ବିନା ମାସ୍କରେ ଟ୍ରେନ୍‌ରେ ଚଢ଼ିଥିବା ଯୁବକଙ୍କୁ ତଣ୍ଟିଆ ମାରି ବାହାର କଲେ ଯାତ୍ରୀ, ଖୁବ୍‌ ଭାଇରାଲ୍‌ ହେଉଛି ଭିଡିଓ

Published By : Prameya-News7 Bureau | July 18, 2021 IST

ନୂଆଦିଲ୍ଲୀ ୧୮/୭: କରୋନା କାଳରେ ଫେସ୍‌ ମାସ୍କ ଜରୁରୀ। ଯଦି କେହି ବିନା ମାସ୍କରେ ଘରୁ ବାହାରୁଛନ୍ତି ତେବେ ତାଙ୍କୁ ପୋଲିସର ଭୟ ତ ରହିବ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବଢ଼ିବ। ସରକାରଙ୍କ ବାରମ୍ବାର ଅନୁରୋଧ ପରେ ମଧ୍ୟ କିଛି ଲୋକ ମାସ୍କ ପିନ୍ଧିବାକୁ ଅମଙ୍ଗ ହେଉଛନ୍ତି ଏବଂ ତଣ୍ଡ ଗଣୁଛନ୍ତି। କିନ୍ତୁ ଏବେ ଏମିତି କିଛି ଅମାନିଆଙ୍କୁ ସାବାଡ କରିବା ପାଇଁ ଖୋଦ ଲୋକମାନେ ଅଣ୍ଟା ଭିଡ଼ିଛନ୍ତି।

ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଲୋକଙ୍କ ଠାରେ ସଂକ୍ରମଣ ଭୟ ଏବଂ ସଚେତନତାକୁ ଦେଖି ୟୁଜର ବାଃ ବାଃ କହୁଛନ୍ତି। ଟ୍ରେନ୍‌ରେ ବିନା ମାସ୍କରେ ପଶିଥିବା ଜଣେ ଯୁବକଙ୍କୁ ଯାତ୍ରୀମାନେ ଗୋଇଠା ବିଧା ମାରି ବିଦା କରୁଥିବା ଭିଡିଓରେ ଦେଖିବାକୁ ମିଳିଛି। ବିଶେଷ କରି ଦୁଇ ଜଣ ମହିଳା ଯୁବକଙ୍କୁ ତଣ୍ଟିଆ ମାରି ଟ୍ରେନ୍‌ରୁ ବାହାର କରିଦେଇଛନ୍ତି ।

ପରେ ପରେ ପୁରୁଷ ଯାତ୍ରୀମାନେ ମଧ୍ୟ ପ୍ରତିବାଦ କରିଛନ୍ତି। କିନ୍ତୁ ଯୁବକଜଣଙ୍କ ଟ୍ରେନ୍‌ରୁ ଓହ୍ଲାଇବାକୁ ରାଜି ନଥିଲେ। ବଗିରେ ଥିବା ପ୍ରାୟ ସମସ୍ତ ଯାତ୍ରୀ ନିଜ ନିଜ ସିଟ୍‌ରୁ ଛିଡ଼ା ହୋଇ ଯୁବକଙ୍କୁ ଟ୍ରେନ୍‌ରୁ ଓହ୍ଲାଇବାକୁ ଇସାରା କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଶେଷରେ କିଛି ଉପାୟ ନପାଇ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଛନ୍ତି ସମ୍ପୃକ୍ତ ଯୁବକ ।

ଷ୍ଟେସନରେ ଏକ କୋଣରେ ଯାଇ ବସିବା ପରେ ମଧ୍ୟ ତାଙ୍କୁ ନିସ୍ତାର ମିଳିନଥିଲା। ସେଠାରେ ପୂର୍ବରୁ ବସିଥିବା ଲୋକମା​‌ନେ ତାଙ୍କୁ ସନ୍ଦେହ ଆଖିରେ ଦେଖୁଥିବା ଭିଡିଓରୁ ସ୍ପଷ୍ଟ ଜଣାପଡ଼ୁଛି । ଏହି ଭିଡିଓଟି ସ୍ପେନ୍‌ର ହୋଇଥିବା ବେଳେ ଏହାକୁ ଟ୍ବିଟ୍‌ରରେ ସେୟାର କରାଯାଇଛି।

wp:embed {"url":"https://twitter.com/NewsForAllUK/status/1415801924373393412","type":"rich","providerNameSlug":"twitter","responsive":true,"className":""}
https://twitter.com/NewsForAllUK/status/1415801924373393412
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.