Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଏଣିକି ଟ୍ରେନ୍‌ରେ ପୂର୍ବଭଳି ଯାତ୍ରୀଙ୍କୁ ମିଳିବ ମନପସନ୍ଦର ଖାଦ୍ୟ, ଆରମ୍ଭ ହେବ ଇ-କ୍ୟାଟରିଂ ବ୍ୟବସ୍ଥା

21/01/2021 at 11:57 AM

ନୂଆଦିଲ୍ଲୀ ୨୧।୧: ଫେବୃଆରୀରୁ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି ଇ-କ୍ୟାଟେରିଂ ସେବା । ଯାତ୍ରୀମାନେ ପୁଣି ଥରେ ନିଜ ମନ ପସନ୍ଦ ବ୍ରାଣ୍ଡର ଖାଇବା ଅର୍ଡର କରିପାରିବେ । ଏଥିପାଇଁ ଭାରତୀୟ ରେଳବାଇ ଏବଂ ପର୍ଯ୍ୟଟନ ନିଗମ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିସାରିଛି ।

ମାର୍ଚ୍ଚ ୨୦୨୦ରେ କରୋନା ମହାମାରୀ ପାଇଁ ଟ୍ରେନ୍ ରେ ଖାଦ୍ୟପେୟ ବ୍ୟବସ୍ଥାକୁ ବନ୍ଦ କରାଯାଇଥିଲା । ଜୁନ୍ ୨୦୨୦ରୁ ସ୍ବତନ୍ତ୍ର ଟ୍ରେନ୍ ଆରମ୍ଭ କରାଯାଇଥିଲେ ମଧ୍ୟ ଖାଦ୍ୟପେୟ ବ୍ୟବସ୍ଥା ସୀମିତସ୍ତରରେ ଆରମ୍ଭ କରାଯାଇଥିଲା । ପ୍ୟାଣ୍ଟ୍ରି କାର୍ ସେବା ଏବେ ବନ୍ଦ ରହିଛି । ଫଳରେ ରାଜଧାନୀ, ଶତାବ୍ଦୀ, ହମସଫର ସହ ଅନ୍ୟ ଦୂରଗାମୀ ଟ୍ରେନ୍ ରେ ଯାତ୍ର କରୁଥିବା ଯାତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି ।

ସୂଚନା ଅନୁସାରେ ନୂଆଦିଲ୍ଲୀ, ପୁରୁଣା ଦିଲ୍ଲୀ ସହ ଦିଲ୍ଲୀର ଅନ୍ୟ ରେଲଓ୍ବେ ଷ୍ଟେସନରୁ ବର୍ତ୍ତମାନ ରାଜଧାନୀ, ଶତାବ୍ଦୀ, ହମସଫର ସହ ୮୦ରୁ ଅଧିକ ଟ୍ରେନ୍ ଚଳାଚଳା କରୁଛି । ଏହିସବୁ ରେଳଗାଡିଗୁଡିକୁ ସ୍ବତନ୍ତ୍ର ମାନ୍ୟତା ଦିଆଯାଇଛି । ଆବଶ୍ୟକତା ଅନୁସାରେ ଏହାର ସଂଖ୍ୟା ବଢୁଛି । ଏ ସମସ୍ତ ଟ୍ରେନ୍ ରେ ଇ-କ୍ୟାଟରିଂ ସେବା ଆରମ୍ବ କରିବାକୁ ଆଇଆରସିଟିସି ପ୍ରାୟସ ଆରମ୍ଭ କରିଛି । ଉଲ୍ଲେଖଯୋଗ୍ୟ ଯେ, ମ୍ୟାକ୍ ଡି, ହଲଦୀରାମ ସମେତ ୧୪ ନାମୀଦାମୀ ବ୍ରାଣ୍ଡର ଖାଦ୍ୟପେୟ ସାମଗ୍ରୀ ଉପଲବ୍ଧ ହୋଇଥାଏ ।

   Related Posts