ଏହା ବି ଜରୁରୀ ସେବା ! ଗାଡି ପାଇଲେନି, ଖାଲି ଆମ୍ବୁଲାନ୍ସରେ ଯାତ୍ରୀ ଆସିଲେ

Published By : Prameya-News7 Bureau | March 27, 2020 IST

ଭଦ୍ରକ ୨୭।୩: କରୋନାରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଏବେ ଲକ୍ ଡାଉନ୍ । ରାଜ୍ୟରେ ମଧ୍ୟ ଏହି ଲକ୍ ଡାଉନ୍ ର ପ୍ରଭାବ ଦେଖିବାକୁ ମିଳିଛି । ବସ୍, ଟ୍ରେନ୍, ଯାତ୍ରୀବାହୀ ଅଟୋ ସବୁ ବନ୍ଦ ରହିଛି । ଏଭଳି ପରିସ୍ଥିତିରେ ପରିବହନର ମାଧ୍ୟମ ପାଲଟିଛି ଆମ୍ବୁଲାନ୍ସ । ଗାଁରୁ ବାହାରେ ଥିବା ଲୋକ ନିଜ ନିଜ ଘରକୁ ଫେରିବାକୁ ଡହଳ ବିକଳ ହେଉଛନ୍ତି । କିଏ କିଏ ରାଜ୍ୟ ବାହାରୁ ମୁଖ୍ୟମନ୍ତ୍ରୀଙ୍କୁ ନିକଟକୁ ଭିଡିଓ ପଠାଇ ଉଦ୍ଧାର କରିବା ପାଇଁ ମଧ୍ୟ ଅନୁରୋଧ କରୁଛନ୍ତି ।

ଏଭଳି ସ୍ଥିତିରେ ଏବେ ଆମ୍ବୁଲାନ୍ସ ସାଜିଛି ଭରସା । ଭଦ୍ରକ ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ନୂଆ ବସଷ୍ଟାଣ୍ଡ ନିକଟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ବସଷ୍ଟାଣ୍ଡ ନିକଟରେ ଏକ ଆମ୍ବୁଲାନ୍ସରୁ ଓହ୍ଲାଇଥିଲେ ପ୍ରାୟ ୮ ଜଣ ଲୋକ । ସେମାନେ କୌଣସି ରୋଗୀ ନଥିଲେ । ସମସ୍ତେ ଥିଲେ ଯାତ୍ରୀ । ଯେଉଁମାନେ ଲକ୍ ଡାଉନ୍ ଯୋଗୁଁ ବାହାରେ ଫସି ରହିଥିଲେ । ନିଜ ନିଜ ଘରକୁ ଆମ୍ବୁଲାନ୍ସ ଯୋଗୁଁ ଫେରିଛନ୍ତି । ଅନ୍ୟପଟେ ଆମ୍ବୁଲାନ୍ସ ଡ୍ରାଇଭର ଏନେଇ କିଛି କହିନଥିବା ବେଳେ ଆମ୍ବୁଲାନ୍ସରେ ଆସିଥିବା ଯାତ୍ରୀମାନେ ଗାଡି ନପାଇ ହଇରାଣ ହେଉଥିଲେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.