ଜରୁରୀ ସେବାରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ପାସ୍ ଦରକାର ନାହିଁ, କମ୍ପାନୀ ପରିିଚୟ ପତ୍ର ଦେଖାଇଲେ ଅଟକାଇବ ନାହିଁ ପୋଲିସ୍
24/03/2020 at 5:11 PM

ଭୁବନେଶ୍ବର୨୪/୩: ଜରୁରୀ ସେବା ଯୋଗାଉଥିବା କର୍ମଚାରୀଙ୍କ ପାଇଁ ପାସ୍ର ଆବଶ୍ୟକ ନାହିଁ। କମ୍ପାନୀର ପରିଚୟ ପତ୍ର ଦେଖାଇ କର୍ମଚାରୀମାନେ ଅଫିସ୍ ଯାଇପାରିବେ।
ଏ ସଂପର୍କରେ ଟ୍ବିଟ୍ ମାଧ୍ୟମରେ ସୂଚନା ଦେଲେ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ଏଥିସହ ଗାଡ଼ି ପାସ୍ ପାଇଁ ଆସନ୍ତାକାଲି ସୁଦ୍ଧା ସ୍ବୟଂ ଚାଳିତ ବ୍ୟବସ୍ଥା ଲାଗୁ ହେବ। ମେଡିକାଲ କେସ୍ ଥିଲେ କାଗଜ ଦେଖାଇ ଯାଇ ପାରିବେ। ଅନ୍ୟ ଜରୁରୀ କାମ ଥିଲେ ପ୍ରମାଣ ଦେବାକୁ ପଡିବ ବୋଲି ସିପି କହିଛନ୍ତି। ପାସ୍ ପାଇଁ ଥାନା ପରିସରରେ ଅଯଥା କହଳି କରିବା ପାଇଁ ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପରାମର୍ଶ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଅତ୍ୟାବଶ୍ୟକୀୟ ସେବା ଯୋଗାଉଥିବା କର୍ମଚାରୀମାନଙ୍କ ପାଇଁ ପାସ୍ର ଆବଶ୍ୟକ ରହିଛି ବୋଲି ସୋମବାର ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଥିଲେ। ବର୍ତ୍ତମାନ କିନ୍ତୁ ପାସ୍ର ଆବଶ୍ୟକ ନାହିଁ ବୋଲି ଟ୍ବିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୁଧାଂଶୁ ଷଡ଼ଙ୍ଗୀ।