ମନ ବଦଳାଇଲେ କମିନ୍ସ, ଭାରତରେ କୋଭିଡ୍ ମୁକାବିଲା ପାଇଁ ପିଏମ୍ କେୟାର୍ସ ନୁହେଁ ବରଂ ୟୁନିସେଫ୍ ଅଷ୍ଟ୍ରେଲିଆକୁ କରିବେ ଦାନ

Published By : Prameya-News7 Bureau | May 04, 2021 IST

ନୂଆଦିଲ୍ଲୀ,୦୪/୦୫: ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସ ତରଫରୁ ଖେଳୁଥିବା ଅଷ୍ଟ୍ରେଲିଆ ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ ଭାରତକୁ କରୋନା ମୁକାବିଲା ପାଇଁ ସହଯୋଗର ହାତ ବଢାଇଛନ୍ତି । ଏନେଇ ସେ ସ୍ପଷ୍ଟ କରିଛନ୍ତି । କିନ୍ତୁ ସେ ପିଏମ କେୟାର୍ସକୁ ଟଙ୍କା ଦେଇ ନାହାଁନ୍ତି । ସେ ଭାରତରେ କରୋନା ମୁକାବିଲା ପାଇଁ ୟୁନିସେଫ୍ ଅଷ୍ଟ୍ରେଲିଆକୁ ଏହି ଅର୍ଥରାଶି ଦେଇଛନ୍ତି ।  ସେ ଗୋଟିଏ ସପ୍ତାହ ପୂର୍ବରୁ ଏହି ଟଙ୍କା ପିଏମ କେୟାର୍ସକୁ ପ୍ରଦାନ କରିଥିବା ଦାବି କରିଥିଲା ।

ଭାରତରେ ଏବେ କରୋନା ସ୍ଥିତି ସଙ୍ଗୀନ ରହିଛି । ଦୈନିକ ସାଢେ ୩ ଲକ୍ଷରୁ ଅଦିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ମୃତ୍ୟୁସଂଖ୍ୟା ମଦ୍ୟ ୩ ହଜାର ଉପରେ ରହୁଛି । ଦେଶରେ ଅକ୍ସିଜେନ ସଙ୍କଟ ଦେଖାଦେଇଛି । ଅକ୍ସିଜେନ୍ ଅଭାବ ଦୂର କରିବା ପାଇଁ ସୋମବାର ପ୍ୟାଟ୍ କମିନ୍ସ ଦାନ କରିବେ ବୋଲି ଘୋଷଣା କରିଥିଲେ । ଏବେ ସେ ମନ ବଦଳାଇ ଦେଇଛନ୍ତି ।

wp:html /wp:html

ସେ ନିଜ ଟ୍ୱିଟରରେ ଲେଖିଛନ୍ତି ଯେ, କ୍ରିକେଟ୍ ଅଷ୍ଟ୍ରେଲିଆ ଭଲ କାମ କରିଛି । ସେ ୟୁନିସେଫ ଅଷ୍ଟ୍ରେଲିଆକୁ ଦାନ କରି ଭାରତରେ କାମ କରିବାକୁ ଅପିଲ କରିଛନ୍ତି । ଏହାସହ ଲୋକଙ୍କୁ ମଧ୍ୟ ସହଯୋଗ ମାଗିଛନ୍ତି ।

ସୂଚନାଯୋଗ୍ୟ, କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ଭାରତକୁ ସହାୟତାର ହାତ ବଢାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.