Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

ଛାଡୁନି କୋଭିଡ୍ ଭୟ : ରାଜ୍ୟରେ ବସ୍ ଚଳାଚଳ ସତ୍ତ୍ବେ ଢେଙ୍କାନାଳ ବସଷ୍ଟାଣ୍ଡରେ ଯାତ୍ରୀ ହନ୍ତସନ୍ତ

20/07/2021 at 5:06 PM

ଢେଙ୍କାନାଳ ୨୦।୭: ଦୀର୍ଘ ମାସ କୋଭିଡ୍ କଟକଣା ପରେ ରାଜ୍ୟରେ ବସ୍ ଚଳାଚଳ କୋହଳ କରାଯାଇଛି । ଫଳରେ ରାଜ୍ୟରେ ବସ୍ ଚଳାଚଳ ଘୋଷଣା ପରେ ଢେଙ୍କାନାଳ ବସଷ୍ଟାଣ୍ଡକୁ ଯାତ୍ରୀମାନଙ୍କର ଆଗମନ ଦେଖିବାକୁ ମିଳିଛି । ତେବେ ବସ୍ ଚଳାଚଳର ସମୟ ନିର୍ଘଣ୍ଟ ସାଙ୍ଗକୁ କମ୍ ସଂଖ୍ୟକ ଯାତ୍ରୀ ବସ୍ ମାଲିକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ଗୋଟିଏ ପଟରେ  ଡିଜେଲ ଦର ବୃଦ୍ଧି ଏପଟେ ବସରେ ସମସ୍ତ ଯାତ୍ରୀ ମାସ୍କ, ସିଟିଂ ମୁତାବକ ଯାତ୍ରୀ ପରିବହନ କଟକଣା । ଫଳରେ ସମୟ ନିର୍ଘଣ୍ଟ ମଧ୍ୟରେ ବସରେ ଯାତ୍ରୀ ହେଉ ନଥିବାରୁ ବସଷ୍ଟାଣ୍ଡରେ ବସ୍ ଗୁଡିକ ଘଣ୍ଟା ଘଣ୍ଟା ଧରି ଯାତ୍ରୀମାନଙ୍କ ଅପେକ୍ଷାରେ ଛିଡା ହୋଇ ରହୁଥିବା ଦେଖିବାକୁ ମିଳୁଛି । ଯାହାକି ବସ୍ ମାଲିକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିବା କୁହାଯାଉଛି ।

ସେପଟେ କଟକ, ଅନୁଗୋଳ ଆଦି ଅଞ୍ଚଳରୁ ଯାତ୍ରୀମାନେ ଆସିବା ପରେ ଢେଙ୍କାନାଳରୁ କାମାକ୍ଷାନଗର, ଗଁନ୍ଦିଆ, ଜୋରନ୍ଦା ଓ ଭାପୁର ଅଂଚଳକୁ ଯିବାକୁ ଥିବା ଯାତ୍ରୀମାନେ ବସ୍ ଅପେକ୍ଷାରେ ଢେଙ୍କାନାଳ ବସଷ୍ଟାଣ୍ଡରେ ଦୀର୍ଘ ୫/୬ଘଣ୍ଟା ଅପେକ୍ଷା କରି କରି ହନ୍ତସନ୍ତ ହେଉଥିବା ଦେଖାଯାଉଛି । କହିବାକୁ ଗଲେ କୋଭିଡ୍ ସଂକ୍ରମଣ ଭୟ ଲୋକଙ୍କ ମନରୁ ଛାଡୁ ନଥିବାରୁ କାଁ ଭାଁ ଯାତ୍ରୀ ଆସୁଛନ୍ତି । ଫଳରେ ସଠିକ୍ ସଂଖ୍ୟକ ଯାତ୍ରୀଙ୍କୁ ବସ୍ ଅପେକ୍ଷା କରି ରହୁଥିବା ବେଳେ ଏପଟେ ଯାତ୍ରୀମାନେ ବସ୍ ଛାଡିବାକୁ ଅପେକ୍ଷାରେ ନାକେଦମ ହେଉଛନ୍ତି ।

   Related Posts