ପାସପୋର୍ଟ , ଆଧାର, ଭୋଟର ଆଇଡି ସବୁକିଛି ଗୋଟିଏ ଆଇଡି କାର୍ଡରେ

Published By : Prameya-News7 Bureau | September 23, 2019 IST

ନୂଆଦିଲ୍ଲୀ - କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଭୋଟର ଆଇଡି , ପାସ୍‌ପୋର୍ଟ , ଆଧାର ସବୁକିଛି ଗୋଟିଏ କାର୍ଡରେ ଉପଲବ୍ଧ ହେବ ବୋଲି କହିଛନ୍ତି । କେନ୍ଦ୍ର ସରକାର ଏକ ମଲ୍ଟି ପ୍ରପୋଜ କାର୍ଡ ଲଞ୍ଚ କରିବା ଯୋଜନାରେ ଅଛନ୍ତି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସୂଚନା ଦେଇଛନ୍ତି । ଏବେ ଦେଶରେ ଭୋଟର ଆଇଡି , ପାସ୍‌ପୋର୍ଟ , ଆଧାର ପାଇଁ ଅଲଗା ଅଲଗା କାର୍ଡ ବ୍ୟବହାର କରାଯାଉଛି ।

ଏହାକୁ ଠିକଣା ଓ ଫଟୋ ପରିଚୟ ପତ୍ର ପରି ବ୍ୟବହାର କରାଯାଉଛି । ଭୋଟର ଆଇଡି , ପାସ୍‌ପୋର୍ଟ , ଆଧାର ସହ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଏହି କାର୍ଡ ସହ ସଂଯୋଗ କରାଯିବ ।
୨୦୧୪ ମସିହାରୁ ମୋଦୀଙ୍କ ସରକାର ଆସିବା ପରେ ଚିନ୍ତା କରିବାରେ ପରିବର୍ତ୍ତନ ହୋଇଛି । ଦେଶକୁ ବିଭିନ୍ନ ସମସ୍ୟାରୁ ମୁକ୍ତି ଦେବା ପାଇଁ ଚେଷ୍ଚା କରାଯାଉଛି ।ବୋଲି ସେ କହିଛନ୍ତି ।

୨୦୨୧ର ଜନଗଣନା ମୋବାଇଲ୍‌ ଆପ୍‌ ଯୋଗେ ହେବ ବୋଲି ସେ ସୂଚନା ଦେଇଛନ୍ତି । କୌଣସି ବ୍ୟକ୍ତିର ଜନ୍ମ ଓ ମୃତ୍ୟୁର ପଞ୍ଜିକରଣ ପାଇଁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ନ ଦଉଡି ମୋବାଇଲ୍‌ ଆପ ମାଧ୍ୟମରେ ଏହା ହୋଇପାରିବ ବୋଲେ ସେ ସୂଚନା ଦେଇଛନ୍ତି । ଦେଶରେ ଡିଜିଟାଲାଇଜେସନ୍‌କୁ ପ୍ରୋତ୍ସାହନ ଦିଆଯିବା ଉଚିତ୍‌ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.