ବିଶ୍ୱକପ ଦେଖିବା ପାଇଁ ୧୭ ଟି ଦେଶ ସୀମା ପାରି କରି ୨୩ ହଜାର କି:ମି: କାର ଚଲାଇ ଲଣ୍ଡନରେ ପହଞ୍ଚିଲା ପୁରା ପରିବାର

Published By : Prameya-News7 Bureau | July 08, 2019 IST

ଲର୍ଡ୍ସ ୮/୭ : ବିଶ୍ୱକପ କ୍ରିକେଟ ବର୍ତ୍ତମାନ ରୋମାଞ୍ଚକ ସ୍ଥିତିରେ ଅଛି । ସାରା ଦୁନିଆର ନଜର ଏବେ ବିଶ୍ୱକପ କ୍ରିକେଟ ଉପରେ । ସିଙ୍ଗାପୁରରେ ରହୁଥିବା ଜଣେ ଭାରତୀୟ ପରିବାର ବିଶ୍ୱକପ କ୍ରିକେଟ ଫାଇନାଲ ମ୍ୟାଚ ଦେଖିବା ପାଇଁ କାରରେ ଲଣ୍ଡନରେ ଆସି ପହଞ୍ଚିଛନ୍ତି । ୫୦ ଦିନ ପର୍ଯ୍ୟନ୍ତ କାରରେ ଯାତ୍ରା କରି ୧୭ ଟି ଦେଶ ସୀମା ପାରି କରି ସେମାନେ ଜୁଲାଇ ୫ ତାରିଖରେ ଲଣ୍ଡନରେ ପହଞ୍ଚିଛନ୍ତି । ଜୁଲାଇ ୬ ତାରିଖରେ ଲର୍ଡ୍ସରେ ଭାରତ ଶ୍ରୀଲଙ୍କା ମ୍ୟାଚ ମଧ୍ୟ ଦେଖିଛନ୍ତି ।

{"id":131713}

ସିଙ୍ଗାପୁରରେ ରହୁଥିବା ମାଥୁର ପରିବାର ଏବେ ବ୍ରିଟେନରେ ଅଛନ୍ତି । ପରିବାରର ୬ ଜଣ ସଦସ୍ୟ ଟିମ ଇଣ୍ଡିଆକୁ ଚିଅର କରିବାକୁ ୫୦ ଦିନ ଧରି ୧୭ ଦେଶ ସୀମା ପାରି କରି ୨୨ ହଜାର ୬୦୦ କି:ମି: ଯାତ୍ରା କରିଛନ୍ତି । ସିଙ୍ଗାପୁରରୁ ଲଣ୍ଡନ ପର୍ଯ୍ୟନ୍ତ ଏହି ରୋଡ ଟ୍ରିପରେ ପରିବାରର ୩ ବର୍ଷ ବୟସଠୁ ଆରମ୍ଭ କରି ୬୭ ବର୍ଷ ବୟସ୍କ ପର୍ଯ୍ୟନ୍ତ ୩ ପିଢୀ ସାମିଲ ଥିଲେ । ବିଷୁବ ରେଖାରୁ ଆଣ୍ଟାର୍ଟିକା ଦେଇ ଏମାନେ ଲଣ୍ଡନରେ ପହଞ୍ଚିଛନ୍ତି । ଆସନ୍ତାକାଲି ମାଥୁର ପରିବାର ଭାରତ ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ ଦେଖିବ ।

{"id":131714}

ମାଥୁର ପରିବାରର ଏହି ଯାତ୍ରା ପାଇଁ ମା ୧୭ ତାରିଖରେ ଭାରତୀୟ ଉଚ୍ଚାୟୁକ୍ତ ଜାଭେଦ ଅଶରଫ ଅନୁମତି ଦେଇଥିଲେ । ଜୁଲାଇ ୫ ତାରିଖରେ ମାଥୁର ପରିବାର ବ୍ରିଟେନର ଲିଡ୍ସରେ ପହଞ୍ଚିଥିଲା ।

{"id":131717,"width":577,"height":321}

ଅନୁପମ ଏବଂ ତାଙ୍କ ପରିବାର କାରରେ ସିଙ୍ଗାପୁରରୁ ଯାତ୍ରା ଆରମ୍ଭ କରି ମାଲେସିଆ, ଲାଓସ, ଥାଇଲାଣ୍ଡ, ଭାରତ, ଚୀନ, କିର୍ଗିସ୍ତାନ, ଉଜ୍ବେକିସ୍ତାନ, ଋଷ, ଫିନଲ୍ୟାଣ୍ଡ, ବେଲଜିୟମ, ଜର୍ମନୀ, ଡେନମାର୍କ, ଫ୍ରାନ୍ସ, ନେଦରଲ୍ୟାଣ୍ଡ, ସ୍ୱିଡେନ ଦେଇ ଇଂଲଣ୍ଡରେ ପହଞ୍ଚିଥିଲେ । ସେ ୨୨ ହଜାର ୬୦୦ କି:ମି: ଯାତ୍ରା କରିଛନ୍ତି । ମାଥୁର ପରିବାରର ଲକ୍ଷ୍ୟ ଥିଲା ୬୦ ଦିନରେ ୨୫ ହଜାର କି:ମି: ଯାତ୍ରା କରିବା ।

{"id":131715}

ଅନୁପମ ମାଥୁର ଗାଡି ଚଲାଇବାକୁ ବହୁତ ଭଲ ପାଆନ୍ତି । ତାଙ୍କୁ ଯେତେବେଳେ ୧୦ ବର୍ଷ ବୟସ ହୋଇଥିଲା ସେତେବେଳେ ସେ ପଢିଥିଲେ ଯେ ଜଣେ ଦମ୍ପତ୍ତି କାରରେ ଦୁନିଆ ବୁଲିବାକୁ ବାହାରିଛନ୍ତି । ସେହିଦିନ ଠାରୁ ଗାଡି ଚଲାଇବା ତାଙ୍କ ନିଶା ପାଲଟିଗଲା ।

{"id":131716}

ଅନୁପମ ମାଥୁର କହିଛନ୍ତି ଏହି ଲମ୍ବା ଯାତ୍ରା ସମୟରେ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା ଖାଇବା ବ୍ୟବସ୍ଥା । କାରଣ ତାଙ୍କ ପରିବାର ଘର ଖାଇବା ପସନ୍ଦ କରିଥାନ୍ତି । ସେଥିପାଇଁ ୯ଟି ବଡ ବଡ ବ୍ୟାଗରେ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ସାଙ୍ଗରେ ନେଇଯାଇଥିଲେ । ସାଙ୍ଗରେ ଏକ ଇଲେକଟ୍ରିକ ଷ୍ଟୋଭ ମଧ୍ୟ ଥିଲା । ମାଥୁର ପରିବାର ଏପର୍ଯ୍ୟନ୍ତ ଆମେରିକା, ୟୁରୋପ, ଚିଲି, ଆଇସଲ୍ୟାଣ୍ଡ, କାନାଡା, ନ୍ୟୁଜିଲାଣ୍ଡ ଭଳି ଅନେକ ଦେଶକୁ ଯାତ୍ରା କରିସାରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.