Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଅନଲାଇନରେ ରେଳ ଟିକେଟ ବୁକିଂ କାଲିଠୁ ହେବ ମହଙ୍ଗା, ଏତିକି ଟଙ୍କା ଦେବାକୁ ପଡିବ ସେବା ଶୁଳ୍କ

31/08/2019 at 4:57 PM

ନୂଆଦିଲ୍ଲୀ୩୧|୮: ଅନଲାଇନରେ ଟିକେଟ ବୁକିଂ କରୁଥିବା ରେଳ ଯାତ୍ରୀଙ୍କୁ ଏବେ ପଡିବ ମହଙ୍ଗା। ସେପ୍ଟେମ୍ବର ୧ ତାରିଖଠାରୁ ଅନଲାଇନରେ ଟ୍ରେନ ଟିକେଟ ବେୁକିଂ କରୁଥିବା ଯାତ୍ରୀଙ୍କୁ ଦେବାକୁ ପଡିବ ସର୍ଭିସ ଚାର୍ଜ ବା ସେବା ଶୁଳ୍କ। ଅଗଷ୍ଟ ୩୦ ତାରିଖରେ ଆଇଆରସିଟିସି(IRCTC) ଦ୍ବାରା ଜାରି ହୋଇଥିବା ନିୟମ ଅନୁସାରେ, ପୁଣି ସର୍ଭିସ ଚାର୍ଜ ଲାଗୁ କରାଯିବ, ସାଧାରଣ ବଗି ପ୍ରତି ୧୫ ଟଙ୍କା  ଏବଂ  ଏସି କ୍ଲାସ ବଗି ପ୍ରତି ୩୦ ଟଙ୍କା ଶୁଳ୍କ ଆଦାୟ କରାଯିବ।

ନରେନ୍ଦ୍ର ମୋଦିଙ୍କ ସରକାରରେ ଡିଜିଟାଲ ଇଣ୍ଡିଆର ପେମେଣ୍ଟ ବୃଦ୍ଧି କରିବା ପାଇଁ ତିନି ବର୍ଷ ତଳେ ସେବା ଶୁଳ୍କ ବନ୍ଦ କରାଯାଇଥିଲା। ଏହା ପୂର୍ବରୁ ସାଧାରଣ ବଗି ପ୍ରତି(ନନ-ଏସି) ୨୦ ଟଙ୍କା ଓ ଏସି ବଗି ପ୍ରତି ୪୦ ଟଙ୍କା ସେବା ଶୁଳ୍କ ଦେବାକୁ ପଡ଼ୁଥିଲା।ଅନଲାଇନରେ ଟିକେଟ କାଟୁଥିବା ରେଳଯାତ୍ରୀମାନଙ୍କ ଠାରୁ ସେବା ଶୁଳ୍କ ଆଦାୟ କରିବା ପାଇଁ ଇଣ୍ଡିଆନ ରେଲଓ୍ବେ କ୍ୟାଟରିଙ୍ଗ ଏଣ୍ଡ ଟୁରିଜିମ୍ କର୍ପୋରେସନ(IRCTC) କୁ ରେଲଓ୍ବେ ବୋର୍ଡ ନିର୍ଦେଶ ଦେଇଛି।

ଅଗଷ୍ଟ ୩୦ ତାରିଖରେ ଜାରି ହୋଇଥିବା ଚିଠିରେ ଉଲ୍ଲେଖ କରାଯାଇଛି ଯେ, ସେବା ଶୁଳ୍କକୁ କିଛିଦିନ ପାଇଁ ଅର୍ଥ ମନ୍ତ୍ରାଳୟ ଦ୍ବାରା ବନ୍ଦ କରାଯାଇଥିଲା।ଏବେ ଅନଲାଇନ ଇ-ଟିକେଟ ପାଇଁ ସର୍ଭିସ ଚାର୍ଜ ପଡ଼ିବ ।ସେବା ଶୁଳ୍କ ବନ୍ଦ ହେବା ଯୋଗୁ  IRCTC କୁ ୨୦୧୬-୧୭ ଅର୍ଥିକ ବର୍ଷରେ ୨୬ ପ୍ରତିଶତ କ୍ଷତି ସହିବାକୁ ପଡିଛି ବୋଲି ରେଲଓ୍ବେ କହିଛି।

   Related Posts