ଅସହାୟଙ୍କୁ ଶୁଖିଲା ଖାଦ୍ୟ ବାଣ୍ଟିଲେ ପାଟଣା ସୁରକ୍ଷା କମିଟି

Published By : Prameya-News7 Bureau | May 15, 2020 IST

ପାଟଣା୧୫/୫: କରୋନା ଯୋଗୁଁ ସାରା ରାଜ୍ୟରେ ଦିନ ମଜୁରିଆମାନେ ନାହିଁ ନଥିବା ଅସୁବିଧା ଭୋଗ କରୁଥିବା ବେଳେ ଦିଓଳି ଦିମୁଠା ଦାନା ପାଇଁ ଦୁଃଖ କଷ୍ଟରେ ରହୁଛନ୍ତି । ଏହି ସମୟରେ କେନ୍ଦୁଝର ଜିଲ୍ଲା ପାଟଣାବ୍ଲକ ଅନ୍ତର୍ଗତ ବଡପାଟଣା ପଞ୍ଚାୟତ ଝାଟିପଡ଼ା ଗ୍ରାମରେ ପାଟଣା ସୁରକ୍ଷା କମିଟି ତରଫରୁ ଯୁବନେତା ପାଟଣା ସୁରକ୍ଷା କମିଟି ପକ୍ଷରୁ ସମାଜସେବୀ ବିଜୟ ରତ୍ନ ପତି ଝାଟିପଡା ଗ୍ରାମର ଗରିବ ପରିବାରଙ୍କୁ ସହାୟତାର ହାତ ବଢ଼ାଇଛନ୍ତି।

ଅସହାୟ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ଡାଲି, ଆଳୁ, ଚାଉଳ, ପନିପରିବା ବିସ୍କୁଟ ଆଦି ବଣ୍ଟନ କରିଛନ୍ତି।ଗ୍ରାମର ଅତି ଗରିବ ଶ୍ରେଣୀର ପରିବାରଙ୍କୁ ଘରକୁ ଘର ବୁଲି ଏହି ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.