Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଚର୍ଚ୍ଚକୁ ପ୍ରାର୍ଥନା କରିବାକୁ ଆସିଥିବା ଯୁବତୀଙ୍କୁ ଚା ରେ ନିଶାଦ୍ରବ୍ୟ ମିଶାଇ ପାଷ୍ଟର କଲେ ଦୁଷ୍କର୍ମ, ଏବେ ସମାଧାନ ପାଇଁ କରୁଛନ୍ତି ବଳପ୍ରୟୋଗ

10/02/2019 at 4:55 PM

ଚଣ୍ଡିଗଡ଼ ୧୦/୨- ଚର୍ଚ୍ଚକୁ ପ୍ରାର୍ଥନା କରିବାକୁ ଯାଇଥିବା ଯୁବତୀଙ୍କୁ ଯୀଶୁଙ୍କ କୃପା ଲାଭ କରିବାକୁ କହି ପାଷ୍ଟର କଲେ ଦୁଷ୍କର୍ମ ।ପାଷ୍ଟର ଚା ରେ ନିଶାଦ୍ରବ୍ୟ ମିଶାଇ ଯୁବତୀଙ୍କୁ ଏଭଳି ଅସଦାଚରଣ କରିଥିବା କଥା ପରିବାର ପକ୍ଷରୁ ଆରୋପ ଲଗାଯାଇଛି ।

ଫେଜ-୫ରେ ଥିବା ନ୍ୟାସନାଲ ହ୍ୟୁମାନ ରାଇଟସ୍ ଆଣ୍ଡ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ କର୍ମୀମାନଙ୍କ ଦ୍ଵାରା ଡ଼କାଯାଇଥିବା ପ୍ରେସ କନଫେରେନ୍ସରେ ଯୁବତୀ ଆଣିଛନ୍ତି ଏହି ଅଭିଯୋଗ । ତାଙ୍କୁ ପାଷ୍ଟର ବାରମ୍ବାର ଫୋନ କରୁଥିଲେ । ଯୀଶୁଙ୍କ ନିକଟବର୍ତ୍ତୀ ହେବାକୁ ହେଲେ ତାଙ୍କର ସାହାର୍ଯ୍ୟ ନେବାକୁ ପଡ଼ିବ ବୋଲି କହୁଥିଲେ । ଏଥିପାଇଁ ସେ ବାରମ୍ବାର ଫୋନ କରି ଦେଖା କରିବାକୁ ଡ଼ାକୁଥିଲେ ।

ଜରିକପୁରରେ ରହୁଥିବା ଯୁବତୀ ଡ଼ିସେମ୍ବର ୭ ତାରିଖ ୨୦୧୭ ମସିହାରେ ଦେଖା କରିବାକୁ ଯାଇଥିଲେ । ପାଷ୍ଟର ତାଙ୍କୁ ସେକ୍ଟର-୬୩ରେ ଥିବା ଏକ ଫ୍ଲାଟକୁ ନେଇଥିଲେ । ସେଠାରେ ଯୁବତୀଙ୍କୁ ଚା ରେ ନିଶାଦ୍ରବ୍ୟ ମିଶାଇ ଦୁଷ୍କର୍ମ କରିଥିବା କଥା ଅଭିଯୋଗ ଆଣିଛନ୍ତି ।

ଏହି ଅଭିଯୋଗ ଆଣିବା ପରେ ପାଷ୍ଟର ଓ ସେମାନଙ୍କ ଶୁଭେଛୁ ମାନଙ୍କ ଦ୍ଵାରା ତାଙ୍କ ପରିବାରକୁ ମିଳିଛି ହତ୍ୟା ଧମକ । ସେମାନେ ପୀଡ଼ିତାଙ୍କ ବାପା ଓ ଭାଇଙ୍କୁ ଜୀବନରୁ ମାରିଦେବାକୁ ଧମକାଉଥିବା କଥା ଥାନାରେ ଯୁବତୀ ଆଣିଛନ୍ତି ଅଭିଯୋଗ ।

ଏହି ମାମଲାରେ ପାଷ୍ଟର ସମାଧାନ କରିବାକୁ ତାଙ୍କ ପରିବାର ଉପରେ ବଳ ପ୍ରୟୋଗ କରୁଥିବା କଥା କହିଛନ୍ତି ।

   Related Posts