସଂସ୍ଥାଙ୍କୁ ମାସେ ଦୁଇମାସ ସମୟ ଲାଗିଥିଲା। ହେଲେ ଆମେ ଦ୍ୱୀତିୟ ଦିନ ଉତ୍ପାଦନ ଆରମ୍ଭ କରିପାରିଥିଲୁ। ଗତବର୍ଷ ଡିସେମ୍ବର ମାସରେ  ପତଞ୍ଜଳି ଆୟୁର୍ବେଦ ଋଚି ସୋୟାର ଅଧିଗ୍ରହଣ କରିଥିଲା। ୪ହଜାର ୩୫୦ କୋଟି ଟଙ୍କାରେ ଏହି କାରବାର ହୋଇଥିଲା। ପତଞ୍ଜଳି କେବଳ ଆୟୁର୍ବେଦିକ ଔଷଧ ନୁହେଁ ଖାଦ୍ୟ ପଦାର୍ଥ, ସୋଲାର ପାନେଲ, ଆପେରଲ ଓ ଟ୍ରାନ୍ସପୋର୍ଟ କାରବାର ମଧ୍ୟ କରୁଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.