ବେଆଇନ୍‌ ଚୋରା ବାଲି ଚାଲାଣ ବେଳେ ୪ ଟ୍ରାକ୍ଟର ଜବତ କଲା ପାଟଣା ପୋଲିସ୍

Published By : Prameya-News7 Bureau | November 11, 2020 IST

ପାଟଣା୧୧/୧୧: ବେଆଇନ୍ ଚୋରା ବାଲି ଚାଲାଣରେ ବେଳେ ୪ ଟ୍ରାକ୍ଟର ଜବତ କଲା ପାଟଣା ପୋଲିସ। କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଦୁର୍ଗାଦେଇପୁର ବୈତରଣୀ ବାଲିଘାଟରୁ ବୁଧବାର ଭୋରରୁ ବେଆଇନ ଭାବେ ବାଲି ଉତ୍ତୋଳନ ବେଳେ ପୋଲିସ୍‌ ୪ ଟ୍ରାକ୍ଟର ଜବତ କରିଛି।

ସୂଚନାଯୋଗ୍ୟ ଯେ, ଏହି ଘାଟିରେ ଦୀର୍ଘ ୫ ବର୍ଷ ହେବ ଟ୍ରାକ୍ଟର ପିଛା ବିନା ଟିପିରେ ବେଆଇନ ଭାବେ ୨୦୦ ଟଙ୍କା ଲେଖାଏଁ ଆଦାୟ ହେଉଥିବା ଅଭିଯୋଗ ହୋଇ ଆସୁଥିଲା। ପାଟଣା ତହସିଲ ଏବଂ ଥାନାଠାରୁ ମାତ୍ର ୨ କିମି ଦୂରରେ ଥିବା ଏହି ଘାଟରୁ ଟ୍ରାକ୍ଟର ପିଛା ବେଆଇନ ଭାବେ ୨୦୦ ଟଙ୍କା ଆଦାୟ ହେବା ଘଟଣାକୁ ସାଧାରଣରେ ଚର୍ଚ୍ଚା ହେଉଛି।

ପ୍ରଶାସନର ନୀରବତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି। ବୁଧବାର ଚଢ଼ାଉରେ ପାଟଣା ଥାନା ପକ୍ଷରୁ ଥାନାଧିକାରୀ ସୋମନାଥ ଜେନା, ଏସ, ଆଇ ଅରୁପ କୁମାର ସାମଲ ଏସ, ଆଇ ଶିବଶଙ୍କର ଆଲଦା ଓ ଥାନା କର୍ମଚାରୀ ପହଞ୍ଚି ଦୁର୍ଗାଦେଇପୁର ଘାଟରେ ଚଢାଇ କରି ୪ଟି ଟ୍ରାକରକୁ ଜବତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.