ପାଟଣା ରେଞ୍ଜରେ ହାତୀ ଉପଦ୍ରବ: ଗଛ ଉପରେ ମଞ୍ଚା ବାନ୍ଧି ଫସଲ ଜଗିଲେ ଚାଷୀ, ଅନ୍ୟ କିଛି ନାହିଁ ବିକଳ୍ପ

Published By : Prameya-News7 Bureau | November 23, 2020 IST


ପାଟଣା୨୩/୧୧: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ଦୀର୍ଘ ଏକ ସପ୍ତାହ ଧରି ହାତୀପଲଙ୍କ ଉପଦ୍ରବ ଜାରି ରହିଛି।ବିଳମ୍ବିତ ରାତିରେ ହାତୀପଲ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହ ଅମଳ ପାଇଁ ରଖା ଯାଇଥିବା ଶହ ଶହ ଧାନ ବିଡା ଖାଇ ଦେଉଛନ୍ତି। ଋଣ କରଜ କରି ଚାଷ କରିଥିବା ଚାଷୀ ନିଜ ଫସଲକୁ ହାତୀ ଦାଉରୁ ରକ୍ଷା କରିବା ପାଇଁ ଗଛ ଉପର ମଞ୍ଚା ବାନ୍ଧି ରାତି ଅନିଦ୍ରା ହୋଇ ଫସଲ ଜଗି ରହିବା ସହ ତରବରିଆ ହୋଇ କଞ୍ଚା ଧାନକୁ କାଟି ନେଉଛନ୍ତି। ଖୁବ ଶୀଘ୍ର ଏ ଅଞ୍ଚଳରୁ ହାତୀପଲଙ୍କୁ ଘଉଡାଇବା ସହ କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଦେବାକୁ କ୍ଷତିଗ୍ରସ୍ତ ଚାଷୀ ଦାବି କରିଛନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.