Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିୟମିତ ଟ୍ରେନକୁ ବିଳମ୍ବରେ ଛାଡିବା ପ୍ରତିବାଦରେ ରେଳଯାତ୍ରୀଙ୍କ ଧାରଣା

ଚୌଦ୍ବାର ୧୬|୫: ନିୟମିତ ଟ୍ରେନକୁ ବିଳମ୍ବରେ ଛାଡିବା ପ୍ରତିବାଦରେ ରେଳ ଧାରଣା ଉପରେ ଧାରଣା ଦେଇଛନ୍ତି ରେଳଯାତ୍ରୀ । ଭଦ୍ରକ-ବ୍ରହ୍ମପୁର ମେମୋ ଟ୍ରେନ୍‌ର ଯାତ୍ରୀମାନେ ପୂର୍ବତନ ରେଳବାଇର ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଟ୍ରେନ୍ ଆଗରେ ବସିରହିଛନ୍ତି ଯାତ୍ରୀ । ଫଳରେ କଟକ-ଖଡଗପୁର ରାସ୍ତାରେ ରେଳ ଚଳାଚଳ ବନ୍ଦ ରହିଛି ।

ପୂର୍ବରୁ ମଧ୍ୟ ଭଦ୍ରକ-ବ୍ରହ୍ମପୁର ମେମୋ ଟ୍ରେନ୍‌କୁ ନିର୍ଗୁଣ୍ଡି ଷ୍ଟେସନ ନିକଟରେ ଟ୍ରେନକୁ ଅଟକାଇଥିଲେ ଯାତ୍ରୀମାନେ । ଏଥିସହ କଟକରୁ ଭଦ୍ରକ ଯାଉଥିବା ପସେଞ୍ଜର ଟ୍ରେନକୁ ମଧ୍ୟ ଅଟକାଇଥିଲେ । ଫଳରେ ଏହି ରାସ୍ତାରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା ।

ଘଟଣାସ୍ଥଳରେ ନିର୍ଗୁଣ୍ଡି ଷ୍ଟେସନ ମାଷ୍ଟର ଓ ରେଳବାଇ ପୋଲିସର ଅଧିକାରୀ ମାନେ ପହଂଚି ଯାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ବୁଝିନଥିଲେ । ଭଦ୍ରକ-ବ୍ରହ୍ମପୁର ମେମୋ ଟ୍ରେନ୍‌କୁ ଯେଭଳି ଭାବେ ନିର୍ଗୁଣ୍ଡିରେ ପକାଇ ଅନ୍ୟ ଟ୍ରେନମାନଙ୍କୁ ଛଡାଯିବାକୁ ବିରୋଧ କରିଛନ୍ତି ଯାତ୍ରୀମାନେ ।

115 Views

   ସମ୍ବନ୍ଧିତ ଖବର