ଯଦି ଆପଣ ଏବେବି ଏମିତି ପାସ୍‌ଓ୍ବାର୍ଡ ରଖୁଛନ୍ତି ତେବେ ହୋଇଯାଆନ୍ତୁ ସାବଧାନ, ନଚେତ୍ ପଡିବେ ଅସୁବିଧାରେ

Published By : Prameya-News7 Bureau | December 22, 2019 IST

ନୂଆଦିଲ୍ଲୀ ୨୨।୧୨: ଆଜିକାଲ ସୋସିଆଲ ମିଡିଆରେ ଲୋକଙ୍କ ଏକାଧିକ ଆକାଉଣ୍ଟ ରହୁଛି । ତେଣୁ ସବୁର ପାସଓ୍ବାର୍ଡ ମନେରଖିବା ଏତେ ସହଜ ହେଉନାହିଁ । ତେଣୁ ଅଧିକାଂଶ ଲୋକ ନିଜର ଡିଭାଇସ୍ ଅଥବା ସୋସିଆଲ ମିଡିଆ ଆକାଉଣ୍ଟର ପାସଓ୍ବାର୍ଡ ‘୧୨୩୪୫୬’ ରଖଥିବା ଜଣାପଡିଛି । ଯଦି ଆପଣ ମଧ୍ୟ ଏଭଳି ପାସଓ୍ବାର୍ଡ ରଖୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ।ନଚେତ୍ ଅସୁବିଧାରେ ପଡିପାରନ୍ତି ।

ସୂଚନାଯୋଗ୍ୟ ଯେ, ଇଂଲଣ୍ଡର ପ୍ଲେମାଉଥ୍ ୟୁନିଭର୍ସିଟିର ଏକ ଗବେଷଣାରୁ ଜଣାପଡିଛି ଯେ, ୧୬ ଅଙ୍କ ବିଶିଷ୍ଟ ପାସଓ୍ବାର୍ଡ ରଖୁଥିବା ଲୋକଙ୍କ ତୁଳନାରେ ଏଭଳି ସହଜ ପାସଓ୍ବାର୍ଡ ରଖୁଥିବା ଲୋକମାନେ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।

ଏକ ରିପୋର୍ଟ ମୁତାବିକ ଯଦି ଡିଭାଇସ୍ ଅଥବା ନିଜର ସୋସିଆଲ ମିଡିଆ ପାସଓ୍ବାର୍ଡ ‘୧୨୩୪୫୬’ର ବ୍ୟବହାର କରୁଛନ୍ତି ତେବେ ତାହାକୁ ଯଥାଶୀଘ୍ର ବଦଳାଇ ଦିଅନ୍ତୁ । ନଚେତ୍ ଆପଣଙ୍କ ଆକାଉଣ୍ଟ ଏବଂ ଡିଭାଇସ୍ ହ୍ୟାକରମାନଙ୍କ ପାଇଁ ହ୍ୟାକ୍ କରିବା ସହଜ ହୋଇଯିବ ।

ଅଧିକାଂଶ ସମୟରେ ସାଇବର ଅପରାଧୀଙ୍କଠାରୁ ଆକାଉଣ୍ଟର ୟୁଜର୍ସଙ୍କ ଡାଟା ସୁରକ୍ଷିତ ରଖିବା ପାଇଁ ଏହି ପାସଓ୍ବାର୍ଡକୁ ଅନ୍ୟ ସାଇବର ହ୍ୟାକରଙ୍କୁ ଉପଲବ୍ଧ କରାଯାଇଥାଏ । ଯାହାଦ୍ବାରା ମଧ୍ୟ ଆପଣଙ୍କ ଆକାଉଣ୍ଟର କ୍ଷତି ହୋଇଥାଏ । ଫଳରେ ଡିଭାଇସ୍ ହେଉ କି ଅନ୍ୟ ସୋସିଆଲ ମିଡିଆ ଆକାଉଣ୍ଟର ପାସଓ୍ବାର୍ଡ, ସବୁବେଳେ ଷ୍ଟ୍ରଙ୍ଗ୍ ପାସଓ୍ବାର୍ଡ ବ୍ୟବହାର କରିବା ଉଚିତ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.