ଟ୍ରେନ୍‌ରେ ଭିଡ ପାଇଁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ, ଅଧିକ ବଗି ସଂଯୋଗ ପାଇଁ ଦାବି

Published By : Prameya-News7 Bureau | May 14, 2019 IST

ଭୁବନେଶ୍ବର ୧୪|୫: ଭଦ୍ରକ-ଭୁବନେଶ୍ବର ଡିଏମୟୁ (୫୮୪୦୭) ପରିବର୍ତ୍ତେ ଗତ ଏପ୍ରିଲ ୨୦ ତାରିଖରୁ ଯାତାୟତ କରୁଛି ମେମୁ ଟ୍ରେନ୍ । ହେଲେ ବିଳମ୍ବ ଓ ଭିଡ ପାଇଁ ଯାତ୍ରୀ ଭୋଗୁଛନ୍ତି ଅସହ୍ୟ ଦୁର୍ଦ୍ଦଶା। ପୂର୍ବରୁ ଡିଏମୟୁ ସକାଳ ୬ ଟା ୧୫ରେ ଭଦ୍ରକ ଷ୍ଟେସନ୍ ଛାଡି ୯ଟା ୪୦ରେ ଭୁବନେଶ୍ବର ଷ୍ଟେସନରେ ପହଞ୍ଚୁଥିଲା । ଏବେ ଏହା ପହଞ୍ଚୁଛି ୧୦ଟାରେ ।  

{"id":111621}

ଡିଏମୟୁରେ ୧୫ ରୁ ୧୮ଟି ବଗି ରହୁଥିଲା ବେଳେ ମେମୁ ଟ୍ରେନରେ ରହିଛି ମାତ୍ର ୧୨ଟି ବଗି । ତେଣୁ ଟ୍ରେନରେ ପ୍ରବଳ ଭିଡ ହେବା ସହିତ ପ୍ରତିଦିନ ଯାତାୟତ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସରକାରୀ ବେସରକାରୀ ଚାକିରିଆ, ଛାତ୍ରଛାତ୍ରୀ ଓ ଶ୍ରମିକ ଶ୍ରେଣୀର ଲୋକ । ଟ୍ରେନର ସମୟ ପରିବର୍ତ୍ତନ  ଓ ଅଧିକ ବଗି ସଂଯୋଗ ପାଇଁ ବାରମ୍ବାର ଦାବି ହେଉଥିଲେ  ମଧ୍ୟ  ଏଥିପ୍ରତି ରେଳବାଇ କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.