ରିଟର୍ଣ୍ଣ ଟ୍ରେନ୍ ଟିକେଟ୍ କ୍ୟାନସଲ କରୁଛନ୍ତି ଲୋକେ, ଜାଣନ୍ତୁ କେବଳ ବିହାରରେ ରଦ୍ଦ ହେଲାଣି କେତେ

Published By : Prameya-News7 Bureau | May 10, 2021 IST

ପାଟନା ୧୦।୫: କରୋନା ଦ୍ୱିତୀୟ ଲହର ଯୋଗୁ ଉପୁଜିଥିବା ପରିସ୍ଥିତି ଭାରତୀୟ ରେଳକୁ ଗୁରୁତର ପ୍ରଭାବିତ କରିଛି। ଲୋକେ କାର୍ଯ୍ୟସ୍ଥଳକୁ ଫେରିବା ଲାଗି କରିଥିବା ରିଟର୍ଣ୍ଣ ଟିକେଟ୍‌ ଏବେ କ୍ୟାନସଲ କରିବାରେ ଲାଗିଛନ୍ତି। ଏହି କ୍ରମରେ ପାଟନା ଜଙ୍କସନରେ ଗତ ୭ ଦିନରେ ୧୫୯୩ ଟିକେଟ୍ ଲୋକେ କ୍ୟାନସଲ ହୋଇଥିବା ବେଳେ ଏ ବାବଦକୁ ରେଳବାଇ ୧୮ଲକ୍ଷ ୫୫ ହଜାର ୫୬୫ ଟଙ୍କା ଫେରାଇଛନ୍ତି। କେବଳ ପାଟନା ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଟିକେଟ୍‌ କ୍ୟାନସଲ ପର୍ବ ଜାରି ରହିଛି। ଯାହା ରେଳବାଇ ଉପରେ ଚାପ ସୃଷ୍ଟି କରିଛି।

{"id":450852,"width":837,"height":470,"sizeSlug":"large","linkDestination":"none"}

ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ବେଙ୍ଗାଲୁରରେ ଅନେକ ଲୋକେ ଜୀବିକା କରୁଛନ୍ତି। ତେବେ କରୋନା ବ୍ୟାପିବା ଯୋଗୁ ଲୋକେ ସଂକ୍ରମଣ ଆଶଙ୍କାରେ ପୂର୍ବରୁ ଘରକୁ ଫେରି ଆସିଥିବା ବେଳେ ଏବେ ସେମାନଙ୍କ କାର୍ଯ୍ୟସ୍ଥଳରେ ଲକଡାଉନ ହୋଇଯାଇଛି। ଏଣୁ ସେମାନଙ୍କର ଫେରିବାର କୌଣସି ଆବଶ୍ୟକତା ନଥିବାରୁ  ଟିକେଟ୍‌ କ୍ୟାନସଲ କରାଉଛନ୍ତି।

{"id":450853,"sizeSlug":"large","linkDestination":"none"}

କେବଳ କରୋନା ଲକଡାଉନ ନୁହେଁ ରେଳ ଯାତ୍ରା କାଳରେ ମଧ୍ୟ ସଂକ୍ରମଣର ଅନେକ ଆଶଙ୍କା ରହୁଛି। ଏଣୁ ଲୋକେ ଦୂର ଯାତ୍ରା ଲାଗି ଏବେ ଭୟ କରୁଥିବାରୁ ମଧ୍ୟ ଟିକେଟ୍‌ କ୍ୟାନସଲ କରାଉଛନ୍ତି। ତେବେ କେବଳ କାଉଣ୍ଟର ଟିକେଟ୍ ନୁହେଁ ଯେଉଁମାନେ ଆଇଆରସିଟିସି ୱେବ୍‌ସାଇଟ୍ ଓ ଆପ୍‌ରୁ ଟିକେଟ୍‌ ସଂରକ୍ଷଣ କରିଥିଲେ ସେମାନେ ମଧ୍ୟ ଯାତ୍ରା ବାତିଲ କରିବାରେ ଲାଗିଛନ୍ତି। ଏପରି ସ୍ଥଳରେ କ୍ୟାନସଲ ଇ-ଟିକେଟ୍‌ କୁ ହିସାବ କୁ ନିଆଗଲେ ରେଳବାଇର ପ୍ରଭୁତ କ୍ଷତି ଦେଖାଯାଉଛି।

{"id":450854,"sizeSlug":"large","linkDestination":"none"}

ଏଣୁ ଷ୍ଟେସନମାନଙ୍କରେ ଲୋକଙ୍କ ଗହଳି ମଧ୍ୟ ହ୍ରାସ ପାଇଛି। ଗୋଟିଏ ଗୋଟିଏ ଷ୍ଟେସନକୁ ୧୦ ପ୍ରତିଶତରୁ ବି କମ୍‌ ଲୋକେ ପହଞ୍ଚୁଥିବା ରେଳବାଇ ସୂତ୍ରରୁ ଜଣାପଡିଛି। ଲକଡାଉନ ଜାରି ପରେ ଟିକେଟ୍ କ୍ୟାନସଲେସନ ବଢିବଢି ଚାଲିଛି। ବହୁ ସଂଖ୍ୟାରେ ରେଳ ଯାତ୍ରୀ ଯାତ୍ରା ଯୋଜନା ବାତିଲ କରି ଟିକେଟ କ୍ୟାନସଲ କରୁଛନ୍ତି। ତେବେ ଟିକେଟ୍‌ କ୍ୟାନସଲେସନ ଚଳିତମାସରେ ନୁହେଁ ଗତ ଏପ୍ରିଲ ମାସରୁ ଆରମ୍ଭ ହେଲାଣି। ଲୋକେ ମାସମାସ ଅପେକ୍ଷା କରି ଟିକେଟ୍‌ ସଂରକ୍ଷଣ କରିଥିଲେ। ହେଲେ ମହାମାରୀ ଦ୍ୱିତୀୟ ଲହର ଲାଗି ସେସବୁକୁ ଏବେ କ୍ୟାନସଲ କରିବାରେ ଲାଗିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.