ଯାତ୍ରୀମାନଙ୍କ ପାଇଁ ବିଶେଷ ସୂଚନା, ସପ୍ତାହକ ଦୈନିକ ୬ଘଣ୍ଟା ବନ୍ଦ ରହିବ ରେଲୱେ ରିଜର୍ଭେସନ୍

Published By : Prameya-News7 Bureau | November 15, 2021 IST

ନୂଆଦିଲ୍ଳୀ ୧୫।୧୧ : ପ୍ରାୟତଃ ସମସ୍ତେ ବୁଲିବାକୁ ପସନ୍ଦ କରନ୍ତି । ଏଥିପାଇଁ ସମସ୍ତେ ଟ୍ରେନ୍‌ , ବସ୍‌, ଫ୍ଲାଇଟ୍‌ ପାଇଁ ଆଗୁଆ ଟିକେଟ୍‌ କରିଥାନ୍ତି । ହେଲେ କୋଭିଡ୍‌ ପାଇଁ ଏହି ଯାତ୍ରା ବନ୍ଦ ରହିଥିଲା । ହେଲେ ଯେତେବେଳେ ଅନୁମତି ମିଳିଲା ସମସ୍ତେ ଆଗୁଆ ଟିକେଟ୍‌ ବୁକିଂ ଆରମ୍ଭ କରିଦେଇଥିଲେ । ହେଲେ ବର୍ତ୍ତମାନ ଯଦି ଆପଣ ଟ୍ରେନରେ ଯାତ୍ରା କରିବାକୁ ଯୋଜନା କରୁଛନ୍ତି ଏବଂ ଟିକେଟ୍ ବୁକିଂ କରିବାକୁ ଚିନ୍ତା କରୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଯାତ୍ରୀ ସେବାକୁ ସ୍ୱାଭାବିକ କରିବା ତଥା ପୂର୍ବ ପରି ସୁବିଧା ପୁନଃ ସ୍ଥାପନ କରିବା ପାଇଁ ରେଳବାଇ ପକ୍ଷରୁ ଆସନ୍ତା ସାତ ଦିନ ପାଇଁ ରେଳବାଇ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା (PRS) କୁ ଛଅ ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଦକ୍ଷିଣ ପଶ୍ଚିମ ରେଳବାଇର ପ୍ରେସ ବିଜ୍ଞପ୍ତି ଅନୁଯାୟୀ- ସିଷ୍ଟମ ଡାଟା ଅପଗ୍ରେଡ୍ ଏବଂ ନୂତନ ଟ୍ରେନ୍ ନମ୍ବର ଅପଡେଟ୍ ସକ୍ଷମ କରିବାକୁ ଏହା କରାଯାଇଛି।

ତେବେ ସୂଚନାଯୋଗ୍ୟ ଯେ ସମସ୍ତ ମେଲ / ଏକ୍ସପ୍ରେସ ଟ୍ରେନରେ ବହୁ ପରିମାଣର ପୁରୁଣା ଟ୍ରେନ୍ ନମ୍ବର ଏବଂ ବର୍ତ୍ତମାନର ଯାତ୍ରୀ ବୁକିଂ ତଥ୍ୟକୁ ଅପଡେଟ୍‌ କରିବାକୁ ହେବ, ତେଣୁ ଏହାକୁ ଯତ୍ନର ସହ କାଲିବ୍ରେଟେଡ୍‌ ପର୍ଯ୍ୟାୟରେ ଯୋଜନା କରାଯାଉଛି । ଏହି ଗତିବିଦ୍ଧି ୧୪ ଏବଂ ୧୫ ନଭେମ୍ବର ମଧ୍ୟରାତ୍ରିରୁ ୨୦ ରୁ ୨୧ ନଭେମ୍ବର ରାତି ପର୍ଯ୍ୟନ୍ତ କରାଯିବ । ଟିକେଟ୍ ସଂରକ୍ଷଣ, ବୁକିଂ, ବାତିଲ୍, ଅନୁସନ୍ଧାନ ଇତ୍ୟାଦି ସେବା ଗୁଡିକ କୌଣସି ପିଆରଏସ୍‌ ସେବା ଏହି ୬ଘଣ୍ଟା ମଧ୍ୟରେ ଉପଲବ୍ଧ ହେବ ନାହିଁ । ତେବେ ପିଆରଏସ୍‌ ସେବା ବ୍ୟତୀତ, ୧୩୯ ସେବା ସହିତ ଅନ୍ୟ ସମସ୍ତ ଅନୁସନ୍ଧାନ ସେବା ନିରବଚ୍ଛିନ୍ନ ଭାବରେ ଜାରି ରହିବ। ଯାତ୍ରୀମାନେ ଏହି ସେବାକୁ ସ୍ୱାଭାବିକ ତଥା ନବୀକରଣ କରିବାକୁ ମନ୍ତ୍ରଣାଳୟକୁ ସହଯୋଗ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.