ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ-୨୦୨୦ ଉଦଯାପିତ୍…
3/02/2020 at 4:53 PM

ସୁବର୍ଣ୍ଣପୁର୩/୧: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା କୋଟ ସମଲାଇଠାରେ ଚାଲିଥିବା ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବ-2020 ଉଦଯାପିତ ହୋଇଯାଇଛି। ଏହି ଆଧ୍ୟାତ୍ମିକ ମହୋତ୍ସବ ସାତ ଦିନ ଧରି ଚାଲିଥିବା ବେଳେ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଏହି ପୀଠରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି ।
ବିଭୂକୃପା ସାଉଁଟିବା ସହିତ ନିଜକୁ ସାମିଲ କରିଥିଲେ ଏହି ପୀଠରେ ଚାଲିଥିବା ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ।ଆନନ୍ଦ ବଜାରରେ ଶ୍ରୀଜଗନ୍ନାଥଙ୍କ ମହାପ୍ରସାଦ ପାଇ ମହୋତ୍ସବରେ ନିଜକୁ ହଜେଇ ଦେଇଥିଲେ । ଏହି ପୀଠରେ ଦୀର୍ଘ ୧୪୪ ବର୍ଷ ଧରି ଓଡିଶାର ଆରାଧ୍ୟ ଦେବ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହିତ ଗୁପ୍ତଲୀଳା କରିଥିବାରୁ ବର୍ଷର ସବୁ ସମୟରେ ଏହି ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହୁଏ ।
ହେଲେ ବିଶେଷକରି ପାତାଳୀ ଶ୍ରୀକ୍ଷେତ୍ର ମହୋତ୍ସବରେ ବହୂ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପହଂଚି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ।