Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ବିମାନର ଟାୟାର ହୋଇଗଲା ପଙ୍କଚର, ତାପରେ କଣ ହେଲା ଦେଖନ୍ତୁ…

3/12/2021 at 11:22 AM

ନେପାଳ ୦୩/୧୨: ସାଧାରଣତଃ ଗାଡି ପଙ୍କଚର ହେଲେ ଲୋକେ ଠେଲି ଠେଲି ନେଉଥିବାର ନଜର ଆସିଛି । ହେଲେ ନେପାଳରୁ ଏମିତି ଏକ ଭିଡିଓ ଆସିଛି ଯେଉଁଠି, କି ଲୋକମାନେ ବିମାନକୁ ଠେଲି ନେଉଥିବା ନଜର ଆସିଛି । ଜଣେ ନୁହେଁ କି ଦୁଇଜଣ ନୁହେଁ ଏକାଥରେ ଡଜନେ ଯାତ୍ରୀ ଏମିତି କରୁଥିବାର ଦେଖିବାକୁ ମିଲିଛି । ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେଉଛି ଭିଡିଓ ।

ସୂଚନା ଥାଉକି, ନେପାଳର ବାଜୁରା ବିମାନ ବନ୍ଦରରେ ଘଟିଛି ଏମିତି କିଛି ଘଟଣା । ଯେଉଁଠାରେ ହୁମଲା ଜିଲ୍ଲାର ସିମିକୋଟରୁ ଟାରା ଏୟାରଲାଇନ୍ସରେ ଗୋଟିଏ ଛୋଟିଆ ବିମାନ ଏୟାରପୋର୍ଟ ରନଓ୍ୱେରେ ଲ୍ୟାଣ୍ଡିଂ କରିଥିଲା । ଏହି ସମୟରେ ଟାୟାର ଚକ ଫାଟିଯାଇଥିଲା । ରିପୋର୍ଟ ଅନୁଯାୟୀ, ବିମାନର ପଛ ଟାୟାର ଫାଟି ଯାଇଥିଲା, ଯେଉଁଥିପାଇଁ ସେ ରନୱେରୁ ଯାଇପାରିନଥିଲା ।

ଏହାକୁ ଦୃଷ୍ଟିରେ ରଖି ବିମାନବନ୍ଦରରେ ଥିବା ଯାତ୍ରୀବାହୀ ବିମାନକୁ ରନୱେରୁ ଓହ୍ଲାଇ ଦିଆଯାଇଥିଲା । ତେବେ ଏହାକୁ ଠେଲି ଠେଲି ନେବାକୁ ପଡିଥିଲା । ଯେଉଁଥିରେ ଯାତ୍ରୀଙ୍କଠାରୁ ଆରମ୍ଭ କରି ବିମାନବନ୍ଦରର ସୁରକ୍ଷା କର୍ମୀ ବି ନିୟୋଜିତ ହୋଇଥିଲେ । ବିମାନଟିକୁ ରନଓ୍ୱେରୁ ହଟାଇବାକୁ ଯାତ୍ରୀମାନଙ୍କୁ ଧକ୍କା ଲଗାଇବାକୁ ପଡିଥିଲା । ଏମିତି ଠେଲି ଠେଲି ପାର୍କିଂ ସ୍ଥଲକୁ ନିଆଯାଇଥିଲା ।

ବିମାନଟି ପାର୍କିଂ ସ୍ଥାନକୁ ଅଣାଯିବା ପର୍ଯ୍ୟନ୍ତ, ଅନ୍ୟ କୌଣସି ବିମାନ ସେହି ରନୱେରେ ଅବତରଣ କରିପାରିନଥାନ୍ତା । ଯେତେବେଳେ କି ଅନ୍ୟ ବିମାନଗୁଡ଼ିକ ଅବତରଣ ଲାଇନରେ ଥିଲା । ଏଭଳି ପରିସ୍ଥିତିରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଲୋକଙ୍କ ସାହାଯ୍ୟରେ ରନୱେରେ ଠିଆ ହୋଇଥିବା ବିମାନକୁ ହଟାଇବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଦ୍ୱାରା ରାସ୍ତା ସଫା ହୋଇପାରିଥିଲା।

   Related Posts