Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଟେକ୍ସାସ୍ ପାଷ୍ଟରଙ୍କ ଯୌନ କେଳେଙ୍କାରୀ : ଚର୍ଚ୍ଚ ଭିତରେ ୧୫ ବର୍ଷର ଝିଅ ସହ ଶାରୀରିକ ସମ୍ପର୍କ, ହୋଟେଲରେ ରଖି କରୁଥିଲେ ଉପଭୋଗ, ନିଶା ସାମଗ୍ରୀର ଚୋରା ବେପାରରେ ଲଗାଉଥିଲେ

23/07/2021 at 2:31 PM

ନୂଆଦିଲ୍ଲୀ,୨୩/୦୭:  ପାଷ୍ଟର୍ ବା ପାଦ୍ରୀ ନାଁରେ ପିଶାଚ । ନାବାଳିକା ସହ ଚର୍ଚ୍ଚରେ ରଖିଲେ ଶାରୀରିକ ସମ୍ପର୍କ । ଏହାସହ ଚଳାଇଥିଲେ ନିଶା କାରବାର ରାକେଟ୍ । ଏପରି ଜଘନ୍ୟ ଘଟଣା ଘଟିଛି ଆମେରିକାର ଟେକ୍ସାସ ସହରରେ । ପୋଲିସ ଅଭିଯୁକ୍ତ ପାଦ୍ରୀଙ୍କୁ ଗିରଫ କରିବା ସହ ତଦନ୍ତ ଆରମ୍ଭ କରିଛି ।

ପୋଲିସର କହିବାନୁସାରେ, ନାବାଳିକାଙ୍କ ମାଆ ବହୁ ଖୋଜାଖୋଜି ପରେ ଝିଅକୁ ପାଇନଥିଲେ । ପରେ ପୋଲିସ ସହାୟତାରେ ସ୍ଥାନୀୟ ହୋଟେଲକୁ ଯାଇଥିଲେ। ସେଠାରେ ଝିଅ ନଥିଲା । କିନ୍ତୁ ଜଣେ ପାଦ୍ରୀ ବ୍ରାଏନ ପାଉଣ୍ଡସଙ୍କୁ ଦେଖିଥିଲା ପୋଲିସ । ପାଦ୍ରୀଜଣଙ୍କ ଆଉ ଜଣେ ବ୍ୟକ୍ତିଙ୍କୁ ହୋଟେଲର ଏକ କୋଠରୀ ଦେଇଥିବା କହିଥିଲେ । କୋଠରୀଟି ସ୍ଥାନୀୟ ଏକ ଚର୍ଚ୍ଚନାମରେ ବୁକ୍ ହୋଇଥିଲା । କିନ୍ତୁ ଗତ ଜୁଲାଇ ୧ ତାରିଖରେ ମହିଳାଜଣଙ୍କ ନିଜ ଝିଅକୁ ଓ୍ୱାଲମାର୍ଟ ଅଞ୍ଚଳରେ ଠାବ କରିଥିଲେ । ଏହାପରେ ସେ ଝିଅକୁ ଭେରନନ୍ ପୋଲିସ ନିକଟକୁ ନେଇଥିଲେ ।

ନାବାଳିକାଜଣଙ୍କ ପୋଲିସକୁ କହିଥିଲେ ଯେ, ସେ ଓ ପାଉଣ୍ଡସଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଛି । ସେମାନେ ଦ୍ୱିପହରରେ ହୋଟେଲରେ ଯୌନ ସମ୍ପର୍କ ରକ୍ଷାକରନ୍ତି । ଆହୁରି ମଧ୍ୟ ପାଦ୍ରୀ ନାବାଳିକାଙ୍କୁ କୌଣସି ଏକ ନିଶାଦ୍ରବ୍ୟ ଗ୍ରହଣ କରିବାକୁ ବାଧ୍ୟ କରିଥାନ୍ତି । ଏପରି ଭାବେ ଦୀର୍ଘ ମାସେ ହେଲା ସେମାନଙ୍କ ମଧ୍ୟରେ ସମ୍ପର୍କ ରହିଛି । ଉଭୟେ ପରସ୍ପରକୁ ଚର୍ଚ୍ଚରେ ହିଁ ଚିହ୍ନିଥିଲେ । କିନ୍ତୁ ପରେ ଏହି ସବୁ ଘଟଣାକୁ ପାଉଣ୍ଡସ୍ ଖଣ୍ଡନ କରିଥିଲେ ।ପୋଲିସ ଏତିକିରେ ଅଟକି ନଥିଲା । ହୋଟେଲରୁ ଯାଇ ପୁଣି ତଦନ୍ତ କରିଥିଲା । କୋଠରୀରୁ ଅନେକ ଆପତ୍ତିଜନକ ସାମଗ୍ରୀ, ନିଶାଦ୍ରବ୍ୟ ଆଜି ଜବତ ହୋଇଥିଲା । ଏହା ହିଁ ପାଉଣ୍ଡସଙ୍କୁ ଦୋଷୀ ସାବ୍ୟସ୍ତ ପାଇଁ ପର୍ଯ୍ୟାପ୍ତ ଥିଲା ।

ଏହାସହ ପୋଲିସ ନାବାଳିକାଙ୍କୁ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ଓ୍ୱିଚିଟା ଫଲ୍ସ ହସ୍ପିଟାଲକୁ ପଠାଇଥିଲା । ସେଠାରେ ନାବାଳିକାଙ୍କର ଚିକିତ୍ସା ହୋଇଥିଲା । ଏହାପରେ ନାବାଳିକାଜଣଙ୍କ ତଦନ୍ତକାରୀ ସଂସ୍ଥାକୁ ସବୁ କିଛି କହିଥିଲେ । କିପରି ଘରଠୁ ୫୦ କିମି ଦୂରରେ ଥିବା ଏକ ହୋଟେଲରେ ତାଙ୍କ ସହ ପାଦ୍ରୀଜଣଙ୍କ ବଳପୂର୍ବକ ଶାରୀରିକ ସମ୍ପର୍କ ରଖୁଥିଲେ । ତାଙ୍କୁ ନିଶାଦ୍ରବ୍ୟ ଦେଉଥିଲେ, ଏସବୁ କଥା ସେ ଅଧିକାରୀଙ୍କୁ ଜଣାଇଥିଲେ । ଆହୁରି ମଧ୍ୟ ତାଙ୍କ ଦ୍ୱାରା ପାଉଣ୍ଡସ୍ ଘର ସଫା କରାଉଥିଲେ । ପ୍ରଥମେ ଦୁଇ ଥର ପାଉଣ୍ଡସ ତାଙ୍କୁ ଚର୍ଚ୍ଚରେ ଦୁଷ୍କର୍ମ କରିଛନ୍ତି । ଏପରିକି ଥରେ ତାଙ୍କୁ ହତ୍ୟା କରିବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା । ପୋଲିସ ପାଉଣ୍ଡସଙ୍କୁ ଗିରଫ କରିସାରିଛି । ତାଙ୍କ ବିରୋଧରେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ମାମଲା ରୁଜୁ ହୋଇଛି ।

   Related Posts