ପାକିସ୍ତାନ: ସିନ୍ଧୁ ନଦୀକୁ ଖସିଲା ଭ୍ୟାନ୍, ୧୭ ମୃତ, ୧୬ ମୃତକ ଗୋଟିଏ ପରିବାରର

Published By : Prameya-News7 Bureau | June 08, 2021 IST

ଖୈବରପୁକ୍ତନଖ୍ୱା ୮।୬: ପାକିସ୍ତାନ ଖୈବରପୁକ୍ତନଖ୍ୱା ପ୍ରାନ୍ତରେ ଗୋଟିଏ ପରିବାର ମଙ୍ଗଳବାର ସଡକ ଦୁର୍ଘଟଣାରେ ନିଶ୍ଚିହ୍ନ ହୋଇଯାଇଛି। ପରିବାରଟି ଚିଲାସା ସହରରୁ ରାୱଲ ପିଣ୍ଡି ଯିବା ରାସ୍ତାରେ କୋହିସ୍ତାନ ଜିଲ୍ଲା ପାନିବା ଅଞ୍ଚଳରେ ସେମାନଙ୍କ ଭ୍ୟାନ୍‌ ସିନ୍ଧୁ ନଦୀକୁ ଖସିପଡିଛି। ଫଳରେ ପରିବାରର ସମସ୍ତ ୧୬ ଜଣ ସଦସ୍ୟ ଓ ଭ୍ୟାନ ଚାଳକ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାଗ୍ରସ୍ତ ଭ୍ୟାନଟି ଏକ ଘରୋଇ ଗାଡି ଓ ପରିବାର ଲୋକେ ରାୱଲପିଣ୍ଡି ଯିବା ଲାଗି ଭଡ଼ାରେ ନେଇଥିଲେ ବୋଲି ସମ୍ବାଦପତ୍ର ଡନ ସୂତ୍ରରୁ ଜଣାପଡିଛି।

{"id":463250,"width":837,"height":565,"sizeSlug":"large","linkDestination":"none"}

ଭ୍ୟାନରେ ଚାଳକଙ୍କ ସମେତ ମୋଟ ୧୭ ଜଣ ଯାତ୍ରା କରୁଥିଲେ।  ପାନିବାରେ ଗାଡି  ଏକ ମୋଡ଼ ବୁଲୁଥିବା ବେଳେ ଚାଳକ ନିୟନ୍ତ୍ରଣ ହରାଇବାରୁ ଭ୍ୟାନଟି ନଦୀକୁ ଖସିପଡିଥିଲା। ଭ୍ୟାନଟି ଗଭୀର ପାଣିରେ ବୁଡିଯାଇଥିବା ବେଳେଏଥିରେ ଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ମୃତକଙ୍କ ମଧ୍ୟରେ ମହିଳା ଓ ଶିଶୁ ଥିବାର  ଦାସୁ କୋହିସ୍ତାନ ନିୟନ୍ତ୍ରଣ କକ୍ଷ୍ୟର ଅଧିକାରୀମାନେ ସୂଚିତ କରିଛନ୍ତି।

{"id":463251,"width":836,"height":556,"sizeSlug":"large","linkDestination":"none"}

ଦୁର୍ଘଟଣା ସୂଚନା ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଦୁର୍ଘଟଣା ସ୍ଥଳରେ ପାଣି ଗଭୀର ଥିବା ସାଙ୍ଗକୁ ଲଗାଣ ବର୍ଷା ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି କରିଛି। ଉଦ୍ଧାର କାର୍ଯ୍ୟ ଲାଗି ସ୍ଥାନୀୟ ଲୋକଙ୍କ ସହାୟତା ନିଆଯାଇଥିବା ବେଳେ ବୁଡ଼ାଳୀ ମଧ୍ୟ ସହଯୋଗ କରୁଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.